ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

କେତେକ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଦେୟମୁକ୍ତ ଏଲଡର ଲାଇନ (୧୪୫୬୭) ନମ୍ବର କାର୍ଯ୍ୟକ୍ଷମ

ମେ୨୦୨୧ ସୁଦ୍ଧା ସମସ୍ତ ରାଜ୍ୟରେ କାର୍ଯ୍ୟକ୍ଷମ ହେବା ସମ୍ଭାବନା

Posted On: 17 MAY 2021 3:20PM by PIB Bhubaneshwar

 

କରୋନା ମହାମାରୀ କାଳରେ ବୟସ୍କ ନାଗରିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଏଲଡର ଲାଇନ ପ୍ରକଳ୍ପ ଅଧୀନରେ କେତେକ ପ୍ରମୁଖ ରାଜ୍ୟରେ ରାଜ୍ୟୱାରୀ କଲସେଣ୍ଟରମାନ ଆରମ୍ଭ କରିଛନ୍ତି । ପାଂଚଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଏହା କାର୍ଯ୍ୟକ୍ଷମ ହୋଇ ସାରିଛି ।  ତେଲଙ୍ଗାନାରେ ଏହା ବର୍ଷକରୁ ଅଧିକ ଦିନଠାରୁ କାର୍ଯ୍ୟ କରୁଛି ।

ଗତବର୍ଷ ମେ ମାସ ସୁଦ୍ଧା ସମସ୍ତ ରାଜ୍ୟରେ ଏହା ଯେପରି କାର୍ଯ୍ୟକ୍ଷମ ହେବ ସେଥିପାଇଁ ଉଦ୍ୟମ ଜାରି ହୋଇଛି ।

ଦେୟମୁକ୍ତ ନମ୍ବର ୧୪୫୬୭କୁ ଡାଏଲ କରି ଏହି କଲସେଣ୍ଟରଗୁଡିକ ସହ ଯୋଗାଯୋଗ କରିହେବ । ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଆବଶ୍ୟକତା ଅନୁସାରେ ଏହାର ଉପଯୋଗ ପାଇଁ ପରାମର୍ଶ ଦିଆଯାଇଛି । ଟାଟା ଟ୍ରଷ୍ଟ ଓ ଏନ୍‌ଏସ୍‌ଇ ଫାଉଣ୍ଡେସନର ସହାୟତାରେ ଏହି ସୁବିଧା କାର୍ଯ୍ୟକ୍ଷମ ହୋଇଛି ।

ବର୍ତ୍ତମାନ କଲସେଣ୍ଟର ସ୍ଥିତି ନେଇ ନିମ୍ନରେ ଉଲ୍ଲେଖ ହୋଇଛି ।

 

States

Date of commencement

Number of Officers

Number of Actionable calls

Service Request Raised

Service Request Closed

TN

28th April 2021

8

71

25

15

MP

28th April 2021

4

163

12

5

RJ

28th April 2021

4

25

8

3

KA

28th April 2021

3

122

6

1

UP

14th May 2021

6

94

13

7

           

*****

SM/ SLP



(Release ID: 1719417) Visitor Counter : 230