ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ବୁଦ୍ଧଦେବ ଦାସଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
10 JUN 2021 11:28AM by PIB Bhubaneshwar
ଚଳଚ୍ଚିତ୍ର ନିର୍ମାତା, ଚିନ୍ତକ ତଥା କବି ଶ୍ରୀ ବୁଦ୍ଧଦେବ ଦାସଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଶ୍ରୀ ବୁଦ୍ଧଦେବ ଦାସଗୁପ୍ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କର ବିବିଧ କାର୍ଯ୍ୟଗୁଡ଼ିକ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଆକର୍ଷିତ କରୁଥିଲା । ସେ ଜଣେ ପ୍ରତିଷ୍ଠିତ ଚିନ୍ତକ ଏବଂ କବି ମଧ୍ୟ ଥିଲେ । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ଅନେକ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଜଣାଉଛି । ଓମ୍ ଶାନ୍ତି” ।
**********
TRP/
(ରିଲିଜ ଆଡି: 1725913)
ପରିଦର୍ଶକ କାଉଣ୍ଟର : 258
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam