ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଟୋକିଓ ଅଲିମ୍ପିକ୍ସ-୨୦୨୦ ଭାରତ ଟିମ୍ ପାଇଁ ବିଷୟବସ୍ତୁ ଭିତ୍ତିକ ସଙ୍ଗୀତ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ଦ୍ୱାରା ଉଦ୍‌ଘାଟିତ

ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୁଇଜ, ସେଲଫି ପଏଣ୍ଟ, ବକ୍ତୃତା ଓ ଆଲୋଚନା ଭଳି କାର୍ଯ୍ୟକ୍ରମ ଅଭିଯାନ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ

Posted On: 24 JUN 2021 12:33PM by PIB Bhubaneshwar

ଅଲିମ୍ପିକ୍ସ ଦିବସ ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜ୍ଜୁ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ବିଷୟବସ୍ତୁଭିତ୍ତିକ ସଙ୍ଗୀତ ଆଜି ନୂଆଦିଲ୍ଳୀଠାରେ ଉନ୍ମୋଚନ କରିଛନ୍ତି । ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ସଚିବ ଶ୍ରୀ ରବି ମିତ୍ତଲ, ଭାରତୀୟ ଅଲିମ୍ପିକ୍ସ ସଂଘ ସଭାପତି ଶ୍ରୀ ନରିନ୍ଦର ବାତ୍ରା, ମହାସଚିକ ରାଜୀବ ମେହେଟ୍ଟା, ସାଇର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି ସଙ୍ଗୀତକୁ ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ମୋହିତ ଚୌହ୍ୱାନ ସଂଯୋଜନା କରି ଗାୟନ କରିଥିବାବେଳେ ତାଙ୍କ ପତ୍ନୀ ଶ୍ରୀମତୀ ପ୍ରାର୍ଥନା ଗେହେଲେଟ ଏହାକୁ ରଚନା କରିଛନ୍ତି ।

ସଙ୍ଗୀତକୁ ଉନ୍ମୋଚନ କରି କ୍ରୀଡାମନ୍ତ୍ରୀ ଶ୍ରୀ କିରନ ରିଜିଜ୍ଜୁ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଚାହାଁନ୍ତି କି ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ପ୍ରତ୍ୟେକ କ୍ରୀଡାବିତ୍ ସମଗ୍ର ଦେଶବାସୀଙ୍କ ସମର୍ଥ ଓ ଉତ୍ସାହ ଲାଭ କରନ୍ତୁ  ।  ଆନୁଷ୍ଠାନିକ ଭାବେ ଆଜି ଉନ୍ମୋଚନ ଏହି ସଙ୍ଗୀତ  ଏ ଦିଗରେ ଏକ  ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଶକ୍ତି ଓ ଉତ୍ସାହ ବର୍ଦ୍ଧକ ସଙ୍ଗୀତକୁ ମୋହିତ ଚୌହ୍ୱାନ ଗାଇଛନ୍ତି । ଏହି ଗୀତର ଝଙ୍କାର ପ୍ରତ୍ୟେକ କ୍ରୀଡାବିତ୍‌ର ସ୍ୱପ୍ନକୁ ସାକାର କରି ଦେଶକୁ ବିଶ୍ୱର ସର୍ବୋଚ୍ଚ କ୍ରୀଡାମଂଚରେ ଗୌରବାନ୍ୱିତ କରିବ । କ୍ରୀଡା ମନ୍ତ୍ରଣାଳୟ ମଧ୍ୟ କୁହୁକ, ସେଲଫି ପଏଣ୍ଟ, ତର୍କ ଓ ଆଲୋଚନା ଭଳି କାର୍ଯ୍ୟକଳାପ ଜରିଆରେ ଚିୟର ଇଣ୍ଡିଆ ଅଭିଯାନକୁ ତ୍ୱରାନ୍ୱିତ କରିବ । ମୁଁ ପ୍ରତ୍ୟେକ ଭାରତବାସୀଙ୍କୁ ଆଗେଇ ଆସି ଦେଶର କ୍ରୀଡାବିତ୍‌ଙ୍କୁ ଉତ୍ସାହିତ କରିବାକୁ ନିବେଦନ କରୁଛି ।

ଭାରତୀୟ ଅଲିମ୍ପିକ ସଂଘ ସଭାପତି ଡକ୍ଟର ନରିନ୍ଦର ଧୃବ ବାତ୍ରା କହିଛନ୍ତି ଯେ ଏହି ଅଲିମ୍ପିକ ଗୀତ ଉଦ୍‌ଘାଟନ ସହ ମୁଁ ଚାହୁଛି ଆମର ସମସ୍ତ କ୍ରୀଡାବିତ୍ କେବଳ ଏହାକୁ ଏକ ଉତ୍ସାହବର୍ଦ୍ଧକ ସଙ୍ଗୀତଭାବେ ନିଅନ୍ତୁ ନାହିଁ । ଏହା ହେଉଛି ଦେଶର ଏକକୋଟି ୪୦ଲକ୍ଷ ଜନସାଧାରଣ  ଆପଣମାନଙ୍କ ନିମନ୍ତେ ସମବେତ ପ୍ରାର୍ଥନା। ମୋର ଦୃଢ ବିଶ୍ୱାସ ଯେ ଆପଣମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିବେ।

ଏହି ଅବସରରେ ଧନ୍ୟବାଦ ଅର୍ପଣ କରି ଭାରତୀୟ ଅଲିମ୍ପିକ୍ ସଂଘ ମହାସଚିବ  ଶ୍ରୀ ରାଜୀବ ମେହେଟ୍ଟା କହିଛନ୍ତି ଯେ “ସଙ୍ଗୀତର ବିଷୟବସ୍ତୁ ଖୁବ୍ ଉତ୍ସାହ ବର୍ଦ୍ଧକ ମୁଁ ଆଶାବାଦୀ ଯେ ଏହା କ୍ରୀଡାବିତ୍‌ମାନଙ୍କ ଖୁବ୍ ଉତ୍ସାହ ଓ ଶକ୍ତିପ୍ରଦାନ କରିବ । ସଂଘ ପକ୍ଷରୁ ମୁଁ ସଙ୍ଗୀତ ସଂଯୋଜନା ନିମନ୍ତେ ମୋହିତ ଚୌହ୍ୱାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।୧୫ଟି ବିଭାଗ ପାଇଁ କ୍ରୀଡାବିତ୍ ଯୋଗ୍ୟତା ହାସଲ କରିଛନ୍ତି ଓ ଆଶା ଆହୁରି ଅଧିକ ଏଥିରେ ଯୋଗଦେବେ । ଆମେ ଅଧିକ ପଦକ ଜିତିବା ନେଇ ଆଶାବାଦୀ ବୋଲି ସେ କହିଥିଲେ ।

ଶ୍ରୀ ମେହେଟ୍ଟ। ମଧ୍ୟ ଭାରତୀୟ ଅଲିମ୍ପିକ୍ ସଂଘର ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ତଥା ଭାରତୀୟ ବ୍ୟାଡମିଣ୍ଟନ ଟିମର ମୁଖ୍ୟ ପ୍ରଶିକ୍ଷକ ପୁଲୋଲା ଗୋପୀଚାନ୍ଦ ଓ ଧନ୍ୟା ସ୍ପୋର୍ଟସ ସହିତ ଯୋଗ ପ୍ରଶିକ୍ଷଣ ନିମନ୍ତେ କଥାବାର୍ତ୍ତା ହୋଇଛି । ଏହା ଟୋକିଓ ଅଲିମ୍ପିକ  ଗ୍ରାମରେ କ୍ରୀଡାବିତ୍‌ମାନଙ୍କୁ ମାନସିକ ଦୃଷ୍ଟିରୁ ସୁସ୍ଥ ରଖିବ ।

*****

SM/ SLP



(Release ID: 1730162) Visitor Counter : 204