ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା
Posted On:
12 JUN 2021 9:16AM by PIB Bhubaneshwar
63 ଦିନ ପରେ ଭାରତର ସକ୍ରିୟ କରୋନା ମାମଲା 11 ଲକ୍ଷରୁ କମ୍ ଅର୍ଥାତ 10,80,690କୁ ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା 40,981 ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ଭାରତରେ ନୂଆ କରୋନା ମାମଲା ସଂଖ୍ୟା 84,332 ରହିଛି; ଯାହା 70 ଦିନରେ ସର୍ବନିମ୍ନ ।
ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,79,11,384 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ 1,21,311 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
କ୍ରମାଗତ 30 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।
ସୁସ୍ଥତା ହାର 95.07 ପ୍ରତିଶତକୁ ବୃଦ୍ଧି ପାଇଛି ।
ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତରୁ ତଳକୁ ହ୍ରାସ ପାଇଛି, ବର୍ତ୍ତମାନ ଏହା 4.94 ପ୍ରତିଶତରେ ରହିଛି ।
ଦୈନିକ ପଜିଟିଭିଟି ହାର 4.39 ପ୍ରତିଶତ, ଯାହା କ୍ରମାଗତ ଭାବେ 19 ଦିନ ମଧ୍ୟରେ ଏହା 10 ପ୍ରତିଶତ ତଳେ ରହିଛି ।
ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 37.62 କୋଟି ପରୀକ୍ଷା କରାଯାଇଛି ।
ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 24.96 କୋଟି ଡୋଜ ଟିକା ଦିଆଯାଇଛି ।
**********
TRP/
(Release ID: 1726498)
Visitor Counter : 224
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam