ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଖ୍ୟାତ କନ୍ନଡ ଲେଖକ ଡଃ ସିଦ୍ଦଲିଙ୍ଗାୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 11 JUN 2021 8:22PM by PIB Bhubaneswar

ପ୍ରଖ୍ୟାତ କନ୍ନଡ ଲେଖକ ଡଃ ସିଦ୍ଦଲିଙ୍ଗାୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବହୁଳ ଲେଖା, କବିତା ଏବଂ ସାମାଜିକ ନ୍ୟାୟ ଦିଗରେ ତାଙ୍କର ଅବଦାନ ପାଇଁ ଡଃ ସିଦ୍ଦଲିଙ୍ଗାୟା ସ୍ମରଣୀୟ ହୋଇ ରହିବେ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଓ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।

 

**********

TRP/


(ରିଲିଜ ଆଡି: 1726425) ପରିଦର୍ଶକ କାଉଣ୍ଟର : 229