ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିପୁଲ୍ସ ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିଙ୍କ ମନୋନୟନ ପାଇଁ ଜନତାଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

Posted On: 11 JUL 2021 11:03AM by PIB Bhubaneshwar

ତୃଣମୂଳ ସ୍ତରରେ ଉଲ୍ଲେଖନୀୟ କାମ କରୁଥିବା ସତ୍ତ୍ୱେ ବିଶେଷ ପରିଚୟ ପାଇନଥିବା ବ୍ୟକ୍ତିଙ୍କୁ ପିପୁଲ୍ସ ପଦ୍ମ ପୁରସ୍କାର ପାଇଁ ମନୋନୀତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତାଙ୍କୁ ଆହ୍ୱାନ ଦେଇଛନ୍ତି । ସେପ୍ଟେମ୍ବର ୧୫ ଯାଏଁ ଏହି ମନୋନୟନ ଦାଖଲ କରାଯାଇ ପାରିବ ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, “ଭାରତରେ ବହୁ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରରେ ଉଲ୍ଲେଖନୀୟ କାମ କରୁଛନ୍ତି । ସାଧାରଣତଃ, ଆମେ ସେମାନଙ୍କ ସମ୍ପର୍କରେ ଦେଖି କିମ୍ବା ଶୁଣି ପାରନ୍ତି ନାହିଁ । ଆପଣ ଏମିତି କିଛି ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ଜାଣିଛନ୍ତି କି?  #PeoplesPadma ପୁରସ୍କାର ପାଇଁ ଆପଣ ସେମାନଙ୍କୁ ମନୋନୀତ କରିପାରିବେ । ସେପ୍ଟେମ୍ବର ୧୫ ମଧ୍ୟରେ ମନୋନୟନ ପଠା ଯାଇପାରିବ ।”   

SR



(Release ID: 1734620) Visitor Counter : 146