ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆ ପିଢ଼ିର ଅଗ୍ନି ପି ବାଲିଷ୍ଟିକ୍ ମିସାଇଲର ସଫଳତାପୂର୍ବକ ପ୍ରକ୍ଷେପଣ ପରୀକ୍ଷା କଲା ଡିଆରଡିଓ

Posted On: 28 JUN 2021 12:21PM by PIB Bhubaneshwar

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ୨୦୨୧ ଜୁନ୍ ୨୮ ପୂର୍ବାହ୍ନ ୧୦ଟା ୫୫ରେ ଓଡ଼ିଶାର ବାଲେଶ୍ୱର ତଟସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ନୂଆ ପିଢ଼ିର ପରମାଣୁ କ୍ଷମତାଶୀଳ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି ପିର ସଫଳତାପୂର୍ବକ ପ୍ରକ୍ଷେପଣ ପରୀକ୍ଷଣ କରିଛି । ପୂର୍ବତଟରେ ମୁତୟନ ବିଭିନ୍ନ ଟେଲିମେଟ୍ରି ଓ ରାଡାର ଷ୍ଟେସନ ଗୁଡ଼ିକ ମିସାଇଲ୍ ଉପରେ ନଜର ରଖିବା ସହ ଏହାକୁ ତଦାରଖ କରିଥିଲେ । ମିସାଇଲଟି ଉଚ୍ଚ ସ୍ତରର ସଠିକତା ସହ ସମସ୍ତ ମିଶନ ଉଦ୍ଦେଶ୍ୟକୁ ପୂରଣ କରିଛି ।

ଅଗ୍ନି ପି ହେଉଛି ଅଗ୍ନି ଶ୍ରେଣୀ ମିସାଇଲ ଗୁଡ଼ିକର ଏକ ନୂଆ ପିଢ଼ିର ବିକଶିତ ଭାରିଆଣ୍ଟ । ଏହି କାନିଷ୍ଟରାଇଜ୍ଡ ମିସାଇଲର ରେଞ୍ଜ୍ କ୍ଷମତା ୧,୦୦୦ ଓ ୨,୦୦୦ କିଲୋମିଟର ମଧ୍ୟରେ ରହିଛି ।

 

SR



(Release ID: 1730984) Visitor Counter : 378