ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଲଗାତର ଦ୍ୱିତୀୟ ଦିନ ପାଇଁ ଭାରତର ସକ୍ରିୟ ମାମଲା ସଂଖ୍ୟା ହ୍ରାସ

ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ ନୂଆ କୋଭିଡ ମାମଲା ଅପେକ୍ଷା ଦୈନିକ ସୁସ୍ଥ ସଂଖ୍ୟା ଅଧିକ

ଭାରତର ସମୁଦାୟ ଟିକାକରଣ କଭରେଜ ୧୭.୫ କୋଟି ଅତିକ୍ରମ କଲା

୧୮-୪୪ ବୟସ ବର୍ଗର ୩୦ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି

Posted On: 12 MAY 2021 12:31PM by PIB Bhubaneshwar

ଆଜି ଭାରତର ସମୁଦାୟ ସକ୍ରିୟ ମାମଲା ୩୭,୦୪,୦୯୯କୁ ହ୍ରାସ ପାଇଛି । ଦେଶର ସମୁଦାୟ ପଜିଟିଭ ମାମଲାର ଏହା ୧୫.୮୭ ପ୍ରତିଶତ ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୧୧,୧୨୨ ହ୍ରାସ ପଞ୍ଜିକୃତ ହୋଇଛି । ଲଗାତର ଦ୍ୱିତୀୟ ଦିନ ପାଇଁ ସକ୍ରିୟ ମାମଲାରେ ଏହି ହ୍ରାସ ହୋଇଛି ।

ଭାରତର ସମୁଦାୟ ସକ୍ରିୟ ମାମଲାର ୮୨.୫୧ ପ୍ରତିଶତ ୧୩ଟି ରାଜ୍ୟରେ ପଞ୍ଜିକୃତ ହୋଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟଗୁଡିକର ସକ୍ରିୟ ମାମଲାରେ ଆସିଥିବା ପରିବର୍ତ୍ତନ ନିମ୍ନ ପ୍ରଦତ୍ତ ଗ୍ରାଫରେ ପ୍ରଦର୍ଶିତ ହୋଇଛି ।

ଗତ କିଛି ସପ୍ତାହରେ ସକ୍ରିୟ ମାମଲା ସଂଖ୍ୟାରେ ହୋଇଥିବା ଦୈନନ୍ଦିନ ପରିବର୍ତ୍ତନ ନିମ୍ନ ପ୍ରଦତ୍ତ ଗ୍ରାଫରେ ପ୍ରଦର୍ଶିତ ହୋଇଛି ।

ଆଜି ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ୧,୯୩,୮୨,୬୪୨ ରହିଛି । ଜାତୀୟ ଆରୋଗ୍ୟ ହାର ୮୩.୦୪ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୩,୫୫,୩୩୮ ସୁସ୍ଥ ହୋଇଛନ୍ତି ।

ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ ନୂଆ କୋଭିଡ ମାମଲା ଅପେକ୍ଷା ସୁସ୍ଥ ହାର ଅଧିକ ରହିଛି ।

ଦଶଟି ରାଜ୍ୟରେ ୭୧.୫୮ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି ।

କୋଭିଡ ପରିଚାଳନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ‘ସର୍ବାଙ୍ଗୀନ ସରକାର’ ଆଭିମୁଖ୍ୟ ନେଇ ଅନ୍ତର୍ଜାତିକ ସହାୟତାଗୁଡିକୁ ଯଥାଶୀଘ୍ର ପହଞ୍ଚାଉଛନ୍ତି । ଏପର୍ଯ୍ୟନ୍ତ ମିଳିଥିବା ୯,୨୦୦ ଅକ୍ସିଜେନ କନସେନଟ୍ରେଟର, ୫,୨୪୩ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୫୯୧୩ ଭେଣ୍ଟିଲେଟର/ ବିଆଇ ପିଏପି, ୩.୪୪ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିତରଣ କରାଯାଇଛି/ପଠାଯାଇଛି । ସୀମା ଶୁଳ୍କ କ୍ଲିୟରାନ୍ସ ପ୍ରକ୍ରିୟା ତ୍ୱରାନ୍ୱିତ କରାଇ ସଡକ ଓ ଆକାଶ ମାର୍ଗରେ ଏହି ସହାୟତା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ।

ଅନ୍ୟ ପକ୍ଷରେ ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆଗେଇ ଚାଲିଥିବା ବେଳେ ଦେଶର ସମୁଦାୟ କୋଭିଡ-୧୯ ଟିକାକରଣ ୧୭.୫୨ କୋଟି ଅତିକ୍ରମ କରିଛି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୫,୪୭,୫୩୪ ସେସନରେ ସମୁଦାୟ ୧୭,୫୨,୩୫,୯୯୧ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୫,୮୨,୪୪୯ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୫,୩୯,୩୭୬ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୧,୪୯,୬୩୪ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୭୯,୫୨,୫୩୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୩୦,୪୪,୪୬୩ ହିତାଧିକାରୀ (ପ୍ରଥମ ଡୋଜ), ୫,୫୮,୮୩,୪୧୬ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୭୮,୩୬,୧୬୮ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୩୯,୫୯,୭୭୨ ପ୍ରଥମ ଡୋଜ ହିତାଧିକାରୀ ଓ ୧,୬୨,୮୮,୧୭୬ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି । 

 

HCWs

1st Dose

95,82,449

2nd Dose

65,39,376

FLWs

1st Dose

1,41,49,634

2nd Dose

79,52,537

Age Group 18-44 years

1st Dose

30,44,463

Age Group 45 to 60 years

1st Dose

5,58,83,416

2nd Dose

78,36,168

Over 60 years

1st Dose

5,39,59,772

2nd Dose

1,62,88,176

 

Total

17,52,35,991

 

ଦେଶର ସମୁଦାୟ ଟିକାର ୬୬.୬୭ ପ୍ରତିଶତ ଦଶଟି ରାଜ୍ୟରେ ପ୍ରଦାନ କରାଯାଇଛି ।    

 ଗତ ୨୪ ଘଣ୍ଟାରେ ୧୮- ୪୪ ବୟସ ବର୍ଗର ୪,୭୯,୨୮୨ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି  ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୦ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ ୩୦,୪୪,୪୬୩ ଟିକା ଦିଆଯାଇଛି । ନିମ୍ନ ଟେବଲରେ ଏପର୍ଯ୍ୟନ୍ତ ୧୮- ୪୪ ବୟସ ବର୍ଗର ସମୁଦାୟ ଟିକା ଡୋଜ ପ୍ରଦର୍ଶିତ ହୋଇଛି ।

 

S. No.

States

Total

1

A & N Islands

1,099

2

Andhra Pradesh

812

3

Assam

1,22,442

4

Bihar

2,39,453

5

Chandigarh

2

6

Chhattisgarh

1,026

7

Delhi

4,21,487

8

Goa

1,344

9

Gujarat

3,56,297

10

Haryana

3,30,236

11

Himachal Pradesh

14

12

Jammu & Kashmir

29,659

13

Jharkhand

94

14

Karnataka

47,627

15

Kerala

586

16

Ladakh

86

17

Madhya Pradesh

48,985

18

Maharashtra

5,96,090

19

Meghalaya

4

20

Nagaland

4

21

Odisha

69,018

22

Puducherry

1

23

Punjab

4,835

24

Rajasthan

4,91,826

25

Tamil Nadu

19,810

26

Telangana

500

27

Tripura

2

28

Uttar Pradesh

2,17,292

29

Uttarakhand

34,157

30

West Bengal

9,675

Total

30,44,463

ଗତ ୨୪ ଘଣ୍ଟାରେ ୨୪.୪ ଲକ୍ଷରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି ।

ଟିକାକରଣ ଅଭିଯାନର ୧୧୬ ଦିନ ସୁଦ୍ଧା (ମଇ୧୧, ୨୦୨୧) ୨୪,୪୬,୬୭୪ ଟିକା ଡୋଜ ପ୍ରଦାନ କରାଯାଇଛି । ୧୮,୫୪୩ ସେସନରେ ୧୦,୯୨,୪୫୨ ହିତାଧିକାରୀ ପ୍ରଥମ ଡୋଜ ଟିକା ଓ ୧୩,୫୪,୨୨୨ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ।       

 

Date: 11thMay,2021 (Day-116)

HCWs

1stDose

17,147

2ndDose

32,699

FLWs

1stDose

90,338

2nd Dose

96,445

18-44 years

1st Dose

4,79,282

45 to 60 years

1stDose

3,58,076

2nd Dose

6,19,017

Over 60 years

1stDose

1,47,609

2nd Dose

6,06,061

Total Achievement

1stDose

10,92,452

2ndDose

13,54,222

ଗତ ୨୪ ଘଣ୍ଟାରେ ୩,୪୮,୪୨୧ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଦଶଟି ରାଜ୍ୟରେ ୭୧.୨୨ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୪୦,୯୫୬ ନୂଆ ମାମଲା ପଞ୍ଜିକୃତ ହୋଇଛି । ଏହା ପଛକୁ  ୩୯,୫୧୦ ମାମଲା ସହ କର୍ଣ୍ଣାଟକ ରହିଥିବା ବେଳେ କେରଳରେ ୩୭,୨୯୦ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ନିମ୍ନ ଗ୍ରାଫରେ ଦେଶର ଦୈନିକ ନୂଆ ମାମଲା ଓ ଦୈନିକ ପରୀକ୍ଷଣ ପ୍ରଦର୍ଶିତ ହୋଇଛି ।

ଏବେ ଜାତୀୟ ମୃତ୍ୟୁ ହାର ୧.୦୯ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୪,୨୦୫ ମୃତ୍ୟୁ ପଞ୍ଜିକୃତ ହୋଇଛି ।

୧୦ଟି ରାଜ୍ୟରେ  ୭୩.୧୭ ପ୍ରତିଶତ ନୂଆ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୭୯୩ ମୃତ୍ୟୁ ହୋଇଥିବା ବେଳେ କେରଳରେ ଦୈନିକ ୪୮୦ ମୃତ୍ୟୁ ହୋଇଛି ।

 

SR

 



(Release ID: 1718140) Visitor Counter : 253