ରସାୟନ ଓ ସାର ମନ୍ତ୍ରଣାଳୟ

ରେମଡେସିଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

● ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଛି
● ଦେଶରେ ଯଥେଷ୍ଟ ପରିମାଣରେ ରେମଡେସିଭିର ଉପଲବ୍ଧ, ଚାହିଦା ତୁଳନାରେ ଯୋଗାଣ ଅଧିକ
● 50 ଲକ୍ଷ ଶିଶି ରେମଡେସିଭିରକୁ ନେଇ ରଣନୈତିକ ଭଣ୍ଡାର ସୃଷ୍ଟି କରାଯିବ

ପୋଷ୍ଟ କରାଯିବା ଦିନାଙ୍କ: 29 MAY 2021 12:44PM by PIB Bhubaneswar

ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଛି। 11 ଏପ୍ରିଲରେ ଏହି ଔଷଧର ଦୈନିକ ଉତ୍ପାଦନ ପରିମାଣ 33,000 ଶିଶି ହୋଇଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇଁ ଦୈନିକ 3,50,000 ଶିଶି ହୋଇଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ରେମଡେସିଭିର ଉତ୍ପାଦନ କରୁଥିବା ପ୍ଲାଣ୍ଟଗୁଡ଼ିକର ସଂଖ୍ୟା ଗୋଟିଏ ମାସ ମଧ୍ୟରେ 20ରୁ ବୃଦ୍ଧି 60 କରି ଦେଇଛନ୍ତି। ସେ କହିଥିଲେ ଯେ ଏବେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ରେମଡେସିଭିର ରହିଛି କାରଣ ଚାହିଦା ତୁଳନାରେ ଯୋଗାଣ ପରିମାଣ ବହୁଗୁଣା ଅଧିକ ରହିଛି।

ଶ୍ରୀ ମାଣ୍ଡଭିୟ କହିଥିଲେ ଯେ  ସରକାର ରାଜ୍ୟଗୁଡ଼ିକୁ ରେମଡେସିଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସସିଓକୁ ଦେଶରେ ରେମଡେସିଭିର ଉପଲବ୍ଧତା ଉପରେ ଲଗାତାର ନଜର ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଯେ ଭାରତ ସରକାର ଜରୁରିକାଳୀନ ଆବଶ୍ୟକତା ପାଇଁ ରଣନୈତିକ ଭଣ୍ଡାର ସୃଷ୍ଟି କରିବା ନିମନ୍ତେ ରେମଡେସିଭିରର 50 ଲକ୍ଷ ଶିଶି କ୍ରୟ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

 

**********

P.S


(ରିଲିଜ ଆଡି: 1722761) ପରିଦର୍ଶକ କାଉଣ୍ଟର : 262