ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାନ ଚଳଚିତ୍ର ତାରକା ଦିଲ୍ଲୀପ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 07 JUL 2021 9:02AM by PIB Bhubaneswar

ମହାନ ଚଳଚିତ୍ର ତାରକା ଦିଲ୍ଲୀପ କୁମାର ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ବିୟୋଗ ଆମ ପାଇଁ ବିରାଟ କ୍ଷତି ବୋଲି କହିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଦିଲୀପ କୁମାର ଜୀଙ୍କୁ ସଦା ସର୍ବଦା ସିନେ ଜଗତର କିମ୍ବଦନ୍ତୀ ଭାବରେ ସ୍ମରଣ କରାଯିବ । ସେ ଅପୂର୍ବ ପ୍ରତିଭାର ଅଧିକାରୀ ଥିଲେ, ଯାହା ପିଢି ପରେ ପିଢିର ଦର୍ଶକଙ୍କୁ ଆକର୍ଷିତ କରୁଥିଲା । ତାଙ୍କ ପରିବାର, ବନ୍ଧୁ ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ସମବେଦନା । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଓ ସଦଗତି ପ୍ରଦାନ କରନ୍ତୁ” ।

 

**********

TRP/


(ରିଲିଜ ଆଡି: 1733318) ପରିଦର୍ଶକ କାଉଣ୍ଟର : 227