ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଆଇଟିବିପିର ଜମିକୁ ଏରିଆଲ୍‍ ଯାତ୍ରୀ ରୋପୱେ ବ୍ୟବସ୍ଥା ବିକାଶ ନିମନ୍ତେ ଉତ୍ତରାଖଣ୍ଡ ସରକାରଙ୍କୁ ହସ୍ତାନ୍ତର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

Posted On: 12 MAY 2021 3:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ- ତିବ୍ଦତ ସୀମା ପୁଲିସ (ଆଇଟିବିପି)ର ମସୌରୀଠାରେ ଥିବା ୧୫୦୦ ବର୍ଗମିଟର ଜମିକୁ ଉତ୍ତରାଖଣ୍ଡ ସରକାରଙ୍କୁ ହସ୍ତାନ୍ତର କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଜମି ଡେରାଡୁନ ଏବଂ ମସୌରୀ ମଧ୍ୟରେ ଏରିଆଲ୍‍ ପାସେଞ୍ଜର ରୋପୱେ ବ୍ୟବସ୍ଥାର ଭିତ୍ତିଭୂମି ବିକାଶ ନିମନ୍ତେ ଉପଯୋଗ କରାଯିବ ।

ପ୍ରସ୍ତାବିତ ରୋପୱେ ଏକ ମୋନୋ- କେବଲ ରୋପୱେ ଯାହାର ଦୈର୍ଘ୍ୟ ୫୫୮୦ ମିଟର ଯାହାକି ସରକାରୀ ଘରୋଇ ସହଭାଗୀତା (ପିପିପି)ରେ ବିକାଶ ଘଟାଯିବ । ଏହା ଡେରାଡୁନ (ଲୋୱର ଟର୍ମିନାଲ ଷ୍ଟେସନ୍‍) ଏବଂ ମସୌରୀ ଲାଇବ୍ରେରୀ (ଅପର ଟର୍ମିନାଲ ଷ୍ଟେସନ) ମଧ୍ୟରେ ସ୍ଥାପିତ ହେବ ଯାହା ୨୮୫ କୋଟି ଟଙ୍କା ବ୍ୟୟରେ ନର୍ମାଣ କରାଯାଉଛି । ଏଥିରେ ଗୋଟିଏ ଦିଗକୁ ପ୍ରତି ଘଣ୍ଟାରେ ୧୦୦୦ ପର୍ଯ୍ୟନ୍ତ ଯାତ୍ରୀ ଯାତାୟାତ କରିପାରିବେ । ତଦ୍ୱାରା ଡେରାଡୁନ ଏବଂ ମସୌରୀ ମଧ୍ୟରେ ସଡ଼କ ପଥରେ ଯାତ୍ରୀଙ୍କ ଭିଡ଼କୁ ପର୍ଯ୍ୟାପ୍ତ ପରିମାଣରେ ହ୍ରାସ କରିବ ।

ଏହାତିରିକ୍ତ, ଏହା ପ୍ରତ୍ୟକ୍ଷ ଭାବେ ପ୍ରାୟ ୩୫୦ ଜଣଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ବେଳେ ପରୋକ୍ଷ ଭାବେ ଏହି ପ୍ରକଳ୍ପ ଦ୍ୱାରା ୧୫୦୦ରୁ ଅଧିକ ଲୋକ କର୍ମକ୍ଷମ ହୋଇପାରିବେ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ, ରୋପୱେ ବିଶେଷ କରି ପର୍ଯ୍ୟଟକମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣ ହେବ ଯାହାକି  ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଯଥେଷ୍ଟ ପ୍ରୋତ୍ସାହନ ଯୋଗାଇବ ଓ ଏହି କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

******

 

SS



(Release ID: 1718117) Visitor Counter : 168