ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଜାତୀୟ ହେଲ୍ପଲାଇନ ନମ୍ବରଗୁଡ଼ିକର ପ୍ରଚାର ପାଇଁ ସାଧାରଣ ମନୋରଞ୍ଜନ ଚ୍ୟାନେଲଗୁଡ଼ିକ ପାଇଁ ମାର୍ଗଦର୍ଶିକା
Posted On:
03 JUN 2021 4:38PM by PIB Bhubaneshwar
ନିମ୍ନୋକ୍ତ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବରଗୁଡ଼ିକୁ ପ୍ରଚାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଘରୋଇ ସାଧାରଣ ମନୋରଞ୍ଜନ ଟିଭି ଚ୍ୟାନେଲ (ଅଣ-ନ୍ୟୁଜ)ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଶେଷ କରି ପ୍ରାଇମ ଟାଇମ ସମୟରେ, ଟିକର୍ ମାଧ୍ୟମରେ କିମ୍ବା ଏପରି କୌଣସି ଉପଯୁକ୍ତ ମାର୍ଗରେ, ଏପରିକି ବିରତି ସମୟରେ ମଧ୍ୟ ଏହି ନମ୍ବରଗୁଡ଼ିକୁ ପ୍ରଦର୍ଶିତ କରିବା ନିମନ୍ତେ ମାର୍ଗଦର୍ଶିକାରେ କୁହାଯାଇଛି।
1075
|
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ହେଲ୍ପଲାଇନ ନଂ
|
1098
|
ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଶିଶୁ ହେଲ୍ପଲାଇନ ନମ୍ବର
|
14567
|
ବରିଷ୍ଠ ନାଗରିକମାନଙ୍କ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ହେଲ୍ପଲାଇନ
(ଏନସିଟି ଦିଲ୍ଲୀ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ)
|
08046110007
|
ମନୋବିଜ୍ଞାନ ପରାମର୍ଶ ପାଇଁ ଏନଆଇଏମଏଚଏଏନଏସର ହେଲ୍ପଲାଇନ ନମ୍ବର
|
14443
|
ଆୟୁଷ କୋଭିଡ-19 ପରାମର୍ଶ ହେଲ୍ପଲାଇନ
|
9013151515
|
ମାଇଁ ଗଭ୍ ହ୍ବାଟ୍ସଆପ୍ ହେଲ୍ପଡେସ୍କ
|
ନାଗରିକମାନଙ୍କର ଲାଭ ପାଇଁ ଭାରତ ସରକାରଙ୍କ ଦ୍ବାରା ଏସବୁ ହେଲ୍ପଲାଇନ ନମ୍ବର ସୃଷ୍ଟି କରାଯାଇଛି ଓ ପ୍ରଚାର କରାଯାଉଛି।
ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବିଗତ କିଛି ମାସ ଧରି, ସରକାରଙ୍କ ପକ୍ଷରୁ ତିନୋଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ-କୋଭିଡ ଚିକିତ୍ସା ପ୍ରୋଟୋକଲ, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ସମ୍ବାଦପତ୍ର, ଟିଭି, ରେଡିଓ, ସାମାଜିକ ଗଣମାଧ୍ୟମ ଆଦି ଗଣମାଧ୍ୟମ ମଞ୍ଚ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।
ଉପରୋକ୍ତ ତିନୋଟି ପ୍ରସଙ୍ଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସୂଚୀତ କରିବା କ୍ଷେତ୍ରରେ ସରକାରଙ୍କ ପ୍ରୟାସରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ମାର୍ଗଦର୍ଶିକାରେ ସେମାନଙ୍କୁ ପ୍ରଶଂସା କରାଯାଇଛି। ଏହି ଉଦ୍ଦେଶ୍ୟ ଲାଗି ଆହୁରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର ସମ୍ପର୍କରେ ପ୍ରଚାର ଓ ସଚେତନତା କରିବା ଲାଗି ଘରୋଇ ସାଧାରଣ ମନୋରଞ୍ଜନ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି।
********
P.S.
(Release ID: 1724155)
Visitor Counter : 254
Read this release in:
English
,
Urdu
,
Marathi
,
Hindi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam