ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୩.୫୭ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟାରେ ୪୮,୭୮୬ ନୂଆ କରୋନା ମାମଲା ଚିହ୍ନଟ, କ୍ରମାଗତ ଚାରି ଦିନ ଧରି ନୂଆ ମାମଲା ୫୦ ହଜାର ତଳେ

ଭାରତରେ ସକ୍ରିୟ ମାମଲା (୫,୨୩,୨୫୭) ମୋଟ ପଜିଟିଭ୍ ମାମଲାର ମାତ୍ର ୧.୭୨%

ଦୈନିକ ପଜିଟିଭିଟି ହାର (୨.୫୪%) ଗତ ୨୪ ଦିନ ଧରି ୫% ତଳେ ରହିଛି

Posted On: 01 JUL 2021 10:16AM by PIB Bhubaneshwar

ଭାରତରେ ମୋଟ ଟିକାକରଣ ଗତକାଲି ୩୩.୫୭ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୪,୭୫,୭୯୧ ସେସନରେ ମୋଟ ୩୩,୫୭,୧୬,୦୧୯ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୨୭,୬୦,୩୪୫ ଡୋଜ୍ ଟିକା ଦିଆଯାଇଛି ।

 

 

HCWs

1st Dose

1,02,12,078

2nd Dose

72,56,031

FLWs

1st Dose

1,75,12,765

2nd Dose

95,16,814

Age Group 18-44 years

1st Dose

9,16,00,418

2nd Dose

21,82,234

Age Group 45-59 years

1st Dose

8,86,47,056

2nd Dose

1,63,14,943

Over 60 years

1st Dose

6,81,27,563

2nd Dose

2,43,46,117

Total

33,57,16,019

୨୦୨୧ ଜୁନ୍ ୨୧ ତାରିଖରୁ ଦେଶବ୍ୟାପୀ କୋଭିଡ-୧୯ ଟିକାକରଣର ସରଳୀକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ ଓ ବ୍ୟାପକ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଗତ ୨୪ ଘଣ୍ଟାରେ ଭାରତରେ ମୋଟ ୪୮,୭୮୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ଚାରି ଦିନ ଧରି କ୍ରମାଗତ ଭାବେ ଭାରତରେ ୫୦ ହଜାରରୁ କମ୍ ଦୈନିକ ନୂଆ ମାମଲା ଆସୁଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001YK2W.jpg

ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଦେଶରେ ଆଜି ସକ୍ରିୟ ମାମଲା ରହିଛି ୫,୨୩,୨୫୭ ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧୩,୮୦୭ ହ୍ରାସ ହୋଇଛି ଏବଂ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧.୭୨% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image002C2IE.jpg

କୋଭିଡ-୧୯ ସଂକ୍ରମଣରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୪୯ ଦିନ ଧରି କ୍ରମାଗତ ଭାବେ ଦୈନିକ ସଂକ୍ରମଣ ସଂଖ୍ୟାକୁ ଦୈନିକ ସୁସ୍ଥଙ୍କ ସଂଖ୍ୟା ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧,୫୮୮ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୧୨ ହଜାର (୧୨,୮୦୨)ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।         

https://static.pib.gov.in/WriteReadData/userfiles/image/image0038FIS.jpg

ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ଦେଶରେ କୋଭିଡ-୧୯ ସଂକ୍ରମଣରୁ ମୋଟ ୨,୯୪,୮୮,୯୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୬୧,୫୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମୋଟ ସୁସ୍ଥତା ହାର ରହିଛି ୯୬.୯୭% ଏବଂ ଏହା କ୍ରମେ ବୃଦ୍ଧି ପାଇବାରେ ଲାଗିଛି ।

https://static.pib.gov.in/WriteReadData/userfiles/image/image004LU8R.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୯,୨୧,୪୫୦ ଟେଷ୍ଟ କରାଯାଇଛି । ମୋଟ ଉପରେ ଭାରତରେ ୪୧.୨୦ କୋଟି (୪୧,୨୦,୨୧,୪୯୪)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ଅନ୍ୟ ପକ୍ଷରେ ପରିଲକ୍ଷିିତ ହୋଇଛି । ସାପ୍ତାହିକ ପଜିଟିିଟି ହାର ଏବେ ୨.୬୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୫୪% । ଦୈନିକ ପଜିଟିଭିଟି ହାର ଗତ ୨୪ ଦିନ ଧରି ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image0050C9J.jpg

SR



(Release ID: 1732062) Visitor Counter : 197