ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୨୮ କୋଟିକୁ ଅତିକ୍ରମ କରିଛି

ଭାରତରେ ସକ୍ରିୟ କରୋନା ମାମଲା ନିମ୍ନମୁଖୀ ହୋଇ ୭,୦୨,୮୮୭କୁ ହ୍ରାସ ପାଇଛି

ଗତ ୨୪ ଘଣ୍ଟାରେ ଭାରତରେ ୫୩,୨୫୬ ନୂଆ କରୋନା ମାମଲା ଆସିଛି, ୮୮ ଦିନରେ ସର୍ବନିମ୍ନ

ଗତ ୩୯ ଦିନ ଧରି ଦୈନିକ ସୁସ୍ଥ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ସୁସ୍ଥତା ହାର ୯୬.୩୬%କୁ ବୃଦ୍ଧି ପାଇଛି

ଦୈନିକ ସୁସ୍ଥତା ହାର ରହିଛି ୩.୮୩%, କ୍ରମାଗତ ୧୪ ଦିନ ଧରି ୫% ତଳେ ରହିଛି

Posted On: 21 JUN 2021 11:16AM by PIB Bhubaneshwar

ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ଭାରତରେ ଗତକାଲି ମୋଟ କୋଭିଡ ଟିକାକରଣ ୨୮ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ୩୮,୨୪,୪୦୮ ସେସନରେ ମୋଟ ୨୮,୦୦,୩୬,୮୯୮ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୦,୩୯,୯୯୬ ଡୋଜ୍ ଟିକା ଦିଆଯାଇଛି ।

 

 

HCWs

1st Dose

1,01,25,143

2nd Dose

70,72,595

FLWs

1st Dose

1,71,73,646

2nd Dose

90,51,173

Age Group 18-44 years

1st Dose

5,59,54,551

2nd Dose

12,63,242

Age Group 45-59 years

1st Dose

8,07,11,132

2nd Dose

1,27,56,299

Over 60 years

1st Dose

6,47,77,302

2nd Dose

2,11,51,815

Total

28,00,36,898

ଆଜିଠାରୁ କୋଭିଡ-୧୯ ଟିକାକରଣର ବୈଶ୍ୱିକରଣର ନୂତନ ପର୍ଯ୍ୟାୟ ଆରମ୍ଭ କରାଯାଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ସହ ଏହାର ବ୍ୟାପକ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ୨୦୨୧ ଜାନୁଆରୀ ୧୬ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଭାରତରେ ଗତ ୨୪ ଘଣ୍ଟାରେ ୫୩,୨୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ଏବଂ ଏହା ୮୮ ମାସ ମଧ୍ୟର ସର୍ବନିମ୍ନ । ଭାରତରେ ଦୈନିକ କୋଭିଡ-୧୯ ସଂକ୍ରମଣ କ୍ରମେ ହ୍ରାସ ପାଇବାରେ ଲାଗିଛି ।

ଗତ ୧୪ ଦିନ ଧରି କ୍ରମାଗତ ଭାବେ ଦୈନିକ ନୂଆ ମାମଲା ୧ ଲକ୍ଷ ତଳେ ରହିଛି । ଏହା କେବଳ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ମାନଙ୍କ ମିଳିତ ପ୍ରଚେଷ୍ଟା ଯୋଗୁ ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001Q1PC.jpg

ସକ୍ରିୟ କରୋନା ମାମଲା ମଧ୍ୟ ଭାରତରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ସକ୍ରି୍ରୟ ମାମଲା ରହିଛି ୭,୦୨,୮୮୭ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୨୬,୩୫୬ ହ୍ରାସ ହୋଇଛି ଏବଂ ଦେଶରେ ଏବେ ମୋଟ ପଜିଟିଭ ମାମଲାର ମାତ୍ର ୨.୩୫% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image0021S4P.jpg

ଦେଶରେ କୋଭିଡ-୧୯ ସଂକ୍ରମଣରୁ ପ୍ରତିଦିନ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୩୯ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୭୮,୧୯୦ ଜଣ ସୁସ୍ଥ ହୋଇଛନ୍ତି ।

ଦୈନିକ ଚିହ୍ନଟ ହୋଇଥିବା ନୂଆ ମାମଲା ଅନୁସାରେ ଗତ ୨୪ ଘଣ୍ଟାରେ ଅଧିକ ପ୍ରାୟ ୨୫ ହଜାର (୨୪,୯୩୪) ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003NMXC.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୮୮,୪୪,୧୯୯ ଜଣ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୭୮,୧୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସୁସ୍ଥତା ହାର ବୃଦ୍ଧି ପାଇ ୯୬.୩୬% ହୋଇଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image004L1C6.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୩,୮୮,୬୯୯ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୯.୨୪ କୋଟି (୩୯,୨୪,୦୭,୭୮୨)ରୁ ଅଧିକ ଟେଷ୍ଟ କରାଯାଇଛି ।   

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ପକ୍ଷରେ କ୍ରମାଗତ ଭାବେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୩.୩୨% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୩.୮୩% । ଗତ ୧୪ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image005ZI5V.jpg

SR



(Release ID: 1729105) Visitor Counter : 222