ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ଟିକାକରଣ ସଂପର୍କରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମୀକ୍ଷା ଏବଂ ଟିକାକରଣ ମାତ୍ରା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ
ଟିକାକରଣ ତ୍ୱରାନ୍ୱିତ କରିବା ନିମନ୍ତେ କୋୱିନ୍ ଉପରେ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସରଳୀକରଣ ସୁବିଧା ଯୋଗାଣ
ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସେମାନଙ୍କର ଉପଯୋଗ ଅନୁସାରେ ପର୍ଯ୍ୟାପ୍ତ ଟିକା ଯୋଗାଇ ଦିଆଯିବ
ଏଚସିଡବ୍ଲୁ, ଏଫଏଲଡବ୍ଲୁ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜନଗୋଷ୍ଠୀଙ୍କ ଟିକାକରଣ ଏବଂ ସେମାନଙ୍କର ଟିକା ନଷ୍ଟ ଉପରେ ଗୁରୁତ୍ୱର ସହ ଆଲୋଚନା
ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସଓପି ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ଓ ସର୍ଭେଲାନ୍ସ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ
प्रविष्टि तिथि:
25 MAY 2021 7:40PM by PIB Bhubaneshwar
କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ , କେନ୍ଦ୍ରଶାସିତ କ୍ଷେତ୍ର ତଥା ଅନ୍ୟ ସମସ୍ତ ହିତଧାରକମାନଙ୍କୁ ମାର୍ଗଦର୍ଶନ କରିବା, ସମୀକ୍ଷା ଓ ଏହି କାର୍ଯ୍ୟକ୍ରମର ନିରୀକ୍ଷଣ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ସ୍ୱରୂପ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ପ୍ରଶାସକମାନଙ୍କ ସହ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟମାନଙ୍କ ଟିକାକରଣ ପ୍ରଗତି, କୋୱିନ୍ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଯାହାକି ରାଜ୍ୟମାନଙ୍କୁ ଟିକାକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ ଭାବେ ସଂପାଦନ କରିବାରେ ସହାୟକ ହେବ ତଥା କୋଭିଡ଼ ୧୯ ସଂକ୍ରମଣ ପରିଚାଳନା( ବିଶେଷ କରି ଯେଉଁସବୁ କ୍ଷେତ୍ର ସ୍ୱାସ୍ଥ୍ୟ ସଂସାଧନ ଦୃଷ୍ଟିରୁ ଅନୁନ୍ନତ)କୁ ଅନୁପାଳନ ପୂର୍ବକ କଣ୍ଟେନମେଣ୍ଟ ଜୋନ୍ ପ୍ରତିଷ୍ଠ ଏବଂ ସେହିସବୁ ନିର୍ଦ୍ଦେଶାବଳୀର ପ୍ରବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । କୋଭିଡ଼ ମହାମାରୀକୁ ନିୟନ୍ତ୍ରଣ କରିବାରେ ଏହା ମେରୁଦଣ୍ଡ ସଦୃଶ କାର୍ଯ୍ୟ କରିବ ବୋଲି କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ ।
ବୈଠକ ପ୍ରାରମ୍ଭରେ ସାରା ଦେଶର ଟିକାକରଣର ପ୍ରଗତି ସମ୍ପର୍କର ବିସ୍ତୃତ ତଥ୍ୟାବଳୀ ଉପସ୍ଥାପନ କରାଯାଇଥିଲା । ଯେଉଁସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ଟିକାକରଣ ଦୃଷ୍ଟିରୁ ଅନ୍ୟାନ୍ୟ ରାଜ୍ୟମାନଙ୍କ ତୁଳନାରେ ପଛୁଆ ରହିଛନ୍ତି ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ସେହିସବୁ ରାଜ୍ୟଗୁଡ଼ିକର ଆପଦାଗ୍ରସ୍ତ ବର୍ଗର ଲୋକମାନଙ୍କୁ ଯେଭଳି ଯଥାଶୀଘ୍ର ଏହି ଟିକା ପ୍ରଦାନ କରାଯାଏ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ସ୍ୱାସ୍ଥ୍ୟସେବା କର୍ମୀ (ଏଚସିଡବ୍ଲୁ) ଓ ଛାମୁଆ କର୍ମୀ (ଏଫଏଲଡବ୍ଲୁ)ମାନଙ୍କୁ ରାଜ୍ୟୱାରୀ ଏବେସୁଦ୍ଧା କେତେ ଲେଖାଏଁ ପ୍ରଥମ ଡୋଜ୍ ଏବଂ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରାଯାଇଛି ସେ ସଂପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ବର୍ଗର କର୍ମୀମାନଙ୍କୁ ଟିକା ପ୍ରଦାନ କରାଯିବାର ସୁଯୋଗ ଓ ମାତ୍ରାକୁ ବୃଦ୍ଧି କରିବା ଉପରେ ଶ୍ରୀ ଭୂଷଣ ଗୁରୁତ୍ୱ ଆରୋପ କରିଥିଲେ ।
ଟିକା ନଷ୍ଟ ମାତ୍ରାକୁ ୧% ମଧ୍ୟରେ ସୀମିତ ରଖିବା ସକାଶେ ରାଜ୍ୟମାନଙ୍କୁ ବାରମ୍ବାର ପରାମର୍ଶ ଦିଆଯିବା ସତ୍ତ୍ୱେ ଅନେକ ରାଜ୍ୟ ଯଥା, ଝାଡ଼ଖଣ୍ଡ (୩୭.୩%), ଛତିଶଗଡ଼ (୩୦.୨%), ତାମିଲ ନାଡ଼ୁ (୧୫.୫%), ଜାମ୍ମୁ ଓ କାଶ୍ମୀର (୧୦.୮%), ମଧ୍ୟ ପ୍ରଦେଶ (୧୦.୭%) ଜାତୀୟ ନଷ୍ଟ ମାତ୍ରା ଠାରୁ ଢ଼େର୍ ଅଧିକ ଟିକା ନଷ୍ଟ କରୁଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା । ଜାତୀୟ ସ୍ତରରେ ଟିକା ନଷ୍ଟ ମାତ୍ରା ଏବେ ୬.୩% ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପୁନର୍ବାର ପରାମର୍ଶ ଦେଇଥିଲେ ଯେ ସେମାନେ କୋୱିନ୍ର ସରଳୀକରଣ ସୁବିଧାର ପୂର୍ଣ୍ଣ ଫାଇଦା ଉଠାନ୍ତୁ ଯଦ୍ୱାରା ଟିକାକରଣ ମାତ୍ରା ତ୍ୱରାନ୍ୱିତ ହୋଇପାରିବ ।
ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ସେମାନେ ନିଜ ନିଜର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ । ପ୍ରତି ରାଜ୍ୟ ନିକଟରେ ଯେତିକି ଷ୍ଟକ୍ ଉପଲବ୍ଧ ରହିଛି ଏବଂ ଜୁନ, ୨୦୨୧ ସୁଦ୍ଧା ସେମାନେ ଆଉ ଯେତିକି ଷ୍ଟକ୍ ପାଇବାର ଆଶା କରୁଛନ୍ତି ତାହାକୁ ନେଇ ଏହି କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ । ପ୍ରତ୍ୟେକ ଟ୍ରେଞ୍ଚ୍ର ଆନୁମାନିକ ଯୋଗାଣ ଯାହାକି ଜୁନ,୧୫,୨୦୨୧ ପର୍ଯ୍ୟନ୍ତ ଆଶା କରାଯାଉଛି ଏବଂ ଯେଉଁ ଟିକାକୁ ଭାରତ ସରକାର ମାଗଣାରେ ଯୋଗାଇଦେବେ ଏବଂ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ରାଜ୍ୟମାନେ ଯେଉଁ ଟିକା ସିଧାସଳଖ ଭାବେ ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ଠାରୁ କ୍ରୟ କରିବେ ସେ ସଂପର୍କୀତ ତଥ୍ୟ ସୂଚନା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି । ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କ ସୟ ନିୟମିତ ଭାବେ ସମନ୍ୱୟ ଓ ଯୋଗସୂତ୍ରରେ ରହିବା ସକାଶେ ରାଜ୍ୟମାନେ ୨/୩ ଜଣିଆ ଏକ ସମର୍ପିତ ଟିମ୍ ଗଠନ କରିବାକୁ ଶ୍ରୀ ଭୂଷଣ ପରାମର୍ଶ ଦେଇ କହିଲେ ଯେ ତଦ୍ୱାରା ଏହି ଟିକା “ଭାରତ ସରକାରଙ୍କ ମାଧ୍ୟମ ବିନା ଅନ୍ୟ ସୂତ୍ରରୁ” ସହଜରେ ସେମାନଙ୍କୁ ପ୍ରାପ୍ତ ହୋଇପାରିବ । ସେଥି ମଧ୍ୟରେ ଘରୋଇ ହସପିଟାଲ (ଘରୋଇ ହସପିଟାଲମାନଙ୍କୁ ଯେତିକି ଡୋଜର ଟିକା ଦେବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ଯେତିକି ଟିକା ଯୋଗାଯାଇଛି ତାହାର ତାଲିକା ଓ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପ୍ରତିଦିନ ଯୋଗାଇ ଦିଆଯାଇଥାଏ) ମଧ୍ୟ ସାମିଲ ।
ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛି ଯେ ସେମାନେ ଜିଲ୍ଲାୱାରୀ କୋଭିଡ଼ ଟିକାକରଣ କେନ୍ଦ୍ର (ସିଭିସି)ୱାରୀ ଯୋଜନା ପ୍ରସ୍ତୁତ କରିବା ଦରକାର । ୨୦୨୧ ମସିହା ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ଏହି ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ଏହି ଯୋଜନାକୁ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାଯିବା ଆବଶ୍ୟକ । ଏଥିପାଇଁ ସେମାନେ ଏକ ବିକେନ୍ଦ୍ରୀକୃତ ପ୍ରବର୍ତ୍ତନ ଯୋଗାଯୋଗ ରଣନୀତି ପ୍ରସ୍ତୁତ କରିବା ଉଚିତ ଯଦ୍ୱାରା ଗ୍ରାମାଞ୍ଚଳରେ, ଆଦିବାସୀବହୁଳ ଇଲାକାରେ କିମ୍ବା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ମନରେ ଟିକା ନେବା ପାଇଁ ଥିବା ଅନିଚ୍ଛା ଭାବକୁ ସହଜରେ ତୁଟାଯାଇପାରିବ । ସ୍ୱାସ୍ଥ୍ୟସେବା କର୍ମୀ ଓ ଛାମୁଆ ଯୋଦ୍ଧାଙ୍କ ମଧ୍ୟରେ ଯେଉଁ ସ୍ତନ୍ୟପାନ କରାଉଥିବା ମହିଳା ଅଛନ୍ତି ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯିବା ବାଂଛନୀୟ ।
ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ କୋଭିଡ଼ ୧୯ ଟିକାକରଣ କ୍ଷେତ୍ରରେ ଘରୋଇ ହସପିଟାଲମାନେ କିଭଳି ସକ୍ରିୟ ଭୂମିକା ଗ୍ରହଣ କରିପାରିବେ ସେ ଦିଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ଏବଂ ଏଥି ସହିତ ଟିକାକରଣର ପ୍ରଗତିକୁ ମଧ୍ୟ ଅତି ନିବିଡ଼ ଭାବେ ମନିଟର କରାଯିବା ଦରକାର । ସେହିଭଳି ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଜାରି ସମସ୍ତ ମାର୍ଗଦର୍ଶିକା (ଏସଓପି)କୁ ନିଷ୍ଠାର ସହ ଅନୁପାଳନ କରାଯିବା ନିମନ୍ତେ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଏହା ଉପରେ ପୁନର୍ବାର ଗୁରୁତ୍ୱ ଆରୋପ କରାଯାଇଥିଲା ଯେ ଉଭୟ ସରକାର ଏବଂ ଘରୋଇ ସିଭିସିମାନେ ସେମାନଙ୍କର ଟିକାଦାନ କ୍ୟାଲେଣ୍ଡରକୁ ଆଗୁଆ କୋୱିନ୍ ଆପ୍ରେ ପ୍ରକାଶ କରିବା ଉଚିତ ଏବଂ ଦୈନିକ ଟିକାଦାନ କ୍ୟାଲେଣ୍ଡର ପ୍ରକାଶ କରିବା ଅଭ୍ୟାସରୁ ବିରତ ରହିବା ଆବଶ୍ୟକ ଯଦ୍ୱାରା ସିଭିସିରେ ଅଯଥା ଜନଗହଳି ସୃଷ୍ଟି ହେବନାହିଁ ଏବଂ କୋୱିନରେ ବୁକିଂ କରିବା ମଧ୍ୟ ବିନା ଅସୁବିଧାରେ ସମ୍ପନ୍ନ ହୋଇପାରିବ ।
ଏକ ବିସ୍ତୃତ ତଥା ବିଶ୍ଳେଷଣାତ୍ମକ ଉପସ୍ଥାପନ ଜରିଆରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଶ୍ରୀ ବିକାଶ ଶିଲ୍ କୋୱିନ୍ ଡିଜିଟାଲ ପ୍ଲାଟଫର୍ମର ନୂତନ ବୈଶିଷ୍ଟ୍ୟ ତଥା ଏହାର କାର୍ଯ୍ୟକାରୀତା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସିଭିସି ପରିଚାଳନା ସଂପର୍କରେ ସୂଚନା ଦେଇ ସେ କହିଲେ ଯେ ୧୮ରୁ ୪୪ ବର୍ଷର ଆୟୁସୀମା ମଧ୍ୟରେ ଏବେ ସର୍ବନିମ୍ନ ଆୟୁକୁ ଏଥିରେ ସେଟ୍ କରାଯାଇପାରିବ । ସ୍ପୁଟନିକ୍ ଟିକାକୁ କୋୱନ୍ ପୋର୍ଟାଲରେ ସାମିଲ କରାଯାଇଥିବା ବିଷୟ ରାଜ୍ୟମାନଙ୍କୁ ଅବଗତ କରାଯାଇଥିଲା ।
ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲ ଯେ ସଦ୍ୟତମ ମାର୍ଗଦର୍ଶିକା ସମ୍ପର୍କରେ ରାଜ୍ୟମାନଙ୍କୁ ସୂଚୀତ କରାଯାଇଛି ଏବଂ କୋଭିଡ଼ ଟିକାକରଣ କେନ୍ଦ୍ରର କାର୍ଯ୍ୟସ୍ଥଳୀ, କର୍ମଚାରୀମାନଙ୍କ ଦ୍ୱାରା ପରିବାରର ସଦସ୍ୟ ବୋଲି ନିରୂପିତ ସଂଜ୍ଞା ଯାହାକି ଏବେ ଟିକାକରଣ ବେଳେ ଗ୍ରହଣ କରାଯିବ ସେ ସମ୍ପର୍କରେ ସମସ୍ତେ ଅବଗତ ହେବା ଦରକାର । ଏହା ବ୍ୟତୀତ ‘ଯେଉଁ ଲୋକମାନଙ୍କର କୌଣସି ପରିଚୟପତ୍ର ନାହିଁ’ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଧିବେଶନ କରାଯିବ ।
କୋୱିନ୍ ଆପ୍ରେ ଅନ୍ୟ ଯେଉଁ ସରଳ ବ୍ୟବସ୍ଥା ସଂଯୋଗ କରାଯାଇଛି ତାହା ମଧ୍ୟରେ ୧୮-୪୪ ଏବଂ ୪୫+ ଆୟୁବର୍ଗଙ୍କ ନିମନ୍ତେ ପୃଥକ୍ ଅଧିବେଶନରେ ଟିକାକରଣ ବ୍ୟବସ୍ଥା ହୋଇଛି । ଏଣିକି ବାତିଲ ପରିବର୍ତ୍ତେ ଟିକାକରଣ ଅଧିବେଶନକୁ ପୁନଃନିର୍ଘଣ୍ଟ କରାଯାଇପାରିବ ଏବଂ ସେଥିପାଇଁ ଉପଯୁକ୍ତ କାରଣ ମଧ୍ୟ ଥିବା ଆବଶ୍ୟକ ।
ସେହିଭଳି ଘରୋଇ ହସପିଟାଲମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ଅଫଲାଇନରେ କୌଣସି ଟିକାକରଣ ପଂଜୀକରଣ କରିବେନାହିଁ । ତେଣୁ ସମସ୍ତ ପଂଜୀକରଣ କେବଳ ଅନଲାଇନରେ ହିଁ ସମ୍ପାଦନ ହେବ । ଏକଥା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଶିଳ୍ପ ସଂସ୍ଥମାନେ ଏବଂ କର୍ପୋରେଟ୍ ସଂସ୍ଥାମାନେ ଯେଉଁମାନଙ୍କର କି ନିଜସ୍ୱ ହସପିଟାଲ ନାହିଁ ସେମାନେ ଘରୋଇ ହସପିଟାଲ ସହିତ ଅନୁବନ୍ଧିତ ହେବେ । ଘରୋଇ ହସପିଟାଲମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ଯେ ସେମାନେ ଦିନ କ୍ରମରେ ସେମାନେ ନିଜର ଟିକାକରଣ କାର୍ଯ୍ୟକ୍ରମର ସୁଦୀର୍ଘ କାର୍ଯ୍ୟସୂଚୀ ପ୍ରକାଶ କରିବେ ।
ଏହି କାର୍ଯ୍ୟସୂଚୀ ପ୍ରକାଶନ ସମ୍ପର୍କରେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛିଯେ ସେମାନେ ଏହି କାର୍ଯ୍ୟସୂଚୀ ପ୍ରକାଶ ନିମନ୍ତେ ଦିନର ଗୋଟିଏ ନିର୍ଦ୍ଦିଷ୍ଟ ସମୟକୁ ସ୍ଥିର କରିବେ (ଉଦାହରଣ ସ୍ୱରୂପ, ସକାଳ ୮ଟା, ୯ଟ, ୧୦ଟା ଇତ୍ୟାଦି) ଯଦ୍ୱାରା ନାଗରିକମାନଙ୍କ ପାଇଁ ଏହି ସମୟ ସହଜରେ ଉପଲବ୍ଧ ହେବ ଏବଂ ସେମାନେ ସହଜରେ ନିଜର ନାମ ବୁକ୍ କରିପାରିବେ ।
ଅର୍ଦ୍ଧ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁସିତ କ୍ଷେତ୍ରରେ କୋଭିଡ଼ ୧୯ ନିୟନ୍ତ୍ରଣ କରିବା ସକାଶେ ଜାରି ଏସଓପି ସମ୍ପର୍କରେ ଏକ ବିସ୍ତୃତ ମାର୍ଗଦର୍ଶିକା ଉପସ୍ଥାପନ କରାଯାଇଥିଲା । ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ନିଜର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ଲକ୍ ସ୍ତରର ସ୍ୱାସ୍ଥ୍ୟ ସେବାକେନ୍ଦ୍ରଗୁଡ଼ିକୁ ରିଡିଜାଇନ ନବୀକରଣ କରନ୍ତୁ ଯଦ୍ୱାର ଏହି ସ୍ଥିତିକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ସେହିଭଳି ଅଣ କୋଭିଡ଼ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସେବା, ଗୋଷ୍ଠୀ ସଚେତନତା ଓ କାର୍ଯ୍ୟକାରୀତାରେ ପରିବର୍ତ୍ତନ ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ ଓ ସେହିସବୁ ଇଲାକାରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ ।
ସାମଗ୍ରିକ ଭାବେ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯଥା, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି, ତାଲିମ ଓ ମାନବ ସମ୍ବଳ, ଲଜିଷ୍ଟିକ୍ସ, ରେଫେରାଲ ଓ ଟେଲିମେଡ଼ିସିନ୍ ସହାୟତା ଓ ଗୋଷ୍ଠୀ ସକ୍ରିୟତା ଉପରେ ବିସ୍ତୃତ ଏସଓପି ଉପସ୍ଥାପନ କରାଯାଇଥିଲା । ଏହିସବୁ ଏସଓପିକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।
*****
SS
(रिलीज़ आईडी: 1721776)
आगंतुक पटल : 299