ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ରିଲିଫ ସହାୟତା ସମ୍ପର୍କିତ ସୂଚନା

ଏପର୍ଯ୍ୟନ୍ତ ୧୮,୦୦୬ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୯,୦୮୫ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୧୪,୫୧୪ ଭେଣ୍ଟିଲେଟର/ ବିଆଇ ପିଏପି, ୭ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ, ୧୨ ଲକ୍ଷ ଫାଭିପିରାଭିର ବଟିକା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିତରଣ କରାଗଲାଣି/ପଠାଯାଇଛି

Posted On: 27 MAY 2021 2:32PM by PIB Bhubaneshwar

ଭାରତ ସରକାର ଏପ୍ରିଲ ୨୭,୨୦୨୧ରୁ ବିଭିନ୍ନ ଦେଶ/ସଂଗଠନ ପକ୍ଷରୁ ଅନ୍ତର୍ଜାତିକ ସହାୟତା ଭାବେ କୋଭିଡ-୧୯ ରିଲିଫ ଡାକ୍ତରୀ ଉପକରଣ ପାଉଛନ୍ତି । ଏଗୁଡିକୁ ତୁରନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଯାଉଛି ।

ଏପ୍ରିଲ ୨୭,୨୦୨୧ରୁ ମଇ ୨୬, ୨୦୨୧ ମଧ୍ୟରେ ସମୁଦାୟ ୧୮,୦୦୬ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୯,୦୮୫ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୧୪,୫୧୪ ଭେଣ୍ଟିଲେଟର/ ବିଆଇ ପିଏପି, ୭ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ, ୧୨ ଲକ୍ଷ ଫାଭିପିରାଭିର ବଟିକା ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।

ମଇ ୨୫/୨୬, ୨୦୨୧ରେ ସିଙ୍ଗାପୁର, ବ୍ରୁନେଇ, ଓମାନ, ଅଣ୍ଟାରିଓ (କାନାଡା), ଇଜିପ୍ଟ, ସିଙ୍ଗାପୁର ରେଡକ୍ରସ ସୋସଇଟି, ସେଓ୍ୱା ଇଣ୍ଟରନ୍ୟାସନାଲ (ଅଷ୍ଟ୍ରେଲିଆ), ସ୍ୱିସ ଇଣ୍ଡିଆ ଚାମ୍ବର ଅଫ କମର୍ସ, ଫୋରମ ଅଫ ଇଣ୍ଡିଆନ ପ୍ରଫେସନାଲ (ହଂକଂ) ଓ ଫକ୍ସଓ୍ୱାଗନ (ଜର୍ମାନୀ)ରୁ ମିଳିଥିବା ସହାୟତା

 

Consignments

Quantity

Oxygen Concentrators

155

Oxygen Cylinders

900

Ventilators/Bi-PAP/CPAP

1,045

ବ୍ୟବସ୍ଥିତ ଓ ସୁନିୟୋଜିତ ଉପାୟରେ ଅନ୍ତର୍ଜାତିକ ସହାୟତାଗୁଡିକର ସୁଷମ ବଣ୍ଟନ କରାଯାଇ ତ୍ୱରାନ୍ୱିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିୟମିତ ପଠାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିୟମିତ ଭାବେ ଏହି ପ୍ରକ୍ରିୟା ନୀରିକ୍ଷଣ କରୁଛନ୍ତି । ଅନୁଦାନ, ସହାୟତା ଓ ଦାନ ଭାବେ ମିଳୁଥିବା ବିଦେଶୀ ରିଲିଫ ସାମଗ୍ରୀ ଗ୍ରହଣ ଓ ଆବଂଟନରେ ସମନ୍ୱୟ ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ଏକ ସ୍ୱତନ୍ତ୍ର ସମନ୍ୱୟ ସେଲ୍ ଗଠିତ ହୋଇଛି । ଏହି ସେଲ୍ ଏପ୍ରିଲ ୨୬,୨୦୨୧ରୁ କାମ କରିବା ଆରମ୍ଭ କରିଛି । ମଇ ୨, ୨୦୨୧ରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଏକ ମାନକ ସଂଚାଳନ ପ୍ରକ୍ରିୟା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଛି ।

SR



(Release ID: 1722309) Visitor Counter : 205