ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା 7ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି : ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ
Posted On:
03 JUN 2021 1:41PM by PIB Bhubaneshwar
କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତାକୁ 7 ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପିଛିଲା ଭାବେ 2011 ଠାରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି । ଯେଉଁ ପ୍ରାର୍ଥୀମାନଙ୍କର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାର୍ଟିଫିକେଟର ବୈଧତା ସାତ ବର୍ଷର ଅବଧି ପରେ ଶେଷ ହୋଇଯାଇଛି ଏହାକୁ ପୁନଃ ଆଜୀବନ ବୈଧ କରିବା ନିମନ୍ତେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।
ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ କ୍ୟାରିଅର ଗଢ଼ିବା ଲାଗି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ହେବ ।
ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ହେଉଛି ଏକ ଜରୁରି ଯୋଗ୍ୟତା । 2011 ରେ ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ ପକ୍ଷର ଏକ ମାର୍ଗଦର୍ଶିକା ଜାରି କରି କୁହାଯାଇଥିଲା ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଆୟୋଜନ କରାଯିବ ଏବଂ ଏହାର ବୈଧତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିବ ।
*********
P.S
(Release ID: 1724077)
Read this release in:
Malayalam
,
English
,
Urdu
,
Marathi
,
Hindi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada