ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ପୁନର୍ବିନ୍ୟାସ ହୋଇଥିବା ଆବଂଟନ କ୍ଷେତ୍ର ଯୋଜନାକୁ କ୍ୟାବିନେଟର ଅନୁମୋଦନ: ଏକ ସଂସ୍କାର ଭିତିକ ତଥା ଫଳାଫଳ ସଂଯୁକ୍ତ ଯୋଜନା

Posted On: 30 JUN 2021 4:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏକ ସଂସ୍କାର ଭିତିକ ତଥା ପୁନର୍ବିନ୍ୟାସ ହୋଇଥିବା ଆବଂଟନ କ୍ଷେତ୍ର ଯୋଜନାକୁ ଅନୁମୋଦନ କରିଛି । ଯୋଗାଣ ଭିତିଭୂମୀକୁ ସୁଦୃଢ କରିବା ନିମନ୍ତେ ଘରୋଇ କ୍ଷେତ୍ରର ଡିସକମଗୁଡିକ ବ୍ୟତୀତ ଅନ୍ୟ ସମସ୍ତ ଡିସକମ୍ ଏବଂ ଶକ୍ତି ବିଭାଗର ଆର୍ଥିକ ଦୀର୍ଘସ୍ଥାୟିତ୍ୱ ତଥା ପରିଚାଳନାଗତ ଦକ୍ଷତା ବୃଦ୍ଧି ଏହି ଯୋଜନାର ଉଦ୍ଦେଶ୍ୟ । ଆର୍ଥିକ ଉନ୍ନତି ସହିତ ଜଡିତ ସହମତିଭିତିକ ମୂଲ୍ୟାୟନ ଢାଂଚା ଭିତିରେ ଡିସକମ୍ ଦ୍ୱାରା ସର୍ବନିମ୍ନ ମୌଳିକ ମାନକ ହାସଲ ସହ ପ୍ରାକ୍ ଯୋଗ୍ୟତା ହାସଲ ମାପଦଣ୍ଡ ଆବଶ୍ୟକତା ପୂରଣ ଉପରେ ଏହି ସହାୟତା ଆଧାରିତ ହେବ । “ଏକ ସବୁଆଡକୁ ସୁହାଇବା” ଆଭିମୁଖ୍ୟ ପରିବର୍ତେ ପ୍ରତ୍ୟେକ ରାଜ୍ୟ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପୃଥକ କ୍ରିୟାନ୍ୱୟନ ଯୋଜନା ଉପରେ ଏହି ଯୋଜନାର କାର୍ଯ୍ୟକାରିତା ଆଧାରିତ ହେବ । 
ଏହି ଯୋଜନାର ବାବଦକୁ ୩,୦୩,୭୫୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ କେନ୍ଦ୍ର ସରକାର ଜିବିଏସ୍ ଆକାରରେ ୯୭,୬୩୧ କୋଟି ଟଙ୍କା ଯୋଗାଇ ଦେବେ । କେନ୍ଦ୍ରଶାସିତ ଅଂଚଳ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ପାଇଁ ପିଏମଡିପି-୨୦୧୫ ସହିତ ଆଇପିଡିଏସ୍‌, ଡିଡିୟୁଜିଜେୱାଇ ଭଳି ଯୋଜନା ଅଧିନରେ ଚାଲିଥିବା ଅନୁମୋଦିତ ପ୍ରକଳ୍ପଗୁଡିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ପ୍ରସ୍ତାବ ରଖାଯାଇଛି ଏବଂ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବର୍ତମାନର ନିୟମ ଓ ସର୍ତ ଅଧିନରେ ସେସବୁର ଜିବିଏସ୍ ବାବଦ ସଂଚୟ ପ୍ରାୟ ୧୭,୦୦୦ କୋଟି ଟଙ୍କା ଏହି ପୁନର୍ବିନ୍ୟାସ ହୋଇଥିବା ଆବଂଟନ କ୍ଷେତ୍ର ଯୋଜନାର ମୋଟ ବ୍ୟୟ ଅଟକଳର ଏକ ଅଂଶ ଭାବେ ବିବେଚନା କରାଯିବ । ଏହି ଯୋଜନା ପାଇଁ ରଖାଯାଇଥିବା ଅର୍ଥକୁ ଆଇପିଡିଏସ୍ ଅଧିନରେ ଚିହ୍ନିତ ପ୍ରକଳ୍ପଗୁଡିକ ସହିତ କେନ୍ଦ୍‌୍ରଶାସିତ ଅଂଚଳ ଜମ୍ମୁ କାଶ୍ମୀର ଓ ଲଦାଖ ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ଯୋଜନା (ପିଏମଡିପି) ଅନ୍ତର୍ଗତ ଆଇପିଡିଏସ୍ ଏବଂ ଡିଡିୟୁଜିଜେୱାଇ ଭଳି ଜାରିଥିବା ଅନୁମୋଦିତ ପ୍ରକଳ୍ପଗୁଡିକ ପାଇଁ ୨୦୨୩ ମସିହା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବଧ ହେବ ।
ସର୍ବନିମ୍ନ ମୌଳିକ ମାନକ ହାସଲ କରିବା ଏବଂ ପ୍ରାକ୍ ଯୋଗ୍ୟତା ହାସଲ ମାପଦଣ୍ଡ ପୂରଣ ଉପରେ ଆଧାରିତ ଯୋଗାଣ ଭିତିଭୂମୀ ସୁଦୃଢୀକରଣ ପାଇଁ ଡିସକମଗୁଡିକୁ ଫଳାଫଳ ସଂଯୁକ୍ତ ଆର୍ଥିକ ସହାୟତା ଯୋଗାଣ ଦ୍ୱାରା ପରିଚାଳନାଗତ ଦକ୍ଷତା ଓ ଆର୍ଥିକ ଦୀର୍ଘସ୍ଥାୟିତ୍ୱ ବୃଦ୍ଧି ପୁନର୍ବିନ୍ୟାସ ହୋଇଥିବା ଏହି ବିତରଣ କ୍ଷେତ୍ର ଯୋଜନାର ଲକ୍ଷ୍ୟ । ଏହି ଯୋଜନା ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବଳବତର ରହିବ । ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଆନୁଷଙ୍ଗିକ ସୁବିଧା ପ୍ରଦାନ ନିମନ୍ତେ ଆରଇସି ଓ ପିଏଫସିକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି ।
ଯୋଜନାର ଉଦ୍ଦେଶ୍ୟ
୨୦୨୪-୨୫ ସୁଦ୍ଧା ସର୍ବଭାରତୀୟ ସ୍ତରରେ ଏଟି ଆଣ୍ଡ ସି କ୍ଷତି ୧୨-୧୫%କୁ ହ୍ରାସ
୨୦୨୪-୨୫ ସୁଦ୍ଧା ଏସିଏସ-ଏଆରଆର ବ୍ୟବଧାନ ଶୂନ୍ୟକୁ ହ୍ରାସ ।
ଆଧୁନିକ ଡିସକମକଗୁଡିକ ନିମନ୍ତେ ସଂସ୍ଥାଗତ କ୍ଷମତା ବିକାଶ
ଆର୍ଥିକ ଦୃଷ୍ଟିରୁ ଏକ ଦୀର୍ଘସ୍ଥାୟୀ ଏବଂ ପରିଚାଳନା ଦୃଷ୍ଟିରୁ ଦକ୍ଷ ବିତରଣ କ୍ଷେତ୍ର ଜରିଆରେ ଉପଭୋକ୍ତାମାନଙ୍କୁ ଶକ୍ତି ଯୋଗାଣରେ ଗୁଣବତା, ବିଶ୍ୱସନୀୟତା, ଏବଂ ସହଜଲବଧତାରେ ଉନ୍ନତି ।
ବିସ୍ତୃତ ବିବରଣୀ
ଏଟି ଆଣ୍ଡ ସି କ୍ଷତି, ଏସିଏସ୍‌-ଏଆରଆର ବ୍ୟବଧାନ, ଭିତିଭୂମୀ ଉନ୍ନୀତକରଣ ବାବଦ ପ୍ରଦର୍ଶନ, ଉପଭୋକ୍ତା ସେବା, ଯୋଗାଣ ନିର୍ଘଂଟ, କର୍ପୋରେଟ ଶାସନ ଆଦି ସହମତି ଭିତିକ ଏବଂ ପୂର୍ବ ନିର୍ଦ୍ଧାରିତ ପ୍ରଦର୍ଶନ ଆକଳନ ଅନୁଯାୟୀ ଡିସକମଗୁଡିକର ପ୍ରଦର୍ଶନ ଆଶାନୁରୂପ ହେଉଛି କି ନାହିଁ ତା’ର ବାର୍ଷିକ ମୂଲ୍ୟାୟନ ପାଇଁ ଏହି ଯୋଜନାରେ ବ୍ୟବସ୍ଥା ରହିଛି । ସେହିବର୍ଷ ଯୋଜନା ନିମନ୍ତେ ପାଣ୍ଠି ହାସଲ ପାଇଁ ଯୋଗ୍ୟତା ହାସଲ କରିବାକୁ ଡିସକମଗୁଡିକୁ ଅନ୍ୟୁନ୍ୟ ୬୦% ନମ୍ବର ରଖିବାକୁ ପଡିବ ଏବଂ କେତେକ ନିର୍ଦ୍ଦିଷ୍ଟ ମାନକର ସର୍ବନିମ୍ନ ପ୍ରତିବନ୍ଧକକୁ ଅତିକ୍ରମ କରିବାକୁ ପଡିବ ।
କୃଷକମାନଙ୍କ ପାଇଁ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ଉନ୍ନତି ଏବଂ କୃଷି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ଫିଡରଗୁଡିକର ସୌରଶକ୍ତିକରଣ ଜରିଆରେ ସେମାନଙ୍କୁ ଦିବାକାଳରେ ବିଦ୍ୟୁତ ଯୋଗାଣ ଉପରେ ଏହି ଯୋଜନା ଅଧିକ ଗୁରୁତ୍ୱ ଦେଉଛି । ଏହି ଯୋଜନା ଅଧିନରେ ପ୍ରାୟ ୨୦,୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦,୦୦୦ କୃଷିକ୍ଷେତ୍ରର ବିଦ୍ୟୁତ୍ ଫିଡରଗୁଡିକର ପୃଥକୀକରଣ କାର୍ଯ୍ୟ ସମ୍ପାଦିତ ହେବ, ଏବଂ ଏହା କୃଷକମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ, ଯେଉଁମାନେ ନିର୍ଭରଶୀଳ ଏବଂ ଗୁଣବତାସମ୍ପନ୍ନ ଉର୍ଜା ଯୋଗାଉଥିବା ଉତ୍ସର୍ଗୀକୃତ କୃଷିକ୍ଷେତ୍ରର ବିଦ୍ୟୁତ ଫିଡରର ସୁବିଧା ପାଇପାରିବେ । ଏହି ଯୋଜନା ପ୍ରଧାନମନ୍ତ୍ରୀ ଉର୍ଜା ସୁରକ୍ଷା ଏବଂ ଉତଥାନ ମହା ଅଭିଯାନ (ପିଏମ-କୁସୁମ) ଯୋଜନା ସହ ମିଶି କାର୍ଯ୍ୟ କରିବ, ଯାହା ସମସ୍ତ କୃଷି କ୍ଷେତ୍ରର ବିଦ୍ୟୁତ ଫିଡରଗୁଡିକର ସୌରକରଣ କରିବା ସହ, କୃଷକମାନଙ୍କୁ ଅତିରିକ୍ତ ଆୟ ପାଇଁ ସୁଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି ।
ପ୍ରିପେଡ ସ୍ମାର୍ଟ ମିଟରିଂ ମାଧ୍ୟମରେ ସରକାରୀ-ଘରୋଇ ଭାଗିଦାରୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଉପଭୋକ୍ତା ସଶକ୍ତିକରଣକୁ ସକ୍ଷମ କରିବା ହେଉଛି ଏହି ଯୋଜନାର ପ୍ରମୁଖ ବିଶେଷତା । ଏହା ଦ୍ୱାରା ସ୍ମାର୍ଟ ମିଟର ଉପଭୋକ୍ତା ମାସିକ ଆଧାର ପରିବର୍ତେ ନିୟମିତ ଅଧାରରେ ନିଜର ବିଜୁଳି ବ୍ୟବହାରର ତଦାରଖ କରିପାରିବେ, ଯାହା ସେମାନେ ନିଜର ଆବଶ୍ୟକତା ତଥା ବିଦ୍ୟୁତ ଶକ୍ତିର ଉପଲବଧତା ଆଧାରରେ ଏହାର ଉପଯୋଗ କରିପାରିବେ । ଏହି ଯୋଜନାର ସମ୍ପୁର୍ଣ୍ଣ ଅବଧି କାଳରେ ୨୫ କୋଟି ସ୍ମାର୍ଟ ମିଟର ସ୍ଥାପନ କରିବା ପାଇଁ ଲକ୍ଷ୍ୟ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରି ପେଡ୍ ସ୍ମାର୍ଟ ମିଟର ସ୍ଥାପନ ପାଇଁ ଅଗ୍ରାଧିକାର ଦିଆଯିବ, ଅଗ୍ରାଧିକାର କ୍ଷେତ୍ରଗୁଡିକ ହେଲା (କ) ୧୫%ଏଟି ଆଣ୍ଡ ସି କ୍ଷତି ସହିତ ୫୦୦ ଅମୃତ ସହରର ସମସ୍ତ ବିଦ୍ୟୁତ ମଣ୍ଡଳ (ଖ) ସମସ୍ତ କେନ୍ଦ୍ରଶାସିତ ଅଂଚଳ (ଗ) ଏମଏସଏମଇ ଏବଂ ଅନ୍ୟ ସମସ୍ତ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ଉପଭୋକ୍ତା (ଘ) ବ୍ଲକ ସ୍ତର ଏବଂ ତଦୁର୍ଦ୍ଧ ସମସ୍ତ ସରକାରୀ କାର୍ଯ୍ୟାଳୟ (ଙ) ଅତ୍ୟଧିକ କ୍ଷତି ଘଟୁଥିବା ଅନ୍ୟାନ୍ୟ କ୍ଷେତ୍ର । ପ୍ରଥମ ପର୍ଯ୍ୟାୟରେ ୨୦୨୩ ଡିସେମ୍ବର ସୁଦ୍ଧା ୧୦ କୋଟି ପ୍ରି ପେଡ ସ୍ମାର୍ଟ ମିଟର ସ୍ଥାପନାର ପ୍ରସ୍ତାବ ରହିଛି । ପ୍ରିପେଡ ସ୍ମାର୍ଟ ମିଟର ସ୍ଥାପନାର ଅଗ୍ରଗତୀ ଉପରେ ଖୁବ ନିକଟରୁ ତଦାରଖ କରାଯିବ, ବିଶେଷକରି ସରକାରୀ କାର୍ଯ୍ୟାଳୟଗୁଡିକରେ ଅଧିକ ଦୃଷ୍ଟି ଦିଆଯିବ ଯାହାଦ୍ୱାରା ସମୟବଦ୍ଧ ଭାବେ ଏସବୁର ସ୍ଥାପନା କରାଯାଇପାରିବ ।
କୃଷି ବିଦ୍ୟୁତ ସଂଯୋଗଗୁଡିକର ବିକ୍ଷିପ୍ତ ସ୍ଥିତି ଏବଂ ଜନବସତିଠାରୁ ସେଗୁଡିକର ଦୂରତ୍ୱକୁ ଦୃଷ୍ଟିରେ ରଖି କେବଳ ଫିଡର ମିଟର ମାଧ୍ୟମରେ କୃଷି ପାଇଁ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯିବ । 
ଉପଭୋକ୍ତାମାନଙ୍କ ନିମନ୍ତେ ପ୍ରିପେଡ ସ୍ମାର୍ଟ ମିଟର ସ୍ଥାପନକୁ ସମୟବଦ୍ଧଭାବେ କାର୍ଯ୍ୟକାରୀ କରାଯିବା ସହିତ ସରକାରୀ ଘରୋଇ ଭାଗିଦାରୀ ଆକାରରେ ସଂଚାର ସୁବିଧା ସହିତ ଫିଡର ଏବଂ ଡିଷ୍ଟ୍ରିବ୍ୟୁସନ ଟ୍ରାନଫର୍ମର (ଡିଟି) ସ୍ତରରେ ସିଷ୍ଟମ ମିଟରିଂ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । 
ସିଷ୍ଟମ ମିଟର, ପ୍ରି ପେଡ ସ୍ମାର୍ଟ ମିଟର ସହିତ ଆଇଟି/ଓଟି ଉପକରଣ ମାଧ୍ୟମରେ ଉତ୍ପନ୍ନ ହେଉଥିବା ଡାଟାର ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନସର ଉପଯୋଗ କରାଯିବ, ଯାହାଫଳରେ ପ୍ରତ୍ୟେକ ମାସରେ ସିଷ୍ଟମ ଦ୍ୱାରା ସୃଷ୍ଟ ଏନର୍ଜି ବିବରଣୀ ରିପୋର୍ଟ ପ୍ରସ୍ତୁତ କରାଯାଇପାରିବ ଏବଂ ଏହା ମାଧ୍ୟମରେ ଡିସକମର କ୍ଷତି ହ୍ରାସ ପାଇବା ସହିତ ଚାହିଦା ଆକଳନ, ଦିନର ସମୟ (ଟିଓଡି) ଶୁଳ୍କ, ନବୀକରଣୀୟ ଶକ୍ତି (ଆରଇ) ଏକୀକରଣ ଏବଂ ଅନ୍ୟାନ୍ୟ ସମ୍ଭାବିତ ବିଶ୍ଳେଷଣ ଉପରେ ନିଷ୍ପତି ନେବା ପାଇଁ ଡିସକମକୁ ସକ୍ଷମ କରିପାରିବ । ଏହା ଡିସକମଗୁଡିକର ପରିଚାଳନା ଦକ୍ଷତା ଓ ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ । ଏହି ଯୋଜନା ବାବଦ ଅର୍ଥ ବିତରଣ କ୍ଷେତ୍ରରେ ଆର୍ଟିଫିସିଆଲ ଇଂଟେଲିଜେନସର ବ୍ୟବହାର ସମ୍ପର୍କିତ ଅନୁପ୍ରୟୋଗର ବିକାଶ ପାଇଁ ମଧ୍ୟ ବିନିଯୋଗ କରାଯିବ । ଏହା ସମଗ୍ର ଦେଶରେ ବିତରଣ କ୍ଷେତ୍ରରେ ଷ୍ଟାର୍ଟଅପ୍ ଗୁଡିକର ବିକାଶକୁ ପ୍ରୋତ୍ସାହନ ଯୋଗାଇ ଦେବ । 
ପ୍ରମୁଖ ଉପାଦାନ:
-    ଉପଭୋକ୍ତା ମିଟର ଏବଂ ସିଷ୍ଟମ ମିଟର
-    କୃଷି ଉପଭୋକ୍ତା ବ୍ୟତିିତ ଅନ୍ୟ ସମସ୍ତ ଉପଭୋକ୍ତାଙ୍କ ପାଇଁ ପ୍ରିପେଡ ସ୍ମାର୍ଟ ମିଟର 
-    ପ୍ରିପେଡ ସ୍ମାର୍ଟ ମିଟରିଂ ବ୍ୟବସ୍ଥା ଅଧିନରେ ୨୫ କୋଟି ଉପଭୋକ୍ତାଙ୍କୁ ସାମିଲ କରାଯିବ ।
-    ପ୍ରିପେଡ ସ୍ମାର୍ଟ ମିଟରିଂ ପାଇଁ ସହରାଂଚଳ, କେନ୍ଦ୍ରଶାସିତ ଅଂଚଳ, ଅମୃତ ସହର ଏବଂ ମାତ୍ରାଧିକ କ୍ଷତି ଘଟାଉଥିବା ଅଂଚଳଗୁଡିକ ଉପରେ ପ୍ରାଥମିକତା ଦିଆଯାଇ ୨୦୨୩ ସୁଦ୍ଧା ୧୦ କୋଟି ପ୍ରିପେଡ ସ୍ମାର୍ଟ ମିଟର ସ୍ଥାପନା, ଅବଶିଷ୍ଟଗୁଡିକ ପର୍ଯ୍ୟାୟକ୍ରମେ ସ୍ଥାପନ କରାଯିବ ।
-    ଶକ୍ତି ବିବରଣୀ ସମ୍ପନ୍ନ କରିବା ପାଇଁ ସମସ୍ତ ଫିଡର ଓ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନସଫର୍ମରଗୁଡିକୁ ଯୋଗାଯୋଗଯୋଗ୍ୟ ଏଏମଆଇ ମିଟର ଯୋଗାଇ ଦିଆଯିବ, ଯାହାଫଳରେ ଉତମ ଯୋଜନା ପ୍ରସ୍ତୁତ ହୋଇ ଡିସକମଗୁଡିକର କ୍ଷତି ହ୍ରାସ ପାଇବ । 
-    ପ୍ରିପେଡ ସ୍ମାର୍ଟ ମିଟର ସ୍ଥାପନା ଡିସକମଗୁଡିକୁ ସେମାନଙ୍କର ପରିଚାଳନାଗତ ଦକ୍ଷତାରେ ଉନ୍ନତି ଆଣିବାରେ ସହାୟକ ହେବା ସହିତ ଉପଭୋକ୍ତମାନଙ୍କୁ ଉତମ ସେବା ଯୋଗାଇଦେବା ନିମନ୍ତେ ଡିସକମଗୁଡିକୁ ସୁଦୃଢ କରିବ ।
ଫିଡରର ପୃଥକୀକରଣ
-    ଏହି ଯୋଜନା ପୃଥକୀକରଣ ହୋଇନଥିବା ଫିଡରଗୁଡିକର ପୃଥକୀକରଣ ପାଇଁ ପାଣ୍ଠିର ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀତ କରିଛି, ଯାହାଦ୍ୱାରା କୁସୁମ ଯୋଜନା ଅଧିନରେ ଏସବୁର ସୌରଶକ୍ତିକରଣ କରାଯାଇପ।।ରିବ ।
-    ଫିଡରଗୁଡିକର ସୌରଶକ୍ତିକରଣ ଦ୍ୱାରା ଜଳସେଚନ ନିମନ୍ତେ ସୁଲଭ/ ନିଃଶୁଳ୍କ ଦିନ ସମୟର ଉର୍ଜା ଉପଲବଧ ହୋଇପାରିବ ଏବଂ କୃଷକମାନଙ୍କ ପାଇଁ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି ହେବ ।
ସହରାଂଚଳରେ ବିତରଣ ବ୍ୟବସ୍ଥାର ଆଧୁନିକୀକରଣ
-    ସମସ୍ତ ସହରାଂଚଳରେ ନିରୀକ୍ଷଣାତ୍ମକ ନିୟନ୍ତ୍ରଣ ଏବଂ ଡାଟା ସଂଗ୍ରହ (ଏସସିଏଡିଏ)
-    ୧୦୦ଟି ସହରାଂଚଳ କେନ୍ଦ୍ରରେ ଡିଏମଏସ
-    ଗ୍ରାମାଂଚଳ ଓ ସହରାଂଚଳ ସିଷ୍ଟମ ସୁଦୃଢୀକରଣ
ସ୍ୱତନ୍ତ୍ର ପାହ୍ୟା ରାଜ୍ୟଗୁଡିକ ପାଇଁ ବ୍ୟବସ୍ଥା:
ଉତର ପୂର୍ବାଂଚଳ ରାଜ୍ୟ ସିକ୍କିମ ଏବଂ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଭାବରେ ବିବେଚନା କରାଯିବ ।
ପ୍ରିପେଡ ସ୍ମାର୍ଟ ମିଟରିଂ ନିମନ୍ତେ ମିଳିଥିବା ୯୦୦ କୋଟି ଟଙ୍କାର ଅନୁଦାନ କିମ୍ବା ଉପଭୋକ୍ତା ମିଟର ପିଛା ଖର୍ଚ୍ଚର ୧୫%, ଏଥିମଧ୍ୟରୁ ଯେଉଁଟି କମ୍ ତାହା ହିଁ ସମ୍ପୁର୍ଣ୍ଣ ପ୍ରକଳ୍ପ ପାଇଁ ସ୍ଥିର କରାଯାଇଛି ଏବଂ ଏହା “ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ବ୍ୟତୀତ” ଅନ୍ୟାନ୍ୟ ରାଜ୍ୟ ପାଇଁ ଉପଲବଧ ହେବ । ସ୍ୱତନ୍ତ୍ର ପାହ୍ୟା ରାଜ୍ୟଗୁଡିକ ନିମନ୍ତେ ପରବର୍ତୀ ଅନୁଦାନ ବାବଦରେ ୧୩୫୦ କୋଟି ଟଙ୍କା କିମ୍ବା ଉପଭୋକ୍ତା ପିଛା ଖର୍ଚ୍ଚର ୨୨.୫%, ଏଥିମଧ୍ୟରୁ ଯେଉଁଟି କମ୍ ତାହା ହିଁ ପ୍ରଦାନ କରାଯିବ । ଏହାଛଡା ଡିସକମଗୁଡିକ ଯଦି ୨୦୨୩ ମସିହା ଡିସେମ୍ବର ସୁଦ୍ଧା ନିର୍ଦ୍ଧାରିତ ସଂଖ୍ୟାର ସ୍ମାର୍ଟ ମିଟର ସ୍ଥାପନ କରନ୍ତି ତେବେ ପୂର୍ବରୁ ଉଲ୍ଲେଖ ହୋଇଥିବା ଅନୁଦାନର ୫୦% ଅତିରିକ୍ତ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଆକାରରେ ହାସଲ କରିପାରିବେ ।
ସ୍ମାର୍ଟ ମିଟରିଂ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ “ସ୍ୱତନ୍ତ୍ର ପାହ୍ୟା ବାହାରେ ଥିବା” ରାଜ୍ୟଗୁଡିକର ଡିସକମଗୁଡିକୁ ଅନୁମୋଦିତ ବ୍ୟୟର ସର୍ବାଧିକ ୬୦% ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିବାବେଳେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟଗୁଡିକର ଡିସକମଗୁଡିକ ନିମନ୍ତେ ସର୍ବାଧିକ ଆର୍ଥିକ ସହାୟତା ପରିମାଣ ହେବ ଅନୁମୋଦିତ ବ୍ୟୟର ୯୦% ।

JP



(Release ID: 1731759) Visitor Counter : 279