ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର କୋଭିଡ ଟିକାକରଣ କଭରେଜ ୩୭.୬୦ କୋଟି ଅତିକ୍ରମ କଲା

ଗତ ୨୪ ଘଣ୍ଟାରେ ୪୧, ୫୦୬ ନୂଆ ମାମଲା ଚିହ୍ନଟ

ଭାରତର ସକ୍ରିୟ ଆକ୍ରାନ୍ତ (୪,୫୪,୧୧୮) ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୧.୪୭%

ଦୈନିକ ପଜିଟିଭ ହାର (୨.୨୫%) ଲଗାତର ୨୦ ଦିନ ଧରି ୩%ରୁ କମ୍ ରହିଛି

ଏପର୍ଯ୍ୟନ୍ତ ୪୩ କୋଟିରୁ ଅଧିକ କୋଭିଡ ପରୀକ୍ଷଣ ହୋଇସାରିଲାଣି

Posted On: 11 JUL 2021 10:08AM by PIB Bhubaneshwar

ଭାରତର ସମୁଦାୟ ଟିକାକରଣ କଭରେଜ ୩୭.୬୦ କୋଟି ଅତିକ୍ରମ କରିଛି । ସକାଳ ୭ ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୪୮,୩୩,୭୯୭ ସେସନରେ ସମୁଦାୟ ୩୭,୬୦,୩୨,୫୮୬ ଟିକା ଡୋଜ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟାରେ ୩୭,୨୩,୩୬୭ ଟିକା ଡୋଜ ପ୍ରଦାନ କରାଯାଇଛି ।   

ଏଥିରେ ସାମିଲ ରହିଛି :

ଏଚସିଡବ୍ଲୁ

ପ୍ରଥମ ଡୋଜ

,୦୨,୪୭,୮୬୨

ଦ୍ୱିତୀୟ ଡୋଜ

୭୪,୦୨,୦୯୮

ଏଫଏଲଡବ୍ଲୁ

ପ୍ରଥମ ଡୋଜ

୧,୭୬,୬୪,୦୭୫

ଦ୍ୱିତୀୟ ଡୋଜ

୯୮,୯୧,୦୫୦

୧୮-୪୪ ବୟସ ବର୍ଗ

ପ୍ରଥମ ଡୋଜ

୧୧,୧୮,୧୯,୫୭୦

ଦ୍ୱିତୀୟ ଡୋଜ

୩୭,୦୧,୬୯୨

୪୫-୫୯ ବୟସ ବର୍ଗ

ପ୍ରଥମ ଡୋଜ

୯,୩୩,୬୬,୨୩୦

ଦ୍ୱିତୀୟ ଡୋଜ

୨,୩୫,୫୩,୯୮୮

୬୦ରୁ ଅଧିକ ବୟସ

ପ୍ରଥମ ଡୋଜ

୭,୦୦,୭୩,୭୬୧

ଦ୍ୱିତୀୟ ଡୋଜ

୨,୮୩, ୧୨, ୨୬୦

ସମୁଦାୟ

୩୭,୬୦,୩୨,୫୮୬

 

ଜୁନ ୧, ୨୦୨୧ରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ସାରା ଦେଶରେ କୋଭିଡ-୧୯ ଟିକାକରଣର ଗତି ଓ ସୁଯୋଗ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଭାରତରେ ଗତ ୨୪ ଘଣ୍ଟାରେ ୪୧, ୫୦୬ ନୂଆ ମାମଲା ଚିହ୍ନଟ ହୋଇଛି ।

ଲଗାତର ୧୪ ଦିନ ଧରି ଦୈନିକ ନୂଆ ମାମଲା ସଂଖ୍ୟା ୫୦,୦୦୦ରୁ କମ ରହିଛି । ଏହା କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମିଳିତ ଓ ନିରନ୍ତର ପ୍ରୟାସର ଫଳ ।

https://static.pib.gov.in/WriteReadData/userfiles/image/image0018IN2.jpg

ଭାରତର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪,୫୪,୧୧୮ ରହିଛି ଓ ଦେଶର ସମୁଦାୟ ଆକ୍ରାନ୍ତ ସଂଖ୍ୟାର ଏହା ୧.୪୭ ପ୍ରତିଶତ ।

https://static.pib.gov.in/WriteReadData/userfiles/image/image0020V7O.jpg

ମହାମାରୀ ଆରମ୍ଭ ଦିନରୁ ୨,୯୯,୭୫,୦୬୪ କୋଭିଡ- ୧୯ରୁ ଆରୋଗ୍ୟ ଲାଭ କରି ସାରିଲେଣି ଓ ଗତ ୨୪ ଘଣ୍ଟାରେ ୪୧,୫୨୬ ରୋଗୀ ସୁସ୍ଥ ହୋଇଛନ୍ତି । ସମୁଦାୟ ଆରୋଗ୍ୟ ହାର ୯୭.୨୦ ପ୍ରତିଶତ ରହିଛି, ଯାହା ନିରନ୍ତର ବର୍ଦ୍ଧିତ ହାରକୁ ଦର୍ଶାଉଛି ।

https://static.pib.gov.in/WriteReadData/userfiles/image/image0033W56.jpg

ଦେଶର ପରୀକ୍ଷଣ କ୍ଷମତା ଆଖିଦୃଶିଆ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ସମୁଦାୟ ୧୮,୪୩,୫୦୦ ପରୀକ୍ଷଣ ହୋଇଛି । ସାମଗ୍ରିକ ଭାବେ ଭାରତରେ ଏପର୍ଯ୍ୟନ୍ତ ୪୩ କୋଟିରୁ ଅଧିକ (୪୩,୦୮,୮୫,୪୭୦) କୋଭିଡ ପରୀକ୍ଷଣ ହୋଇ ସାରିଲାଣି ।

ଗୋଟିଏ ପଟେ ଦେଶରେ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭ ହାର କ୍ରମାଗତ ଭାବେ ହ୍ରାସ ପାଉଛି । ସାପ୍ତାହିକ ପଜିଟିଭ ହାର ଏବେ ୨.୩୨% ଥିବା ବେଳେ ଦୈନିକ ପଜିଟିଭ ହାର ୨.୨୫ ପ୍ରତିଶତ ରହିଛି । ଲଗାତର ୨୦ ଦିନ ଧରି ଦୈନିକ ପଜିଟିଭ ହାର ୩%ରୁ କମ୍ ରହିଛି ଓ ଲଗାତର ୩୪ ଦିନ ଧରି ପଜିଟିଭ ହାର ୫ ପ୍ରତିଶତରୁ କମ ରହିଛି ।

https://static.pib.gov.in/WriteReadData/userfiles/image/image004JLRT.jpg

SR



(Release ID: 1734619) Visitor Counter : 222