ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 22 JUN 2021 9:15AM by PIB Bhubaneshwar

ଭାରତ ଗୋଟିଏ ଦିନରେ 86.16 ଲକ୍ଷ ଟିକା ଡୋଜ ବିନିଯୋଗ କରିଛି; ବିଶ୍ଵରେ ଏପର୍ଯ୍ୟନ୍ତ ହାସଲ ହୋଇଥିବା ଦିନିକିଆ ଟିକାକରଣରେ ଏହା ସର୍ବାଧିକ ।

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ମୋଟ 28.87 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି ।  

ଗତ 24 ଘଣ୍ଟା ମଧ୍ୟରେ ଭାରତର ଦୈନିକ ସକ୍ରିୟ କରୋନା ମାମଲା ସଂଖ୍ୟା 42,640 ରହିଛି, ଯାହା ଗତ 91 ଦିନ ମଧ୍ୟରେ 50,000 ତଳକୁ ଆସିଛି ।

ଭାରତର ମୋଟ ସକ୍ରିୟ କରୋନା ମାମଲା ସଂଖ୍ୟା 6,62,521 କୁ ହ୍ରାସ ପାଇଛି; 79 ଦିନ ପରେ ଏହା 7 ଲକ୍ଷରୁ କମ୍ ରହିଛି ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,89,26,038 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 81,839 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 40 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 96.49 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 3.21 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 2.56 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 15 ଦିନ ମଧ୍ୟରେ 5 ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 39.40 କୋଟି ପରୀକ୍ଷା କରାଯାଇଛି ।

 

*********

TRP/

 



(Release ID: 1729564) Visitor Counter : 178