ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ଟିକାଦାନ ସମ୍ପର୍କରେ ବାରମ୍ବାର ପଚାରାଯାଉଥିବା ପ୍ରଶ୍ନ

ଆଲର୍ଜି ଥିବା ଲୋକ ଟିକା ନେଇପାରିବେ କି ?

ଗର୍ଭବତୀ ମହିଳା ଟିକା ନେଇପାରିବେ କି ?

ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଟିକା ନେବା ନିରାପଦ ନା ନୁହଁ?

ଟିକା ନେଇ ସାରିବା ପରେ ମୋ ଶରୀରରେ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ ତ ?

ଟିକା ନେଇ ସାରିବା ପରେ ରକ୍ତ ଜମାଟ ବାନ୍ଧିବା (ବ୍ଲଡକ୍ଲଟିଂ) ଏକ ସାଧାରଣ ଘଟଣା କି ?

ମୁଁ ଯଦି କୋଭିଡରେ ଆକ୍ରାନ୍ତ ହୋଇଛି, କେତେଦିନ ପରେ ମୁଁ ଟିକା ନେଇପାରିବି ?

Posted On: 08 JUN 2021 10:17AM by PIB Bhubaneshwar

ଆଲର୍ଜି ଥିବା ଲୋକ ଟିକା ନେଇପାରିବେ କି ? ଗର୍ଭବତୀ ମହିଳା ଟିକା ନେଇପାରିବେ କି ? ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଟିକା ନେବା ନିରାପଦ ନା ନୁହଁ? ଟିକା ନେଇ ସାରିବା ପରେ ମୋ ଶରୀରରେ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ ତ ? ଟିକା ନେଇ ସାରିବା ପରେ ରକ୍ତ ଜମାଟ ବାନ୍ଧିବା (ବ୍ଲଡକ୍ଲଟିଂ) ଏକ ସାଧାରଣ ଘଟଣା କି ? ମୁଁ ଯଦି କୋଭିଡରେ ଆକ୍ରାନ୍ତ ହୋଇଛି, କେତେଦିନ ପରେ ମୁଁ ଟିକା ନେଇପାରିବ ? 

କୋଭିଡ ଟିକାକରଣ ସମ୍ପର୍କରେ ଉପରଲିଖିତ ପ୍ରଶ୍ନମାନ ଲୋକେ ବାରମ୍ବାର ପଚାରୁଛନ୍ତି । ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପାଲ ଏବଂ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶ ଡକ୍ଟର ରଣଦୀପ ଗୁଲେରିଆ ଜୁନ ୬ତାରିଖ ରବିବାର ଦୂରଦର୍ଶନ ନ୍ୟୁଜର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସବୁ ପ୍ରଶ୍ନର ଉତ୍ତର ଦେଇ ଲୋକଙ୍କ ମନରୁ ସନ୍ଦେହ ଓ ଦ୍ୱନ୍ଦ୍ୱ ଦୂର କରିଛନ୍ତି । 

ଏ ସମ୍ପର୍କରେ ଆପଣ ଅବଗତ ହୋଇ ସତ୍ୟାସତ୍ୟ ଜାଣନ୍ତୁ ଏବଂ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖନ୍ତୁ । ଏସବୁ ପ୍ରଶ୍ନ ସହିତ ଆଉ କେତେକ ବିଷୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣ।।ୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । 

(https://pib.gov.in/PressReleasePage.aspx?PRID=1719925),

ଆଲର୍ଜି ଥିବା ଲୋକ ଟିକା ନେଇପାରିବେ କି ?

ଡକ୍ଟର ପାଲ: ଯଦି କାହାର ଗୁରୁତର ଆଲର୍ଜି ସମସ୍ୟା ଥାଏ ତାହେଲେ ସେ ଆବଶ୍ୟକ ଡାକ୍ତରୀ ପରାମର୍ଶ କ୍ରମେ ଏହା ନେଇପାରିବେ । ତେବେ ସାଧାରଣ ଶର୍ଦ୍ଦି, ଚର୍ମ ଆଲର୍ଜି ଆଦି ସାଧାରଣ ଆଲର୍ଜି ଥିବା ଲୋକେ ଟିକା ନେଇପାରିବେ ।

ଡକ୍ଟର ଗୁଲେରିଆ: ଯେଉଁମାନେ ଆଲର୍ଜି ପାଇଁ ଆଗରୁ ଔଷଧ ଖାଉଥିବେ ସେମାନେ ଏହାକୁ ବନ୍ଦ କରିବା ଅନୁଚିତ । ସେମାନେ ଟିକା ନେବା ସହିତ ନିଜର ଆଲର୍ଜି ଔଷଧ ନିୟମିତ ସେବନ କରିବା ଆବଶ୍ୟକ । ଟିକା ନେବା ପରେ ଲୋକଙ୍କ ଠାରେ କାଳେ ପ୍ରତିକ୍ରିୟା ପ୍ରକାଶ ପାଇବ, ତାହାକୁ ଦୃଷ୍ଟିରେ ରଖି ଟିକାଦାନ କେନ୍ଦ୍ରରେ ପର୍ଯ୍ୟବେକ୍ଷଣ କକ୍ଷର ବ୍ୟବସ୍ଥା କରାଯାଇଛି । ସମସ୍ତେ ଏକଥା ବୁଝିବା ଦରକାର । ତେଣୁ ଆମର ପରାମର୍ଶ ହେଲା, ଆପଣ ଯଦି ଗୁରୁତର ଆଲର୍ଜି ପୀଡିତ, ତଥାପି ନିଜେ ସେଥିପାଇଁ ଔଷଧ ଖାଇ ଟିକାଦାନ କେନ୍ଦ୍ରକୁ ଯାଆନ୍ତୁ ଓ ଟିକା ନିଅନ୍ତୁ । 

ଗର୍ଭବତୀ ମହିଳା କୋଭିଡ ଟିକା ନେଇପାରିବେ କି ?

ଡକ୍ଟର ପାଲ:- ଆମର ସାଂପ୍ରତିକ ନିର୍ଦ୍ଦେଶାବଳୀ (ପିଆଇବିର ୧୯ମେ ୨୦୨୧ ପ୍ରେସ ରିଲିଜ ପଢନ୍ତୁ-http:// pib.gov.in/press Release Page. aspr? PRID =1719925) ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ଦିଆଯିବ ଅନୁଚିତ । ଏହାର କାରଣ ହେଲା- ଗର୍ଭବତୀଙ୍କ ଉପରେ ଟିକାର ପ୍ରଭାବ ସଂକ୍ରାନ୍ତରେ କୌଣସି ପରୀକ୍ଷାମୂଳକ ତଥ୍ୟ ବୈଜ୍ଞାନିକ ଓ ଡାକ୍ତରଙ୍କ ପାଖରେ ନାହିଁ । ତେଣୁ ଗର୍ଭବତୀଙ୍କୁ ଟିକା ନ ଦେବାକୁ ନିଷ୍ପତି ଗ୍ରହଣ କରାଯାଇଛି । ନୂଆ ବିଜ୍ଞାନଭିତିକ ତଥ୍ୟ ଅନୁସାରେ ଭାରତ ସରକାର ଏ ସମ୍ପର୍କରେ ଖୁବ୍ ଶୀଘ୍ର ସ୍ପଷ୍ଟ କରିବେ । 

ଏବେ ଦେଖାଯାଉଛି ଯେ ଅନେକ କରୋନା ଟିକା ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ରହୁଛି । ଏବେ ଭାରତରେ ଯେଉଁ ଦୁଇଟି ଟିକା ପ୍ରଦାନ କରାଯାଉଛି ତାହା ମଧ୍ୟ ନିରାପଦ ବୋଲି ଆମେ ଆଶା କରୁଛୁ । କରୋନା ଟିକା ଖୁବ୍ କମ୍ ସମୟରେ ବିକଶିତ ହୋଇଛି । ତେଣୁ ନିରାପତ୍ତା ଦୃଷ୍ଟିରୁ ପ୍ରାରମ୍ଭିକ ପରୀକ୍ଷା ଗର୍ଭବତୀ ମହିଳାଙ୍କ ଉପରେ ହୋଇପାରି ନ ଥିଲା । ଅତଏବ ଜନସାଧାରଣ ଏ କ୍ଷେତ୍ରରେ ଆଉ ଟିକେ ଧୈର୍ଯ୍ୟ ଧରିବାକୁ ଆମେ ଅନୁରୋଧ କରୁଛୁ ।

ଡକ୍ଟର ଗୁଲେରିଆ: ଅନେକ ଦେଶରେ ଗର୍ଭବତୀ ମହିଳାଙ୍କୁ ଟିକା ପ୍ରଦାନ କରାଗଲାଣି । ଆମେରିକାର ଏଫଡିଏ ଗର୍ଭବତୀ ମହିଳାଙ୍କୁ ଫାଇଜର ଓ ମଡେର୍ଣ୍ଣା ଟିକା ଦେବାକୁ ଅନୁମତି ପ୍ରଦାନ କରିଛି । କୋଭାକ୍ସିନ ଓ କୋଭିସିଲ୍ଡ ର ଏ ସଂକ୍ରାନ୍ତ ତଥ୍ୟାବଳୀ ଶୀଘ୍ର ପହଞ୍ଚିବବ । ସେଥିରୁ କିଛି ତଥ୍ୟ ମଧ୍ୟ ହସ୍ତଗତ ହେଲାଣି । ଆମେ ଆଶାବାଦୀ ଯେ ଅଳ୍ପଦିନ ମଧ୍ୟରେ ଗର୍ଭବତୀ ମହିଳାଙ୍କୁ ଏହି ଦୁଇ ଟିକା ପ୍ରଦାନ ସଂକ୍ରାନ୍ତ ଆବଶ୍ୟକ ପୂର୍ଣ୍ଣାଙ୍ଗ ତଥ୍ୟାବଳୀ ମିଳିଯିବ । ଏହି ତଥ୍ୟ ଆଧାରରେ ଭାରତରେ ମହିଳାଙ୍କୁ ଏହି ଦୁଇ ଟିକା ପ୍ରଦାନ ପାଇଁ ସରକାରୀ ଅନୁମତି ମିଳିବ ବୋଲି ଆଶା କରାଯାଉଛି । 

ପିଲାଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା କୋଭିଡ ଟିକା ନେଇପାରିବେ କି ? 

ଡକ୍ଟର ପାଲ:- ଏ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଛି । ଭାରତରେ ଏବେ ଦିଆଯାଉଥିବା ଦୁଇଟି ଯାକ ଟିକା ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ । ଏ ନେଇ ଭୟ କରିବାର କୌଣସି କାରଣ ନାହିଁ । ଟିକା ନେବା ପୂର୍ବରୁ ବା ପରେ ସ୍ତନ୍ୟପାନକୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ । 

(https://pib.gov.in/PressReleasePage.aspx?PRID=1719925)

 

ଟିକା ନେଇ ସାରିବା ପରେ ମୋ ଶରୀରରେ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ କି ?

 ଡକ୍ଟର ଗୁଲେରିଆ:- 

ଆମ ଶରୀରରେ କେତେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହେଉଛି ତାହାକୁ ବିଚାରକୁ ନେଇ ଟିକାର ସାମର୍ଥ୍ୟ ମାପିବା ଅନୁଚିତ । ଟିକା ବିଭିନ୍ନ ପ୍ରକାର ସୁରକ୍ଷା ଯୋଗାଇଥାଏ । ସେଥି ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି (ଆଣ୍ଟିବଡି) ସେଲ ମେଡିଏଟେଡ୍ ଇମ୍ୟୁନିଟି (ସୁରକ୍ଷା) ଏବଂ ମେମୋରୀ ସେଲ ଆଦି ଅନ୍ୟତମ । ଆମେ ରୋଗରେ ଆକ୍ରାନ୍ତ ହେଲେ ଆମ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ । ଆହୁରି ମଧ୍ୟ ଟିକାର ପ୍ରଭାବ ଓ ଦକ୍ଷତା ଯାହା ଏଯାଏ ଦେଖାଯାଉଛି ତାହା ପରୀକ୍ଷାକାଳୀନ ଅନୁଧ୍ୟାନ ଭିତ୍ତିରେ ହେଉଛି । ପ୍ରତ୍ୟେକ ଟିକାର ପରୀକ୍ଷାକାଳୀନ ଅନୁଧ୍ୟାନା ଡିଜାଇନ ଭିନ୍ନ ଭିନ୍ନ ।

 ଏଯାଏ ମିଳିଥିବା ତଥ୍ୟ ଅନୁସାରେ କୋଭିସିଲ୍ଡ, କୋଭାକ୍‌ସିନ୍‌, ସ୍ଫୁଟିନିକ୍ ଭି ଆଦି ଟିକାର ଦକ୍ଷତା ଓ କରାମତି ଅଳ୍ପ ବହୁତେ ପ୍ରାୟ ସମାନ । ତେଣୁ ଏହି ଟିକା ନେବା ଉଚିତ , ସେଇ ଟିକା ନେବା ଅନୁଚିତ ଏଭଳି କହିବା ଠିକ୍ ନୁହେଁ । ନିଜ ଅଞ୍ଚଳରେ ଯେଉଁ ଟିକା ମିଳୁଛି ତାହା ନିଅନ୍ତୁ ଏବଂ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।

ଡକ୍ଟର ପାଲ: ଟିକା ନେବା ପରେ କିଛି ଲୋକ ନିଜର ରୋଗ ପ୍ରତିରୋଧ ଶକ୍ତିର ପରୀକ୍ଷା କରିବା କଥା ଭାବୁଛନ୍ତି । ଏହା କରିବା ଉଚିତ ନୁହେଁ, କାରଣ ଜଣେ ଲୋକର ସାମଗ୍ରୀକ ବ୍ୟାଧି ସୁରକ୍ଷା ଶକ୍ତି ବା ଇମ୍ୟୁନିଟିକୁ ଏହା ପ୍ରଦର୍ଶିତ କରେନାହିଁ । ଏହାର କାରଣ ହେଲା ଟି-ସେଲ ବା ମେମୋରୀ ସେଲ୍‌ରେ ଟିକା ନେବା ପରେ କେତେକ ପରିବର୍ତ୍ତନ ଘଟିଥାଏ । ସେଗୁଡିକ ଅଧିକ ଶକ୍ତିଶାଳୀ ହୋଇ ପ୍ରତିରୋଧ କ୍ଷମତା ବଢାନ୍ତି । ଆହୁରି ମଧ୍ୟ ଟି-ସେଲ୍ସ ମଧ୍ୟ ଆଣ୍ଟିବଡି ଟେଷ୍ଟରେ ଧରାପଡନ୍ତି ନାହିଁ ; କାରଣ ଏସବୁ ଅସ୍ଥିମଜ୍ଜା (ବୋନ ମ୍ୟାରୋ)ରେ ଥାଆନ୍ତି । ତେଣୁ ଆମର ଅନୁରୋଧ ହେଲା ଟିକା ନେବା ପୂର୍ବରୁ କିମ୍ବା ପରେ ଆଣ୍ଟିବଡି ଟେଷ୍ଟ କରନ୍ତୁ ନାିହଁ । ଯେଉଁ ଟିକା ମିଳୁଛି ତାହାକୁ ନିଅନ୍ତୁ । ଦୁଇଟି ଯାକ ଡୋଜକୁ ନିର୍ଦ୍ଧାରିତ ବ୍ୟବଧାନରେ ନେବା ସହିତ ଉପଯୁକ୍ତ କୋଭିଡ ନିୟମ ପାଳନ କରନ୍ତୁ । ଆହୁରି ମଧ୍ୟ ଲୋକଙ୍କର ଧାରଣ ଅଛି ଯେ କୋଭିଡରେ ଆକ୍ରାନ୍ତ ହେବା ପରେ ଆଉ ଟିକା ନେବାର ଆବଶ୍ୟକତା ନାହିଁ । ସେ ଧାରଣାର ବଶବର୍ତ୍ତୀ ହୁଅନ୍ତୁ ନାହିଁ । 

ବ୍ଲଡକ୍ଲଟିଂ (ରକ୍ତଜମାଟ) ହେବା କରୋନା ଟିକା ନେବା ପରେ ଏକ ସାଧାରଣ ଘଟଣା କି ?

ଡକ୍ଟର ପାଲ: ଏଭଳି କିଛି ଘଟଣା ନଜରକୁ ଆସିଛି । ବିଶେଷକରି ଆଷ୍ଟ୍ରାଜେନେକା ଟିକା ନେବା ପରେ ଏଭଳି ଘଟଣା ଘଟିଛି । ୟୁରୋପରେ ଏହି ଘଟଣା ଘଟିଥିଲା ଏବଂ ଯୁବବର୍ଗଙ୍କ ମଧ୍ୟରେ ସେମାନଙ୍କ ଜୀବନ ଶୈଳୀ, ଶରୀର ଓ ଜେନେଟିକ୍ ଷ୍ଟ୍ରକଚର ଯୋଗୁଁ ଏହା ଘଟିଥିଲା । ମୁଁ ଆପଣଙ୍କୁ ଦୃଢ ନିଶ୍ଚିତ କରିବାକୁ ଚାହେଁ ଯେ ଆମେ ଭାରତରେ ଏହି ତଥ୍ୟକୁ ରିତିମତ ବିଧିବଦ୍ଧଭାବେ ପରୀକ୍ଷାନିରୀକ୍ଷା କରିଛୁ । ଆମ ଅନୁଧ୍ୟାନ ଅନୁସାରେ ଭାରତରେ ଟିକା ନେବା ପରେ ବ୍ଲଡକ୍ଲଟିଂ ଘଟଣା କାଁ ଭାଁ ଘଟିଛି । ଏହି ସଂଖ୍ୟା ଏତେ କମ୍ ଯେ ସେ ଘେନି ବ୍ୟସ୍ତ ବିବ୍ରତ ହେବାର କିଛି ନାହିଁ । ୟୁରୋପୀୟ ଦେଶ ସମୂହରେ ଏଭଳି ଘଟଣା ଭାରତଠାରୁ ୩୦ଗୁଣ ଅଧିକ ଘଟିଛି ।

ଡକ୍ଟର ଗୁଲେରିଆ-: ଆଗରୁ ମଧ୍ୟ ଦେଖାଯାଇଛି ଯେ ଅସ୍ତ୍ରୋପ୍ରଚାର ପରେ ବ୍ଲଡକ୍ଲଟିଂ ଘଟଣା ଭାରତୀୟଙ୍କଠାରେ କମ୍ । ୟୁରୋପୀୟ ଓ ଆମେରିକୀୟଙ୍କ ଠାରେ ଅସ୍ତ୍ରୋପଚାର ପରବର୍ତ୍ତୀ ବ୍ଲଡ୍‌କ୍ଲଟିଂ ଯେଉଁ ପରିମାଣରେ ଘଟେ ଭାରତୀୟଙ୍କଠାରେ ତାହା ତୁଳନାତ୍ମଭାବେ ଅତି ସ୍ୱଳ୍ପ । ଟିକାଜନିତ ଥ୍ରମ୍ବୋସିସ୍ ବା ଥ୍ରମ୍ବୋସାଇଟୋପେନିଆ ଏକ ପାଶ୍ୱର୍ ପ୍ରତିକ୍ରିୟା ଏହା ଭାରତର ବିରଳ । ୟୁରୋପ ତୁଳନାରେ ଏହା ଅତିକମ୍ । ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ । ଏଥିପାଇଁ ମଧ୍ୟ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ । 

ମୋତେ ଯଦି କରୋନା ହୋଇଥିବ, କେତେଦିନ ପରେ ମୁଁ ଟିକା ନେଇପାରିବି ?

ଡକ୍ଟର ଗୁଲେରିଆ- ସର୍ବଶେଷ ନିର୍ଦ୍ଦେଶାବଳୀରେ ସ୍ପଷ୍ଟଭାବେ କୁହାଯାଇଛି ଯେ, ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ସୁସ୍ଥ ହେବାର ତିନିମାସ ପରେ କରୋନା ଟିକା ନେଇପାରିବେ । ଏହା ଫଳରେ ଶରୀରର ରୋଗ ପ୍ରତିରୋଧ ଶକ୍ତି ଅଧିକ ମଜବୁତ୍ ହେବ ଏବଂ ଟିକାର ପ୍ରଭାବ ଭଲ ରହିବ ।

(https://pib.gov.in/PressReleasePage.aspx?PRID=1719925),

ଉଭୟ ବିଶେଷଜ୍ଞ: ଡକ୍ଟର ପାଲ ଓ ଡକ୍ଟର ଗୁଲେରିଆ ଦୃଢୋକ୍ତି ସହ କହିଛନ୍ତି ଯେ ଆମ ଟିକା କରୋନା ଭୂତାଣୁର ମ୍ୟୁଟାଣ୍ଟ ବା ରୂପାନ୍ତରଣକୁ ମୁକାବିଲା କରିବାକୁ ସମର୍ଥ । ଏହା ଏଯାଏ ମିଳିଥିବା ତଥ୍ୟାବଳୀରୁ ପ୍ରମାଣିତ । ଟିକା ନେବା ପରେ ଶରୀରର ସାମଗ୍ରୀକ ବ୍ୟାଧି ବିରୋଧକ ବ୍ୟବସ୍ଥା ବା ଇମ୍ୟୁନିଟ୍ ଦୁର୍ବଳ ହୋଇଯାଉଛି ଏବଂ ଲୋକଙ୍କର ମୃତ୍ୟୁ ଘଟୁଛି ବୋଲି ସାମାଜିକ ଗଣମାଧ୍ୟମରେ ଯେଉଁ ଖବର ଘୂରି ବୁଲୁଛି ତାହାକୁ ଏହି ଦୁଇ ବିଶେଷଜ୍ଞ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛନ୍ତି । ଏଭଳି କିଛି ଭ୍ରାନ୍ତ ଧାରଣା ଗ୍ରାମାଞ୍ଚଳ ଓ ଅଗମ୍ୟ ଇଲାକାରେ ସୃଷ୍ଟି ହୋଇଥିବା ସେମାନେ ସ୍ପଷ୍ଟ କରିଛନ୍ତି ।  

ସୌଜନ୍ୟ:ଡିଡିନ୍ୟୁଜ /ପିଆଇବି, ମୁମ୍ବାଇ)

 

 

TKM/ SLP



(Release ID: 1725482) Visitor Counter : 265