ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ଼ ଟିକା ସଂପର୍କୀତ ଶୁଣାକଥା ବନାମ ବାସ୍ତବତା
Posted On:
16 JUN 2021 1:01PM by PIB Bhubaneshwar
କେତେକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛିଯେ କୋଭାକ୍ସିନ୍ ଟିକାରେ ନବଜାତ ବାଛୁରୀର ସେରମକୁ ବ୍ୟବହାର କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି ।
ଏହି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବାସ୍ତବ ତଥ୍ୟକୁ ବଦଳାଯାଇ ବିକୃତ ଭାବେ ଉପସ୍ଥାପନ କରାଯାଇଛି ।
ବାସ୍ତବତା ହେଲା, ନବଜାତ ବାଛୁରୀର ସେରମ ଉପଯୋଗ କେବଳ ଭେରେ ସେଲ୍ ପ୍ରସ୍ତୁତି ଓ ବିକାଶ ନିମନ୍ତେ ହିଁ ବ୍ୟବହାର କରାଯାଇଥାଏ । ବିଭିନ୍ନ ପ୍ରକାର ଗୋଜାତୀୟ ଏବଂ ଅନ୍ୟ ପ୍ରାଣୀ ସେରମକୁ ବିଶ୍ୱ ସ୍ତରରେ ଭେରୋ ସେଲ୍ ବିକାଶ ନିମନ୍ତେ ଉପଯୋଗ କରାଯାଉଥିବା ମାନକ ସଂବର୍ଦ୍ଧନ ଘଟକ ଭାବେ ଗ୍ରହଣୀୟ ହୋଇଆସୁଛି । ଭେରୋ କୋଷିକାଗୁଡ଼ିକର ଉପଯୋଗ କୋଷିକା ଜୀବନ ସ୍ଥାପନ କରିବା ନିମନ୍ତେ କରାଯାଇଥାଏ ଯାହା ଟିକା ଉତ୍ପାଦନରେ ସହାୟକ ହୋଇଥାଏ । ଏହି ପଦ୍ଧତି ପୋଲିଓ, ରାବିଜ୍ ଏବଂ ଇନଫ୍ଲୁଏଞ୍ଜା ଭଳି ମହାମାରୀର ପ୍ରତିଷେଧକ ଟିକା ପାଇଁ ଦଶନ୍ଧି ଦଶନ୍ଧି ଧରି ବ୍ୟବହାର କରାଯାଇ ଆସୁଛି ।
ଏହି ଭେରୋ ସେଲର ବିକାଶ ଘଟାଯିବା ପରେ, ତାକୁ ଜଳ ଓ ରାସାୟନିକ (ଯାହାବୈଷୟିକ ପରିଭାଷାରେ ବଫର ବୋଲି ସୁପରିଚିତ) ରେ ସଫା କରାଯାଇଥାଏ । ଏହାକୁ ନବଜାତ ବାଛୁରୀର ସେରମରୁ ମୁକ୍ତ କରିବା ନିମନ୍ତେ ଏପରି ପ୍ରକ୍ରିୟା ଅନେକ ଥର କରାଯାଇଥାଏ । ଏହା ପରେ, ସେହି ଭେରୋ ସେଲକୁ କରୋନା ଭୂତାଣୁ ସହିତ ସଂକ୍ରମିତ କରାଯାଇଥାଏ ଯଦ୍ୱାରା ସେଥିରୁ ଭାଇରାଲ ଗ୍ରୋଥ୍ ହୋଇପାରିବ ।
ଭାଇରାଲ୍ ବିକାଶ ପ୍ରକ୍ରିୟାରେ ଭେରୋ ସେଲ୍ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥାଏ । ଏହା ପରେ ସେହି ବିକଶିତ ଭୂତାଣୁକୁ ମରାଯାଇ (ନିଷ୍କ୍ରିୟ କରାଯାଇ) ଶୁଦ୍ଧ କରାଯାଇଥାଏ । ଏହି ନିଷ୍କ୍ରିୟ ଭୂତାଣୁକୁ ହିଁ ଚୂଡ଼ାନ୍ତ ଟିକା ପ୍ରସ୍ତୁତି ନିମନ୍ତେ ଉପଯୋଗ କରାଯାଇଥାଏ । ତେଣୁ ଚୂଡ଼ାନ୍ତ ଟିକା ପ୍ରସ୍ତୁତିରେ କୌଣସି ନବଜାତ ବାଛୁରୀର ସେରମ୍ ବ୍ୟବହାର କରାଯାଇନଥାଏ ।
ଏଥିପାଇଁ ଚୂଡ଼ାନ୍ତ ଟିକା (କୋଭାକ୍ସିନ୍)ରେ କୌଣସି ନବଜାତ ବାଛୁରୀର ସେରମ୍ ଆଦୌ ନାହଁ କିମ୍ବା ଚୂଡ଼ାନ୍ତ ଟିକା ପ୍ରସ୍ତୁତିରେ ବାଛୁରୀର ସେରମକୁ ଏକ ଉପାଦାନ ଭାବେ ବ୍ୟବହାର କରାଯାଉନାହିଁ ।
****
ss
(Release ID: 1727767)
Visitor Counter : 306