ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ମହାମହିମ ନାଫତାଲି ବେନେଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭାରତ-ଇସ୍ରାଏଲ ରଣନୈତିକ ଭାଗିଦାରୀ ପାଇଁ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 14 JUN 2021 10:45AM by PIB Bhubaneshwar

ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ମହାମହିମ ନାଫତାଲି ବେନେଟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମହାମହିମ ନାଫତାଲି ବେନେଟଙ୍କୁ ଅଭିନନ୍ଦନ । ଆସନ୍ତା ବର୍ଷ ଆମେ ଉନ୍ନତ କୂଟନୈତିକ ସମ୍ପର୍କର 30 ବର୍ଷପୂର୍ତ୍ତି ପାଳନ କରୁଥିବାରୁ ମୁଁ ଆପଣଙ୍କୁ ଭେଟିବାକୁ ଏବଂ ଆମ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ଅପେକ୍ଷା କରି ରହିଛି । @ଇସ୍ରାଏଲ ପିଏମ” ।

ଭାରତ-ଇସ୍ରାଏଲ ରଣନୈତିକ ଭାଗିଦାରୀକୁ ମଜଭୁତ କରିବାରେ ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ୱ ତଥା ବ୍ୟକ୍ତିଗତ ଧ୍ୟାନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଆପଣଙ୍କର ସଫଳ କାର୍ଯ୍ୟକାଳ ସମାପ୍ତ କରିଛନ୍ତି । ଭାରତ-ଇସ୍ରାଏଲ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ଆପଣଙ୍କର ନେତୃତ୍ଵ ଏବଂ ବ୍ୟକ୍ତିଗତ ଧ୍ୟାନ ଲାଗି ମୁଁ  ମୋର ଗଭୀର କୃତଜ୍ଞତା ଜଣାଉଛି” ।

 

**********

TRP/



(Release ID: 1726920) Visitor Counter : 190