ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀ ଓ ସେମାନଙ୍କ ମାତା-ପିତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

ଅଣ-ହିନ୍ଦୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେଲେ ସେମାନଙ୍କ ମାତୃଭାଷାରେ

ଟିକାକରଣ ପଞ୍ଜୀକରଣ ପାଇଁ ପରିବାର ସଦସ୍ୟ ଓ ପଡୋଶୀଙ୍କୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

Posted On: 03 JUN 2021 10:48PM by PIB Bhubaneshwar

ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମାତାପିତା ମଧ୍ୟ ଯୋଗ ଦେଇଥିଲେ ।

ଏହି ଭର୍ଚୁଆଲ ମତ ବିନିମୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ଆପଣାର ହେବା ପାଇଁ ପ୍ରଧାନମନ୍ତ୍ରୀ ଅଣହିନ୍ଦୀ ଭାଷୀ ପିଲାମାନଙ୍କ ସହ ସେମାନଙ୍କ ମାତୃଭାଷାରେ କଥାବାର୍ତ୍ତା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସକାରାତ୍ମକ ଭାବନା ଓ ବାସ୍ତବିକତାର ପ୍ରଶଂସା କରିବା ସହ କହିଥିଲେ ଯେ ଆମେ ଦେଶ ପାଇଁ ଏହା ଆନନ୍ଦର ବିଷୟ ଯେ ଆମର ପିଲାମାନେ ପ୍ରତ୍ୟେକ ଆହ୍ୱାନକୁ ନିଜର ଶକ୍ତି ମତେ ମୁକାବିଲା କରୁଛନ୍ତି । ଏହାହିଁ ଦେଶର ଶକ୍ତି ବୋଲି କହିବା ସହ ମତବିନିମୟ କାଳରେ ପିଲାମାନଙ୍କ ଦୃଢ଼ ମନୋଭାବର ମଧ୍ୟ ତାରିଫ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଅଭିଜ୍ଞତା ଖୁବ ଗୁରୁତ୍ୱପୂର୍ଣ୍ଣ ଓ ଆପଣମାନେ ଜୀବନ ପ୍ରତ୍ୟେକ ସ୍ତରରେ ଏହା ଖୁବ ଉପଯୋଗୀ ହେବ । ଆମେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯେଉଁ ଦଳଗତ ଉତ୍ସାହ ଦେଖୁ ସେ ତାହାର ଉଦାହରଣ ଦେଇଥିଲେ । କରୋନା କାଳରେ ଆମେ ଏହାର ଭିନ୍ନ ଢ଼ଙ୍ଗ ଦେଖିଛୁ ଓ ଦେଶ ଏଭଳି କଠିନ ସମୟରେ ଏକ ନୂଆ ଢ଼ଙ୍ଗରେ ଦଳଗତ ଉତ୍ସାହର ଶକ୍ତିକୁ ଦେଖିଛି ।

ଆସନ୍ତା ପାଞ୍ଚ ତାରିଖ ଦିନ ବିଶ୍ୱ ପରିବେଶ ଦିବସରରେ ପରିବେଶ ନିମନ୍ତେ କିଛି କରିବା ସହ ଆସନ୍ତା 21 ତାରିଖ ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗ କରିବାକୁ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହ ଶ୍ରୀ ମୋଦୀ ସେମାନଙ୍କ ପରିବାର ସଦସ୍ୟ ଓ ପଡୋଶୀମାନଙ୍କୁ ଟିକାଦାନ ପଞ୍ଜୀକରଣ ପାଇଁ ସାହାଯ୍ୟ କରିବାକୁ ମଧ୍ୟ ନିବେଦନ କରିଛନ୍ତି ।

 

SM

 

***************



(Release ID: 1724352) Visitor Counter : 156