ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଓଡ଼ିଶା, ପଶ୍ଚିମ ବଙ୍ଗ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପ ରାଜ୍ୟପାଳଙ୍କ ସହ ସାମୁଦ୍ରିକ ଝଡ଼ ବାତ୍ୟା “ୟାସ୍‍” ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ସମସ୍ତ କୋଭିଡ଼ ୧୯ ହସପିଟାଲ, ପରୀକ୍ଷାଗାର, ଟିକାକେନ୍ଦ୍ର କୋଲ୍ଡ ଚେନ୍‍ ତଥା ଅନ୍ୟାନ୍ୟ ମେଡ଼ିକାଲ କେନ୍ଦ୍ରମାନଙ୍କରେ ଶକ୍ତି ବ୍ୟାକ୍‍ ଅପ୍‍ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରର ପ୍ରଶାସନଙ୍କୁ ନିର୍ଦ୍ଦିଷ୍ଟ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପରାମର୍ଶ ଓ ଏହି ବ୍ୟବସ୍ଥାର ସମୀକ୍ଷା

ଏହି ସାମୁଦ୍ରିକ ଝଡ଼ବାତ୍ୟାର ପଶ୍ଚିମ ବଙ୍ଗ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଥିବା ଅକ୍ସିଜେନ୍‍ ପ୍ଲାଣ୍ଟ ଉପରେ କିପ୍ରକାର ସମ୍ଭାବ୍ୟ ପ୍ରଭାବ ପଡ଼ିବ ସେ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ କଲେ ସମୀକ୍ଷା

ଅକ୍ସିଜେନ୍‍ ଉତ୍ପାଦନକାରୀ କାରଖାନାଗୁଡ଼ିକର ନିରାପତ୍ତା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାରମାନଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପରାମର୍ଶ

ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଅମିତ ଶାହାଙ୍କ ସମୀକ୍ଷା ଏବଂ ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରାଇ ଆଣିବା ସୁନିଶ୍ଚିତ କରିବା ସକାଶେ ଦେଲେ ପରାମର୍ଶ; ତଳିଆ ଅଞ୍ଚଳ ଓ ଆପଦାଗ୍ରସ୍ତ କ୍ଷେତ୍ରରେ ବସବାସ କରୁଥିବା ଲୋକମାନଙ୍କୁ ଆଗୁଆ ସ୍ଥାନାନ୍ତରିତ କରିବା ଲାଗି ଦେଲେ ନିର୍ଦ୍ଦେଶ

ଶକ୍ତି ଓ ଟେଲିଯୋଗାଯୋଗ ସେବା ତଥା ଅନ୍ୟାନ୍ୟ ଜରୁରି ସେବାର ନିରାପତ୍ତା ତଥା ସେସବୁ ସେବାକୁ ବାତ୍ୟାପରେ ତତ୍କାଳ ପୁନଃକାର୍ଯ୍ୟକ୍ଷମ କରିବା ଉପରେ କେନ୍

Posted On: 24 MAY 2021 2:05PM by PIB Bhubaneshwar

ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡବାତ୍ୟା “ୟାସ୍‍”ର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜର ଉପ ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ସାମୁଦ୍ରିକ ଝଡ଼ବାତ୍ୟା “ୟାସ୍‍” ଫଳରେ ଯେଉଁ ସମ୍ଭାବ୍ୟ ସ୍ଥିତି ଉତ୍ପନ୍ନ ହେବ ତାହାର ମୁକୁବିଲା ନିମନ୍ତେ ବିସ୍ତୃତ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଝଡ଼ବାତ୍ୟା ସମ୍ପର୍କରେ ଗତକାଲି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ନିର୍ଦ୍ଦିଷ୍ଟ ଭାବେ ସଂପୃକ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ର ପ୍ରଶାସନଙ୍କୁ କୋଭିଡ଼ ୧୯ ହସପିଟାଲ, ପରୀକ୍ଷାଗାର, ଟିକା କୋଲ୍ଡ ଚେନ୍‍ ତଥା ଅନ୍ୟାନ୍ୟ ମେଡ଼ିକାଲମାନଙ୍କରେ ବିଜୁଳି ଯୋଗାଣର ପର୍ଯ୍ୟାପ୍ତ ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବା ସକାଶେ ପରାମର୍ଶ ଦେଇଛନ୍ତି । ଅଧିକନ୍ତୁ, ସେ ପରମର୍ଶ ଦେଇଛନ୍ତି ଯେ ହସପିଟାଲମାନଙ୍କରେ ପର୍ଯ୍ୟାପ୍ତ ମାତ୍ରାର ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ଉଚିତ । ବାତ୍ୟା ପରେ ଯେହେତୁ ଯାନବାହନ ଚଳାଚଳ କ୍ଷେତ୍ରରେ ସାମୟିକ ପ୍ରତିବନ୍ଧକ ଉପୁଜିପାରେ ଏହାକୁ ଦୃଷ୍ଟିରେ ରଖି ଏଭଳି ଔଷଧପତ୍ର ମହଜୁଦ ରଖିବା ଆବଶ୍ୟକ । ଅସ୍ଥାୟୀ ହସପିଟାଲ ସମେତ ସ୍ୱାସ୍ଥ୍ୟକେନ୍ଦମାନ, ଯେଉଁମାନେ କି ଏହି ସାମୁଦ୍ରିକ ଝଡ଼ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି ସେଠାରେ ଯେଭଳି ବିଶେଷ କ୍ଷୟକ୍ଷତି ନହୁଏ ଏବଂ ଯେଉଁଠାରେ ଆବଶ୍ୟକ ସେହିସବୁ ସ୍ଥାନମାନଙ୍କୁ ଆଗୁଆ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତିଯେ ଦେଶର ପଶ୍ଚିମ ତଟୀୟ ରାଜ୍ୟମାନଙ୍କରେ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଥିବାରୁ ସେଠାରେ ଚିକିତ୍ସା ବ୍ୟବସ୍ଥା ଉପରେ ସାମୁଦ୍ରିକ ଝଡ଼ବାତ୍ୟାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନଥିଲା ।

 

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପଶ୍ଚିମ ବଙ୍ଗ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଥିବା ଅକ୍ସିଜେନ୍‍ ଉତ୍ପାଦନ ପ୍ଲାଣ୍ଟମାନଙ୍କ ନିରାପତ୍ତା ତଥା ବାତ୍ୟାଯୋଗୁ ସେସବୁ ପ୍ଲାଣ୍ଟଗୁଡ଼ିକ ଉପରେ କି ପ୍ରକାର ପ୍ରଭାବ ପଡ଼ିବ ସେ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ ଅନ୍ୟୂନ ପକ୍ଷେ ଦୁଇ ଦିନ ପାଇଁ ଅକ୍ସିଜେନର ବଫର ଷ୍ଟକ୍‍ ମହଜୁଦ ରଖାଯିବା ଆବଶ୍ୟକ ଏବଂ ରାଜ୍ୟମାନଙ୍କୁ ଯେଉଁ ଅକ୍ସିଜେନ୍‍ ଟ୍ୟାଙ୍କର ଆବଣ୍ଟନ କରାଯାଇଛି ସେସବୁ ଯେଭଳି ସହଜରେ ପରିବହନ ହୋଇପାରିବ ସେଥି ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯିବା ଜରୁରି । ଏହା ଦ୍ୱାରା ଅନ୍ୟ ରାଜ୍ୟମାନଙ୍କୁ ଆବଣ୍ଟନ କରାଯାଇଥିବା ଅକ୍ସିଜେନ୍‍ ସେମାନଙ୍କ ନିକଟରେ ଯଥା ସମୟରେ ପହଞ୍ôଚପାରିବ ଏବଂ ସେଠାରେ ରୋଗୀସେବାରେ କୌଣସି ସମସ୍ୟ ଉପୁଜିବନାହିଁ । ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ରାଜ୍ୟ ସରକାରମାନଙ୍କ ପରାମର୍ଶ ଦେଇଛନ୍ତି ଯେ ଅକ୍ସିଜେନ୍‍ ଉତ୍ପାଦନ ପ୍ଲାଣ୍ଟଗୁଡ଼ିକର ନିରାପତ୍ତା ସୁନିଶ୍ଚିତ କରାଯିବା ଦରକାର । ସେହିଭଳି ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକର ନିରାପତ୍ତା ବ୍ୟବସ୍ଥା ମଧ୍ୟ ଅନୁରୂପ ଭାବେ ଜରୁରି ଯଦ୍ୱାରା ହସପିଟାଲ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବିଜୁଳି ଯୋଗାଣ ସୁନିଶ୍ଚିତ କରାଯାଇପାରିବ । 

ସେହିଭଳି ସମସ୍ତ ଜାହାଜ ଏବଂ ମାଛଧରା ବୋଟ ଓ ଡଙ୍ଗାମାନଙ୍କ ନିରାପତ୍ତା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯିବା ଦରକାର । ସେଥିପାଇଁ ସମସ୍ତ ବନ୍ଦର ଓ ସେହି କ୍ଷେତ୍ରରେ ଥିବା ତୈଳ ପ୍ରତିଷ୍ଠାନମାନଙ୍କ ସୁରକ୍ଷା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତିଯେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ବାତ୍ୟା ପୂର୍ବରୁ କୂଳକୁ ଫେରାଇ ଆଣିବା କାର୍ଯ୍ୟ ରାଜ୍ୟମାନେ ସୁନିଶ୍ଚିତ କରନ୍ତୁ ଯଦ୍ୱାରା କୌଣସି ଧନଜୀବନ ହାନି ଘଟିବନାହିଁ । ସେହିଭଳି ତଳିଆ ଅଞ୍ଚଳ ଓ ଆପଦାଗ୍ରସ୍ତ କ୍ଷେତ୍ରରେ ବସବାସ କରୁଥିବା ଲୋକମାନଙ୍କୁ ଯଥାଶୀଘ୍ର ସ୍ଥାନାନ୍ତରଣ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ ପରାମର୍ଶ ଦେଇଥିଲେ ଯେ ସ୍ଥାନୀୟ ଭାଷାରେ ମୋବାଇଲ୍‍ ଫୋନ୍‍, ଟେଲିଭିଜନ୍‍, ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କ ନିକଟରେ ବାତ୍ୟା ସଂପର୍କୀତ ଆଗୁଆ ସୂଚନା ପହଞ୍ଚାଯିବା ଆବଶ୍ୟକ । ସେହିଭଳି ଗ୍ରାମ ପଞ୍ଚାୟତ ମାଧ୍ୟମରେ ମଧ୍ୟ ଲୋକମାନଙ୍କୁ ସଚେତନ ଓ ପ୍ରଭାବିତ କରିବାକୁ ସେ କହିଛନ୍ତି । ଓଡ଼ିଶାରେ ଯେଉଁ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ତାହାକୁ ଅନୁସରଣ ପୂର୍ବକ ହୋମ ଗାର୍ଡ଼, ଏନସିସି ଓ ସିଭିଲ ଡିଫେନ୍ସକୁ ସ୍ୱେଚ୍ଛାସେବୀ ଭାବେ ଲୋକମାନଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟରେ ନିୟୋଜିତ କରିବାକୁ ଶ୍ରୀ ଶାହା କହିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ବିଜୁଳି ଯୋଗାଣ ଏବଂ ଟେଲିଯୋଗାଯୋଗ ସେବାର ନିରାପତ୍ତା ଏବଂ ତାହା ଯଥାଶୀଘ୍ର ପୁନଃବହାଲ କରିବା ସୁନିଶ୍ଚିତ କରାଯିବା ଦରକାର । ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ କ୍ଷେତ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜ ପ୍ରଶାସନ ଏଥି ନିମନ୍ତେ ଆଗୁଆ ଯୋଜନା ଏବଂ ସମ୍ଭାବ୍ୟ କ୍ଷୟକ୍ଷତି ଘଟିବା ସ୍ଥାନରେ ଆଗୁଆ ମାନବସମ୍ବଳ, ଉଦ୍ଧାର ଉପକରଣ ଓ ରିଲିଫ ସାମଗ୍ରୀ ମହଜୁଦ ରଖିବା ସକାଶେ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ଝଡ଼ବାତ୍ୟାବେଳେ ବିଜୁଳି ସରବରାହ ଲାଇନର ନିରାପତ୍ତା ପ୍ରତି ଉପଯୁକ୍ତ ଦୃଷ୍ଟି ଦେବା ତଥା କ୍ଷୟକ୍ଷତି ହୋଇଥିବା ଲାଇନକୁ ଯଥାଶୀଘ୍ର ମରାମତି କରି ପୁନଃକାର୍ଯ୍ୟକ୍ଷ କରିବା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରାଧାନ୍ୟ ଆରୋପ କରିଛନ୍ତି । ଅଧିକନ୍ତୁ, ସେ କହିଛନ୍ତି ଯେ ବାତ୍ୟାରେ ଉପୁଡ଼ି ପଡ଼ିଥିôବା ବଡ଼ ବଡ଼ ଗଛକୁ ଯଥାଶୀଘ୍ର କାଟି ରାସ୍ତା ସଫା କରିବା ଦ୍ୱାରା ଲୋକମାନଙ୍କ ନିକଟରେ ଯଥାଶୀଘ୍ର ରିଲିଫ ଓ ସହାୟତା ପହଞ୍ଚାଯାଇ ପାରିବ । ଶ୍ରୀ ଶାହା ରାଜ୍ୟ ସରକାର ଓ କେନ୍ଦ୍ରଶାସିତ କ୍ଷେତ୍ର ଆଣ୍ଡାମାନ ଓ ନିକୋବର ପ୍ରଶାସନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ ସହିତ ସେମାନେ ନିରବଚ୍ଛିନ୍ନ ଭାବେ ଯୋଗାଯୋଗରେ ରହନ୍ତୁ ଏବଂ ଏହାର ଆଗୁଆ ସୂଚନା ଓ ଚେତାବନୀକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ତଦନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଯେ କେନ୍ଦ୍ର ସରକାର ଏବଂ ଏହାର ସମସ୍ତ ଏଜେନ୍ସିମାନଙ୍କ ଠାରୁ ସକଳ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ଏଥିପାଇଁ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇ ସାରିଛନ୍ତି ।

ଶ୍ରୀ ଅମିତ ଶାହା କହିଲେ ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଏଥିପାଇଁ ଏକ ୨୪ଙ୍ଘ୭ କଣ୍ଟ୍ରୋଲ ରୁମ୍‍ କାର୍ଯ୍ୟକରୁଛି ଯାହା ସହିତ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନେ ଯେକୌଣସି ପ୍ରକାର ସହାୟତା ଓ ସୂଚନା ନିମନ୍ତେ ଯୋଗାଯୋଗ କରିପାରିବେ । ସେ କହିଲେ ଯେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ସେନା ଓ ବାୟୁସେନାକୁ ଜାଗତିଆର ରଖାଯାଇଛି ଏବଂ ପହରା ବିମାନ ଓ ହେଲିକପ୍ଟରମାନ ନିୟମିତ ଭାବେ ଉଡାଣ ଭରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ଏଭଳି ସମୀକ୍ଷା ବୈଠକ ଆହୂତ କରିଥିବାରୁ ଏବଂ ରାଜ୍ୟ ସରକାରଙ୍କୁ ବାତ୍ୟା ପ୍ରସ୍ତୁତି ନିମନ୍ତେ ସହାୟତା ଯୋଗାଣର ପ୍ରତିଶ୍ରୁତି ପ୍ରଦାନ ନିମନ୍ତେ ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ଓଡ଼ିଶା ସରକାର ଏହି ସାମୁଦ୍ରିକ ଝଡ଼ବାତ୍ୟାର ମୁକାବିଲା ସକାଶେ ସବୁମତେ ପ୍ରସ୍ତୁତ ରହିଛନ୍ତି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ବାତ୍ୟା ମୁକାବିଲା ନିମନ୍ତେ ତାଙ୍କ ରାଜ୍ୟ ସରକାର ଆବଶ୍ୟକ ପ୍ରାବଧାନ ଓ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି ।ଏହି ବାତ୍ୟା ଯୋଗୁ ଯେଭଳି ସର୍ବନିମ୍ନ ଧନଜୀବନ ହାନି ଘଟେ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସେହିଭଳି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରି କହିଥିଲେ ଯେ ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ଲାଗି ତାଙ୍କ ରାଜ୍ୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପ ରାଜ୍ୟପାଳ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସୂଚାଇଥିଲେ ଯେ ଏହି ବାତ୍ୟାର ଦ୍ୱୀପପୁଞ୍ଜ ଉପରେ  ଅତି ସାମାନ୍ୟ ପ୍ରଭାବ ରହିବ ।

 

ଏହି ସମୀକ୍ଷା ବୈଠପରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, କ୍ୟାବିନେଟ ସଚିବ, ସ୍ୱରାଷ୍ଟ୍ର ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶକ୍ତି, ଟେଲିଯୋଗାଯୋଗ, ସଡ଼କ ପରିବହନ ଓ ରାଜମାର୍ଗ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ, ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସଚିବଗଣ, ଏନଡିଏମଏ, ସିଆଇଏସସି, ସମନ୍ୱିତ ଡିଫେନ୍ସ ଷ୍ଟାଫ୍‍ର ସଦସ୍ୟଗଣ, ଭାରତୀୟ ପାଣିପାଗ ବିଭାଗ, ତଟରକ୍ଷୀ ବାହିନୀ ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକବୃନ୍ଦ, ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ ।

 

*****

 

SS
 

 



(Release ID: 1721321) Visitor Counter : 148