ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ମୋଟର ଯାନ ଆଇନ-୧୯୮୮ ଓ କେନ୍ଦ୍ରୀୟ ମୋଟରଯାନ ନିୟମ-୧୯୮୯ ଅଧୀନ ସମ୍ପର୍କୀତ ନଥିପତ୍ରର ବୈଧତା ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି

Posted On: 17 JUN 2021 6:57PM by PIB Bhubaneshwar

ପରିବହନ ସମ୍ପର୍କୀତ ସେବା ଆହରଣ କରୁଥିବା ଜନସାଧାରଣଙ୍କ ନିମନ୍ତେ କେନ୍ଦ୍ର ସଡକ, ପରିବହନ ଓ ରାଜପଥ ମନ୍ତ୍ରଣାଳୟ କେତେକ ସୁବିଧା ପ୍ରଦାନ କରିଛନ୍ତି । ଏ ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ମୋଟର ଯାନ ଆଇନ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ ସମ୍ପର୍କୀତ ସମସ୍ତ ନଥିପତ୍ର ବୈଧତାକୁ ଆଗାମୀ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୩୦, ଜୁନ ୯, ୨୪ଅଗଷ୍ଟ, ୨୭ ଡିସେମ୍ବର ୨୦୨୦ ଓ ୨୬ମାର୍ଚ୍ଚ ୨୦୨୧ରେ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଜାରୀ କରାଯାଇଥିଲା ।

ଆଗରୁ ଫିଟ୍‌ନେସ୍‌, ସମସ୍ତ ପ୍ରକାର ପରମିଟ୍‌, ଲାଇସେନ୍ସ, ପଞ୍ଜୀକରଣ ଓ ଅନ୍ୟାନ୍ୟ ସମ୍ପର୍କୀତ ନଥିପତ୍ର ଇତ୍ୟାଦି ଜୁନ ୩୦ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ପରାମର୍ଶ ଦିଆଯାଇଥିଲା ।

ଯେଉଁ ଦସ୍ତାବିଜ୍ ବୈଧତା ଫେବୃୟାରୀ ପହିଲା ୨୦୨୦ରେ ସମାପ୍ତ ହୋଇଛି ବା ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ଅଛି ସେ ସମସ୍ତ କାଗଜପତ୍ର ପ୍ରତି ଏହା ଲାଗୁ ହେବ । ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଏ ସମସ୍ତ କାଗଜପତ୍ରର ବୈଧତା ୩୦ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିଛି ବୋଲି ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣ ସାମାଜିକ ଦୂରତା ରକ୍ଷା କରି ପରିବହନ ସମ୍ପର୍କୀତ ସେବା ପାଇବା ପାଇଁ ଏହା ସାହାଯ୍ୟ କରିବ ।

 

****

SM / SLP



(Release ID: 1728054) Visitor Counter : 258