ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ କାର୍ଯ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍‌ଡ ଟିକାର ପ୍ରଥମ ମାତ୍ରାରୁ ଦ୍ୱିତୀୟ ମାତ୍ରା ମଧ୍ୟରେ ବ୍ୟବଧାନ ୬ରୁ ୮ସପ୍ତାହ ପରବର୍ତ୍ତେ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି

Posted On: 13 MAY 2021 4:28PM by PIB Bhubaneshwar

ଡକ୍ଟର ଏନ.କେ ଆରୋରାଙ୍କ ଅଧ୍ୟକ୍ଷତାରେ କୋଭିଡ୍ କାର୍ଯ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ଓ ଦ୍ୱିତୀୟମାତ୍ରା ଦେବାର ବ୍ୟବଧାନ ୧୨ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦୁଇମାତ୍ରା ମଧ୍ୟରେ ଏହି ବ୍ୟବଧାନ ପୂର୍ବରୁ ଛଅରୁ ଆଠ ସପ୍ତାହ ପର୍ଯ୍ୟନ୍ତ ରହିଥିଲା ।

ବିଶେଷକରି ୟୁକେର ବାସ୍ତବିକ ତଥ୍ୟ ପ୍ରମାଣକୁ ଭିତ୍ତିକରି କାର୍ଯ୍ୟକାରୀ ଦଳ  ଟିକାର ଦୁଇମାତ୍ରା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସମ୍ମତ ହୋଇଛନ୍ତି । ତେବେ କୋଭାକ୍ସିନ ଟିକା ମାତ୍ରା କ୍ଷେତ୍ରରେ ବ୍ୟବଧାନ ସମୟସୀମା ବୃଦ୍ଧି ନେଇ କୌଣସି ସୁପାରିଶ କରାଯାଇନାହିଁ ।

କୋଭିଡ କାର୍ଯ୍ୟକାରୀ ଦଳରେ ନିମ୍ନୋକ୍ତ ବ୍ୟକ୍ତିମାନେ ସଦସ୍ୟ ରହିଛନ୍ତି

୧. ଡକ୍ଟର ଏନ.କେ ଆରୋରା -ନିର୍ଦ୍ଦେଶକ INCLEN ଟ୍ରଷ୍ଟ

୨.ଡକ୍ଟର ରାକେଶ ଅଗ୍ରୱାଲ-ନିର୍ଦ୍ଦେଶକ ଏବଂ ଡିନ୍ ଜିପମେ, ପୁଡୁଚେରୀ

୩. ଡକ୍ଟର ଗଗନଦୀନ କାଙ୍ଗ୍‌-ପ୍ରଫେସର ଖ୍ରୀଷ୍ଟିୟାନ ମେଡିକାଲ କଲେଜ, ଭେଲୋର

୪. ଡକ୍ଟର ଜେ.ପି. ମୁଲିୟାଲ-ଅବସରପ୍ରାପ୍ତ ପ୍ରଫେସର ଖ୍ରୀଷ୍ଟିୟାନ ମେଡିକାଲ କଲେଜ, ଭେଲୋର

୫. ଡକ୍ଟର ନବୀନ ଖାନ୍ନା ଓ ଦଳପତି ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜେନେଟିକ ଇଞ୍ଜିନିୟରିଂ ଆଣ୍ଡ ବାୟୋ ଟେକ୍ନୋଲୋଜି (ICGEB), JNU, ନୂଆଦିଲ୍ଲୀ ।

୬.ଡକ୍ଟର ଅମୂଲ୍ୟ ପଣ୍ଡା, ନିର୍ଦ୍ଦେଶକ ଜାତୀୟ ଇମ୍ୟୁନୋଲୋଜି ପ୍ରତିଷ୍ଠାନ, ନୂଆଦିଲ୍ଳୀ

୭. ଡକ୍ଟର ଭି.ଜି ସୋମାନୀ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକଭାରତ ସରକାର

କୋଭିଡ କାର୍ଯ୍ୟକାରୀ ଦଳର ଏହି ସୁପାରିଶ ନୀତି ଆୟୋଗ(ସ୍ୱାସ୍ଥ୍ୟ) ସଦସ୍ୟ ଡକ୍ଟର ଭି.କେ. ପଲଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ଜାତୀୟ ଟିକା ପ୍ରଶାସନ (NEGVAC) ଦ୍ୱାରା ମେ ୧୨ତାରିଖ ଦିନ ଗ୍ରହଣ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ କୋଭିଡ କାର୍ଯ୍ୟକାରୀ ଦଳର ଏହି ସୁପାରିଶକୁ ଗ୍ରହଣ କରିଛି ।

 

*****

SM/SLP



(Release ID: 1718396) Visitor Counter : 258