ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ଟିକା ଆବଣ୍ଟନ ବାବଦରେ ସଦ୍ୟ ସୂଚନା

୨୦୨୧ ଜୁନ ମାସ ନିମନ୍ତେ ଜାତୀୟ କୋଭିଡ ଟିକାକରଣ ଲାଗି ପାଖାପାଖି ୧୨ କୋଟି ଡୋଜ ଉପଲବ୍ଧ ହେବ

୨୦୨୧ ମେ ମାସରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ୭,୯୪,୦୫,୨୦୦ ଡୋଜ ଉପଲବ୍ଧ ରହିଥିଲା

୨୦୨୧ର ସମଗ୍ର ଜୁନ ମାସ ପାଇଁ ଟିକାର ଅଗ୍ରିମ ଦୃଶ୍ୟତା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରଦାନ କରାଯାଇଛି

Posted On: 30 MAY 2021 10:50AM by PIB Bhubaneshwar

ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ଦିଗରେ ଏବେ ଟେଷ୍ଟ, ଟ୍ରାକ, ଟି୍ରଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାର ସମେତ ଭାରତ ସରକାରଙ୍କ ବ୍ୟାପକ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି କୋଭିଡ ଟିକାକରଣ । ଜାତୀୟ ଟିକାକରଣ ଅଭିଯାନର ଅଂଶସ୍ୱରୂପ ଭାରତ ସରକାର ମାଗଣାରେ କୋଭିଡ ଟିକା ପ୍ରଦାନ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମର୍ଥନ ଯୋଗାଇ ଆସୁଛନ୍ତି ।

୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି, ଯାହାଦ୍ୱାରା ଉପଲବ୍ଧ ଟିକାର ୫୦% ଭାରତ ସରକାରଙ୍କ ତରଫରୁ ରାଜ୍ୟଗୁଡ଼ିକ ପାଇଁ ମାଗଣାରେ ଉପଲବ୍ଧ କରାଯିବ ଏବଂ ବଳକା ୫୦% ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଘରୋଇ ଡାକ୍ତରଖାନା ଦ୍ୱାରା ଟିକା ଉତ୍ପାଦନକାରୀ କମ୍ପାନିଙ୍କଠାରୁ ସିଧାସଳଖ ଭାବେ ହାସଲ ନିମନ୍ତେ ଉପଲବ୍ଧ ।

ଭାରତ ସରକାରଙ୍କ ତରଫରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଣର ଆବଣ୍ଟନ ପ୍ରକ୍ରି୍ରୟା ବାବଦ ନିଷ୍ପତ୍ତି ଟିକାର ବ୍ୟବହାର ପ୍ରଣାଳୀ, ଲୋକସଂଖ୍ୟା ଏବଂ ଟିକା ଅପଚୟ ମାତ୍ରାକୁ ଆଧାର କରି ନିଆଯିବ । ୨୦୨୧ର ସମଗ୍ର ଜୁନ ମାସ ପାଇଁ ଟିକା ଉପଲବ୍ଧତାର ଦୃଶ୍ୟତା ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଗି୍ରମ ଭାବେ ପ୍ରଦାନ କରାଯାଇଛି ଓ ୨୦୨୧ ମେ ୧୭, ୨୦୨୧ ମେ ୨୭ ଓ ୨୦୨୧ ମେ ୨୯ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅବଗତ କରାଯାଇଛି ।

୨୦୨୧ ଜୁନ ମାସ ନିମନ୍ତେ ୬.୦୯ କୋଟି (୬,୦୯,୬୦,୦୦୦) କୋଭିଡ ଟିକା ଡୋଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଇ ଦିଆଯିବ, ଯାହା ଭାରତ ସରକାରଙ୍କ ପକ୍ଷରୁ ମାଗଣା ଯୋଗାଣ ଆଧାରରେ ସ୍ୱାସ୍ଥ୍ୟ କର୍ମୀ (ଏଚସିଡବ୍ଲୁ୍ୟ), ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ୍ୟ) ଏବଂ ୪୫ ବର୍ଷ ଓ ତଦୂଦ୍ଧ୍ୱର୍ ବୟସର ବ୍ୟକ୍ତି ଭଳି ପ୍ରାଥମିକ ଗୋଷ୍ଠୀଙ୍କ ଟକାକରଣ ନିମନ୍ତେ ଉଦ୍ଦିଷ୍ଟ ରହିବ । ଏଥିସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ନିମନ୍ତେ ୫.୮୬ କୋଟିରୁ ଅଧିକ (୫,୮୬,୧୦,୦୦୦) ଡୋଜ ଉପଲବ୍ଧ କରାଯିବ । ଏହିଭଳି ଭାବେ, ୨୦୨୧ ଜୁନରେ ପାଖାପାଖି ୧୨ କୋଟି (୧୧,୯୫,୭୦,୦୦୦) ଡୋଜ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଉପଲବ୍ଧ ହେବ ।

ଏହି ଆବଣ୍ଟନର ଯୋଗାଣ କାର୍ଯ୍ୟସୂଚୀ ବାବଦରେ ଆଗୁଆ ଅବଗତ କରାଯିବ । ଆବଣ୍ଟିତ ଡୋଜର ଯଥାର୍ଥ ତଥା ନ୍ୟାୟସଙ୍ଗତ ବ୍ୟବହାର ଓ ଟିକା ଅପଚୟ କମାଇବାକୁ ସୁନିଶ୍ଚିତ କରିବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେବା ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ।

ଭାରତ ସରକାରଙ୍କ ତରଫରୁ ୧୫/୩୦ ଦିନ ପାଇଁ ଉପଲବ୍ଧ ହେବାକୁ ଥିବା ମାଗଣା ଟିକା ଡୋଜର ପରିମାଣ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ନିମନ୍ତେ ଉପଲବ୍ଧ ହେବାକୁ ଥିବା ମୋଟ ଟିକା ଡୋଜ ବାବଦରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆଗୁଆ ସୂଚିତ କରାଯିବା ଫଳରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଟିକାର ଉତ୍ତମ ଯୋଜନା ଓ ଯୋଗାଣ ସୁନିଶ୍ଚିତ ହୋଇପାରିବ ।

୨୦୨୧ ମେ ମାସ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟଗୁଡ଼ିକ ନିମନ୍ତେ ମାଗଣାରେ ୪.୦୩ କୋଟିରୁ ଅଧିକ (୪,୦୩,୪୯,୮୩୦) ଟିକା ଡୋଜ ଉପଲବ୍ଧ କରାଯାଇଛି । ଏହାବ୍ୟତୀତ ୨୦୨୧ ମେ ମାସରେ ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ଲାଗି ମୋଟ ୩.୯୦ କୋଟିରୁ ଅଧିକ (୩,୯୦,୫୫,୩୭୦) ଡୋଜ ଉପଲବ୍ଧ ହୋଇଥିଲା । ଏହିଭଳି ଭାବେ୨୦୨୧ ମେ ମାସରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ମୋଟ ୭,୯୪,୦୫,୨୦୦ ସଂଖ୍ୟକ ଡୋଜ ଉପଲବ୍ଧ କରାଯାଇଥିଲା ।

SR



(Release ID: 1722879) Visitor Counter : 217