ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମେରିକା ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Posted On: 03 JUN 2021 9:42PM by PIB Bhubaneshwar

ଆମେରିକାର ଉପ-ରାଷ୍ଟ୍ରପତି ମହାମହିମ କମଳା ହାରିସଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ କଥା ହୋଇଛନ୍ତି

ଭାରତ ସମେତ ଅନ୍ୟାନ୍ୟ ଦେଶକୁ କୋଭିଡ-19 ବିରୋଧରେ ଟିକା ଉପଲବ୍ଧ କରାଇବା ପାଇଁ “ଷ୍ଟ୍ରାଟେଜୀ ଫର୍ ଗ୍ଲୋବାଲ ଭ୍ୟାକ୍ସିନ ସେୟାର” ବା “ବିଶ୍ଵ ସ୍ତରୀୟ ଟିକାକରଣ ଭାଗିଦାରୀ ରଣନୀତି” ଅଧୀନରେ ଆମେରିକାର ଯୋଜନା ବିଷୟରେ ଉପ-ରାଷ୍ଟ୍ରପତି ହାରିସ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ ।

ଆମେରିକାର ନିଷ୍ପତ୍ତି ତଥା ଭାରତ ବିଗତ ଦିନରେ ଆମେରିକା ସରକାରଙ୍କ ଠାରୁ ପାଇଥିବା ଅନ୍ୟ ସମସ୍ତ ପ୍ରକାରର ସମର୍ଥନ ପାଇଁ ଉପ-ରାଷ୍ଟ୍ରପତି ହାରିସଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ

ଟିକା ଉତ୍ପାଦନ କ୍ଷେତ୍ରରେ ଆମେରିକା ଏବଂ ଭାରତ ମଧ୍ୟରେ ସ୍ୱାସ୍ଥ୍ୟ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଉଭୟ ନେତା ଆଲୋଚନା କରିଥିଲେ । ମହାମାରୀର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପ୍ରଭାବକୁ ସମାଧାନ କରିବାରେ ସେମାନେ ଭାରତ-ଆମେରିକା ସହଭାଗୀତାର ସମ୍ଭାବନା ତଥା କ୍ୱାଡ ଟିକା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ହେବା କ୍ଷଣି ଭାରତରେ ଉପରାଷ୍ଟ୍ରପତି ହାରିସଙ୍କୁ ସ୍ୱାଗତ କରିବାର ଇଚ୍ଛାକୁ ପ୍ରଧାନମନ୍ତ୍ରୀ ପ୍ରକଟ କରିଥିଲେ

 

**********

TRP/



(Release ID: 1724260) Visitor Counter : 213