କ୍ୟାବିନେଟ
ନାଗପୁରସ୍ଥିତ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏକାଡେମୀରେ ବରିଷ୍ଠ ପ୍ରଶାସନିକ ଗ୍ରେଡ (ଏସଏଜି)ରେ ଏକ ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ କ୍ୟାବିନେଟ ମଞ୍ଜୁରି
ପୋଷ୍ଟ କରାଯିବା ଦିନାଙ୍କ:
25 MAY 2021 1:15PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନାଗପୁରସ୍ଥିତ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏକାଡେମୀରେ ବରିଷ୍ଠ ପ୍ରଶାସନିକ ଗ୍ରେଡ (ଏସଏଜି)ରେ ଏକ (01) ନିର୍ଦ୍ଦେଶକ ପଦବୀ ସୃଷ୍ଟି ଲାଗି ଗୃହ ମନ୍ତ୍ରଣାଳୟର ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ଏନଡିଆରଏଫ ଏକାଡେମୀରେ ନିର୍ଦ୍ଦେଶକ ପଦବୀ ସୃଷ୍ଟି ହେବା ସହିତ, ସଂଗଠନର ନେତୃତ୍ବ ଏବଂ ନିୟନ୍ତ୍ରଣ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଅଧିକାରୀଙ୍କୁ ଅର୍ପଣ କରାଯିବ, ଯିଏକି ବାଞ୍ଝିତ ଉଦ୍ଦେଶ୍ୟ ନେଇ ସଂସ୍ଥାନର ପରିଚାଳନା କରିପାରିବେ। ଏନଡିଆରଏଫ, ଏସଡିଆରଏଫ, ସିଡି ସ୍ବେଚ୍ଛାସେବୀ, ଅନ୍ୟ ଅଂଶୀଦାର ଏବଂ ସାର୍କ ଓ ଅନ୍ୟ ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍ସିଗୁଡ଼ିକର 5000ରୁ ଅଧିକ କର୍ମଚାରୀମାନଙ୍କୁ ବାର୍ଷିକ କୌଶଳ ଆଧାରିତ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରିବ। ଏହାଫଳରେ ଅଂଶୀଦାରମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଶ୍ଳେଷଣ କରାଯାଇପାରିବ ଓ ସେଥିରେ ସୁଧାର ଅଣାଯାଇପାରିବ। ଏନଡିଆରଏଫ, ଏସଡିଆରଏଫ କର୍ମଚାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୂ ଦିଆଯାଉଥିବା ପ୍ରଶିକ୍ଷଣର ଗୁଣବତ୍ତାରେ ଏହା ବ୍ୟାପକ ସୁଧାର ଆଣିପାରିବ।
**********
P.S
(ରିଲିଜ ଆଡି: 1721655)
ପରିଦର୍ଶକ କାଉଣ୍ଟର : 245
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam