ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତରେ କୋଭିଡ-୧୯ ଟିକାକରଣ ୨୯ କୋଟିକୁ ଅତିକ୍ରମ କରିଛି
ଭାରତରେ ଗତ ୨୪ ଘଣ୍ଟାରେ ୫୦,୮୪୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି
ନିମ୍ନମୁଖୀ ଧାରାରେ ଭାରତରେ ସକ୍ରିୟ କରୋନା ମାମଲା ୬,୪୩,୧୯୪କୁ ହ୍ରାସ, ୮୨ ଦିନରେ ସର୍ବନିମ୍ନ
ଗତ ୪୧ ଦିନ ଧରି ଦୈନିକ ସୁସ୍ଥ ହେଉଥିବା ସଂଖ୍ୟା ଦୈନିକ ନୂଆ ମାମଲାକୁ ପଛରେ ପକାଇଛି
ସୁସ୍ଥତା ହାର ୯୬.୫୬%କୁ ବୃଦ୍ଧି
ଦୈନିକ ପଜିଟିଭିଟି ହାର ୨.୬୭%, କ୍ରମାଗତ ୧୬ ଦିନ ଧରି ୫% ତଳେ ରହିଛି
Posted On:
23 JUN 2021 11:06AM by PIB Bhubaneshwar
ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଗତକାଲି ଭାରତରେ ମୋଟ କୋଭିଡ ଟିକାକରଣ ୨୯ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ୩୯,୪୯,୬୩୦ ସେସନରେ ମୋଟ ୨୯,୪୬,୩୯,୫୧୧ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୫୪,୨୪,୩୭୪ ଡୋଜ୍ ଟିକା ଦିଆଯାଇଛି ।
HCWs
|
1st Dose
|
1,01,45,382
|
2nd Dose
|
71,14,021
|
FLWs
|
1st Dose
|
1,72,70,889
|
2nd Dose
|
91,37,511
|
Age Group 18-44 years
|
1st Dose
|
6,59,41,855
|
2nd Dose
|
14,28,117
|
Age Group 45-59 years
|
1st Dose
|
8,28,91,130
|
2nd Dose
|
1,31,57,562
|
Over 60 years
|
1st Dose
|
6,56,45,248
|
2nd Dose
|
2,19,07,796
|
Total
|
29,46,39,511
|
୨୦୨୧ ଜୁନ୍ ୨୧ ତାରିଖରୁ ଦେଶରେ କୋଭିଡ-୧୯ ଟିକାକରଣର ସରଳୀକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।
ଗତ ୨୪ ଘଣ୍ଟାରେ ଭାରତରେ ୫୦,୮୪୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।
ଗତ ୧୬ ଦିନ ଧରି କ୍ରମାଗତ ଭାବେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହିଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟା ଫଳରେ ଏହା ସମ୍ଭବ ହୋଇପାରିଛି ।

ଭାରତରେ ସକ୍ରିୟ କରୋନା ମାମଲାରେ ମଧ୍ୟ କ୍ରମାଗତ ହ୍ରାସ ହେଉଛି । ଆଜି ଦେଶରେ ୬,୪୩,୧୯୪ ସକ୍ରିୟ ମାମଲା ଥିବା ବେଳେ ଏହା ୮୨ ଦିନରେ ସର୍ବନିମ୍ନ ।
ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧୯,୩୨୭ ହ୍ରାସ ହୋଇଛି ଏବଂ ଦେଶାର ମୋଟ ପଜିଟିଭ୍ ମାମଲାର ମାତ୍ର ୨.୧୪% ରହିଛି ସକ୍ରିୟ ମାମଲା ।

କୋଭିଡ-୧୯ରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଭାରତରେ ଗତ ୪୧ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି । ଗତ ୨୪ ଘଣ୍ଟାରେ ୬୮,୮୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ମାମଲା ତୁଳନାରେ ପ୍ରାୟ ୧୮ ହଜାର (୧୭,୯୬୯) ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ୨,୮୯,୯୪,୮୫୫ ଜଣ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୬୮,୮୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ମୋଟ ସୁସ୍ଥତା ହାର ୯୬.୫୬%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯,୦୧,୦୫୬ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୯.୫୯ କୋଟି (୩୯,୫୯,୭୩,୧୯୮)ରୁ ଅଧିକ ଟେଷ୍ଟ କରାଯାଇଛି ।
ଏକ ପକ୍ଷରେ ଦେଶରେ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଅପରପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୩.୧୨% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୬୭% । ଦୈନିକ ପଜିଟିଭିଟି ହାର ଗତ ୧୬ ଦିନ ଧରି ୫% ତଳେ ରହିଛି ।

SR
(Release ID: 1729756)
Visitor Counter : 314