ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୨ କୋଟି ଡୋଜର ମାଇଲଖୁଣ୍ଟ ଅତିକ୍ରମ କରିଛି

ଗତ ୨୪ ଘଣ୍ଟାରେ ୬୪.୨୫ ଲକ୍ଷ ଡୋଜ୍ ଟିକା ଦିଆଯାଇଛି

ଭାରତରେ ଗତ ୨୪ ଘଣ୍ଟାରେ ୫୦,୦୪୦ ନୂଆ କରୋନା ମାମଲା ଆସିଛି

ଭାରତର ସକ୍ରିୟ ମାମଲା ଆହୁରି ହ୍ରାସ ପାଇ ୫,୮୬,୪୦୩ରେ ପହଞ୍ଚିଛି

ଗତ ୪୫ ଦିନ ଧରି ଦୈନିକ ସଂକ୍ରମଣ ସଂଖ୍ୟା ଦୈନିକ ସୁସ୍ଥଙ୍କ ସଂଖ୍ୟାରୁ ପଛରେ ରହିଛି

ସୁସ୍ଥତା ହାର ୯୬.୭୫%କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ୨.୮୨% ରହିଛି, ଗତ ୨୦ ଦିନ ଧରି ଏହା ୫%ରୁ କମ୍ ରହିଛି

Posted On: 27 JUN 2021 11:27AM by PIB Bhubaneshwar

ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଭାରତରେ ମୋଟ କୋଭିଡ-୧୯ ଟିକାକରଣ ଗତକାଲି ୩୨ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୨,୭୯,୨୧୦ ସେସନରେ ମୋଟ ୩୨,୧୭,୬୦,୦୭୭ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪,୨୫,୮୯୩ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,01,96,091

2nd Dose

72,00,994

FLWs

1st Dose

1,74,36,514

2nd Dose

93,79,246

Age Group 18-44 years

1st Dose

8,34,29,067

2nd Dose

18,56,720

Age Group 45-59 years

1st Dose

8,68,82,578

2nd Dose

1,46,35,430

Over 60 years

1st Dose

6,74,40,309

2nd Dose

2,33,03,128

Total

32,17,60,077

୨୦୨୧ ଜୁନ୍ ୨୧ରୁ କୋଭିଡ-୧୯ ଟିକାକରଣର ବୈଶ୍ୱିକରଣର ଓ ସରଳୀକରଣ କରାଯାଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଭାରତରେ ଗତ ୨୪ ଘଣ୍ଟାରେ ୫୦,୦୪୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛଛି ।

ଗତ ୨୦ ଦିନ ଧରି ଦୈନିକ ୧ ଲକ୍ଷରୁ କମ୍ ନୂଆ ମାମଲା ଚିହ୍ନଟ ହୋଇଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟା ଯୋଗୁ ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001O42U.jpg

ଭାରତରେ ସକ୍ରିୟ କରୋନା ମାମଲାରେ କ୍ରମାଗତ ହ୍ରାସ ହେଉଛି । ଆଜି ଦେଶରେ ସକ୍ରିୟ ମାମଲା ରହିଛି ୫,୮୬,୪୦୩ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୯,୧୬୨ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ ମାମଲାର ୧.୯୪% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image0023F3K.jpg

ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେଉଥିବାରୁ ଗତ ୪୫ ଦିନ ଧରି ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟାରେ ୫୭,୯୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ମାମଲା ତୁଳନାରେ ପ୍ରାୟ ୮ ହଜାର (୭,୯୦୪) ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image0034R1I.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ୨,୯୨,୫୧,୦୨୯ ଜଣ ଆକ୍ରାନ୍ତ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୫୭,୯୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସୁସ୍ଥତା ହାର ୯୬.୭୫%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image0048K9V.jpg

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୭,୭୭,୩୦୯ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୪୦.୪୨ କୋଟି (୪୦,୪୨,୬୫,୧୦୧)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଉଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୯୧ % ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୮୨% । ଦୈନିନ ପଜିଟିଭିଟି ହାର ଗତ ୨୦ ଦିନ ଧରି ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image005IAOV.jpg

SR



(Release ID: 1730757) Visitor Counter : 226