ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଭିଡ ପ୍ରଭାବିତ ବିଶ୍ୱରେ ଯୋଗ ଆଶାର କିରଣ ହୋଇ ରହିଛି : ପ୍ରଧାନମନ୍ତ୍ରୀ
ସମ୍ମୁଖ ଯୋଦ୍ଧାମାନେ ଯୋଗକୁ ସେମାନଙ୍କର ସୁରକ୍ଷା କବଚରେ ପରିଣତ କରିଛନ୍ତି : ପ୍ରଧାନମନ୍ତ୍ରୀ
प्रविष्टि तिथि:
21 JUN 2021 8:34AM by PIB Bhubaneshwar
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମାରୀ ସମୟରେ ଯୋଗର ଭୂମିକା ଉପରେ ଆଲୋକପାତ କରିଛନ୍ତି। ସେ କହିଥିଲେ, ଯୋଗ ଏହି ସଙ୍କଟପୂର୍ଣ୍ଣ ସମୟରେ ଲୋକମାନଙ୍କ ପାଇଁ ସାମର୍ଥ୍ୟ ଓ ସନ୍ତୁଳନର ଉତ୍ସ ଭାବେ ପ୍ରମାଣିତ ହୋଇଛି। ସେ କହିଥିଲେ ଯେ ମହାମାରୀ ସମୟରେ ବିଭିନ୍ନ ରାଷ୍ଟ୍ର ପାଇଁ ଯୋଗ ଦିବସକୁ ଭୁଲିବା ସହଜ ଥିଲା କାରଣ ଏହା ସେମାନଙ୍କ ସଂସ୍କୃତିର ଏକ ଅନ୍ତରୀଣ ଅଂଶବିଶେଷ ନଥିଲା, ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯୋଗ ପ୍ରତି ବିଶ୍ୱବ୍ୟାପୀ ଉତ୍ସାହ ବୃଦ୍ଧି ପାଇଛି।
ଯୋଗର ଏକ ପ୍ରମୁଖ ଉପାଦାନ ହେଉଛି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ଦୃଢ଼ତା। ଯେତେବେଳେ ମହାମାରୀ ଦେଖାଦେଲା, କେହି ଜଣେ ହେଲେ କ୍ଷମତା, ସମ୍ବଳ କିମ୍ବା ମାନସିକ ଭାବେ ଏହାର ମୁକାବିଲା କରିବା ଲାଗି ପ୍ରସ୍ତୁତ ନଥିଲେ। ସାରାବିଶ୍ୱରେ ଯୋଗ ଲୋକମାନଙ୍କୁ ମହାମାରୀ ବିରୋଧରେ ଲଢ଼ିବା ନିମନ୍ତେ ଆତ୍ମବିଶ୍ୱାସ ଏବଂ ସାମର୍ଥ୍ୟ ବଢ଼ାଇବାରେ ସହାୟକ ହୋଇଥିଲା।
ସମ୍ମୁଖ କରୋନା ଯୋଦ୍ଧାମାନେ କିପରି ଯୋଗକୁ ସେମାନଙ୍କର ସୁରକ୍ଷା କବଚରେ ପରିଣତ କରିଛନ୍ତି ଏବଂ ନିଜକୁ ଯୋଗ ମାଧ୍ୟମରେ ଦୃଢ଼ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭୂତାଣୁର ପ୍ରଭାବକୁ ହ୍ରାସ କରିବା ଦିଗରେ ଜନସାଧାରଣ, ଡାକ୍ତର, ନର୍ସମାନେ ଯୋଗକୁ ମାଧ୍ୟମ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଡାକ୍ତରଖାନାରେ ଡାକ୍ତର ଓ ନର୍ସମାନଙ୍କ ଦ୍ୱାରା ଯୋଗ ଶିବିର ଆୟୋଜନ କରାଯିବା ଭଳି ଘଟଣା ଏବେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ସେ କହିଥିଲେ ଆମର ଶ୍ୱସନ ପ୍ରଣାଳୀକୁ ସୁଦୃଢ଼ କରିବାରେ ପ୍ରାଣାୟମ ଓ ଅନୁଲୋମ-ବିଲୋମ ଭଳି ଶ୍ୱାସକ୍ରିୟା ବ୍ୟାୟାମ ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି।
******
P.S
(रिलीज़ आईडी: 1729104)
आगंतुक पटल : 285
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam