ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 19 JUN 2021 9:03AM by PIB Bhubaneshwar

ଭାରତର ସକ୍ରିୟ କରୋନା ମାମଲା ପୁଣି 7,60,019କୁ ହାସ ପାଇଛି ।

74 ଦିନ ମଧ୍ୟରେ ସକ୍ରିୟ କରୋନା ମାମଲା  ସର୍ବନିମ୍ନ ରହିଛି । 

ଗତ 24 ଘଣ୍ଟା ମଧ୍ୟରେ ଭାରତର ଦୈନିକ ନୂତନ କରୋନା ମାମଲା ସଂଖ୍ୟା 60,753 ରହିଛି ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,86,78,390 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 97,743 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 37 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 96.16 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 3.58 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 2.98 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 12 ଦିନ ମଧ୍ୟରେ 5 ପ୍ରତିଶତରୁ କମ ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 38.92 କୋଟି ପରୀକ୍ଷା କରାଯାଇଛି ।

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 27.23 କୋଟି ଡୋଜ ଟୀକା ଦିଆଯାଇଛି ।

 

**********

TRP/



(Release ID: 1728468) Visitor Counter : 167