ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଥମ ଜି-7 ଆଉଟରିଚ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

Posted On: 12 JUN 2021 11:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଜି-7 ଆଉଟ୍‌ରିଚ୍ ସମ୍ମିଳନୀରେ ଯୋଗଦେଇଛନ୍ତି । ସୁଦୃଢ ସ୍ୱାସ୍ଥ୍ୟ ବ୍ୟବସ୍ଥା ଫେରାଇ ଆଣିବା (Bring Back Stornger Health)ଏହି ସମ୍ମିଳନୀରେ ଆଲୋଚନାର ଶୀର୍ଷକ ଥିଲା । ସମଗ୍ର ବିଶ୍ୱକୁ କରୋନା କବଳରୁ ମୁକ୍ତ କରି ଭବିଷ୍ୟତର ମହାମାରୀରୁ ରକ୍ଷା ପାଇବା ପାଇଁ ମାନସିକ ଦୃଢତା ସୃଷ୍ଟି ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବର୍ତ୍ତମାନର  କୋଭିଡ ସଂକ୍ରମଣ ବିରୁଦ୍ଧରେ ଲଢେଇ ପାଇଁ ଭାରତକୁ ସହଯୋଗ କରିଥିବାରୁ ଗ୍ରୁପ-୭ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ପ୍ରଶଂସା ପ୍ରଧାନମନ୍ତ୍ରୀ  କରିଥିଲେ । ସେ ମଧ୍ୟ ସବୁ ସ୍ତର ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ‘ସମୁଦାୟ ସମାଜ’ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ । କୋଭିଡ ସଂକ୍ରମଣର ଚିହ୍ନଟ ଏବଂ ଟିକାକରଣ ପ୍ରଣାଳୀର ପରିଚାଳନା କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାର ସଫଳ ପ୍ରୟୋଗ ସମ୍ପର୍କରେ ବର୍ଣ୍ଣନା କରି ଆଗ୍ରହୀ ଥିବା ଅନନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ସହ ଅଭିଜ୍ଞତା ବିନିମୟ ଓ ଉତ୍କର୍ଷତା ବିନିମୟ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ବିଶ୍ୱର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି କ୍ଷେତ୍ରରେ ମିଳିତ ଉଦ୍ୟମ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଏବଂ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏ ସମ୍ପର୍କରେ ବିଶ୍ୱବାଣିଜ୍ୟ  ସଂଗଠନ ନିକଟରେ କୋଭିଡ ସମ୍ପର୍କୀତ  ବୈଷୟିକ କୌଶଳ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଗ୍ରୁପ-୭ ରାଷ୍ଟ୍ର ସମୂହର ସହଯୋଗ ଲୋଡିଥିଲେ । ଏହି ପ୍ରସ୍ତାବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମିଳିତଭାବେ ଦେଇଥିଲେ ।

ଆଜିର ବୈଠକରେ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ବାର୍ତା ସମଗ୍ର ବିଶ୍ୱରେ ପହଞ୍ଚାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ଭବିଷ୍ୟତର ଆସିବାକୁ ଥିବା ମହାମାରୀ ଦୂର କରିବା କ୍ଷେତ୍ରରେ ସମଗ୍ର ବିଶ୍ୱର ଏକତା, ନେତୃତ୍ୱ, ସାମାଜିକ ବନ୍ଧନ ରକ୍ଷା ଆଦି ନିମନ୍ତେ ଆହ୍ୱାନ ଦେଇଥିଲେ । ଏ କ୍ଷେତ୍ରରେ  ଦାୟିତ୍ୱବୋଧ, ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସ୍ୱଚ୍ଛତା ରକ୍ଷା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱ ଦେଇଥିଲେ । ଆସନ୍ତାକାଲି ଗ୍ରୁପ-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଦୁଇଟି ଅଧିବେଶନରେ ଯୋଗଦେବେ । 

 

*****

SSD / SLP



(Release ID: 1726816) Visitor Counter : 225