ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟିକାକରଣ ଅଗ୍ରଗତି ନେଇ କେନ୍ଦ୍ରର ସମୀକ୍ଷା

ରାଜ୍ୟମାନେ ଦ୍ୱିତୀୟ ମାତ୍ରା ଉପରେ ଦେବେ ଅଗ୍ରାଧିକାର । ସରକାର ରାଜ୍ୟମାନଙ୍କୁ ଦେଉଥିବା ଟିକାର ଶତକଡା ୭୦ଭାଗ ଦ୍ୱିତୀୟ ମାତ୍ରା ପାଇଁ ଉଦ୍ଦିଷ୍ଟ

ଯେପରି ଖୁବ୍ କମ୍ ଟୀକା ନଷ୍ଟ ହୁଏ ରାଜ୍ୟଗୁଡିକ ତା’ଉପରେ ଦେବେ ଗୁରୁତ୍ୱ। ଟିକା ପ୍ରସ୍ତୁତକାରୀଙ୍କ ସହ ନିୟମିତ ଯୋଗାଯୋଗ । ଦ୍ୱିତୀୟ ମାତ୍ରା ଟିକା ଦେବାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଆହ୍ୱାନ

Posted On: 11 MAY 2021 2:58PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଓ କୋଭିଡ -୧୯ କ୍ଷମତାପ୍ରାପ୍ତ ଗ୍ରୁପ ଓ ତଥ୍ୟ ପରିଚାଳନା ଅଧ୍ୟକ୍ଷ ତଥା ଜାତୀୟ ଟିକା ପ୍ରଶାସନ ଓ ଜାତୀୟ  ବିଶେଷଜ୍ଞ ଗ୍ରୁପ ସଦସ୍ୟ ଡକ୍ଟର ଆର.ଏସ. ଶର୍ମା ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶକଙ୍କରସହ ଆଜି ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଆଲୋଚନା କରିଛନ୍ତି । ବିଶ୍ୱର ସର୍ବବୃହତ କୋଭିଡ-୧୯ ଟିକାକରଣ ଅଭିଯାନ ଦେଶବ୍ୟାପୀ ଜାନୁୟାରୀ ୧୬, ୨୦୨୧ ଦିନ ଆରମ୍ଭ କରାଯାଇଥିଲା । ୧୮ବର୍ଷରୁ ଅଧିକ ବୟସର ନାଗରିକମାନଙ୍କୁ ମେ ପହିଲାରୁ ସାମିଲ କରାଯିବା ସହ ଅଭିଯାନ ଅଧିକ ସମ୍ପ୍ରସାରିତ ହୋଇଛି ।

            ଟିକାକରଣ ଅଭିଯାନର ବିଭିନ୍ନ ଦିଗ ତଥା ନିର୍ଦ୍ଧିଷ୍ଟ ତଥ୍ୟ ବିଶ୍ଳେଷଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିମ୍ମୋକ୍ତ ବିଷୟଗୁଡିକ ଉପରେ ଆଲୋକପାତ କରିଛନ୍ତି ।

୧. ଯେଉଁମାନେ ପ୍ରଥମ ଟିକା ମାତ୍ରା ନେଇଛନ୍ତି ସେମାନେ ଯେପରି ଏହାର  ଦ୍ୱିତୀୟ ମାତ୍ରା ନିଅନ୍ତି ରାଜ୍ୟ ସରକାରମାନେ ତାହା ସୁନିଶ୍ଚିତ କରିବେ । ଦ୍ୱିତୀୟ ମାତ୍ରା ନେବା ପାଇଁ ଅଧିକାଂଶ ହିତାଧିକାରୀ ଅପେକ୍ଷା କରୁଥିବା ଦୃଷ୍ଟିରୁ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

            ଏହି ପରିପ୍ରେକ୍ଷୀରେ ଭାରତ ସରକାର ରାଜ୍ୟମାନଙ୍କୁ ଦେଉଥିବା  ମାଗଣା ଟିକାର ଶତକଡା ୭୦ଭାଗ ସେମାନେ ଦ୍ୱିତୀୟ ଡୋଜ ପାଇଁ ରଖି ଅବଶିଷ୍ଟ ୩୦ଭାଗ ପ୍ରଥମ ଡୋଜ ଭାବେ ବ୍ୟବହାର କରିପାରିବେ । ରାଜ୍ୟ ସରକାର ଏହାକୁ ଶତପ୍ରତିଶତକୁ ମଧ୍ୟ ବୃଦ୍ଧି କରିପାରିବେ । କୋୱିନରେ ରାଜ୍ୟବ୍ୟାପୀ ନମ୍ବରଗୁଡିକ ଥିବାରୁ ସେମାନେ ସେହି ଅନୁସାରେ ଯୋଜନା କରିପାରିବେ । ଟିକାର ଦୁଇଟି ଯାକ ମାତ୍ରା ଉପରେ ଗୁରୁତ୍ୱାଆରୋପ କରି ରାଜ୍ୟମାନଙ୍କୁ ଏ ନିମନ୍ତେ ସଚେତନତା ଅଭିଯାନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମେ ପହିଲାରୁ ୧୦ତାରିଖ ମଧ୍ୟରେ ପ୍ରଥମ ମାତ୍ରା ଓ ଦ୍ୱିତୀୟ ମାତ୍ରାର ଶତପ୍ରତିଶତ ଯେଉଁ ରାଜ୍ୟଗୁଡିକ ଅଗ୍ରାଧିକାର ଦେଉଛନ୍ତି ଯେପରିକି ଯେପରିକି (୪୫+,  FLW ଏବଂ HCW)ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଚିବ ଅଗ୍ରାଧିକାର ଦିଆଯାଇଥିବା ବ୍ୟକ୍ତି ମାନଙ୍କୁ ଟିକାକରଣ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ ।

୨. ଭାରତ ସରକାର ମାଗଣା ଯୋଗାଇ ଦେଉଥିବା ଟିକା ପରିମାଣ ସମ୍ପର୍କରେ ରାଜ୍ୟଗୁଡିକ ଯଥେଷ୍ଟ ଆଗରୁ ଜଣାଇ ଦିଆଯାଉଛି । ଉତ୍ତମ ଯୋଜନା ଦୃଷ୍ଟିରୁ ପରବର୍ତ୍ତୀ ପନ୍ଦରଦିନ ନିମନ୍ତେ ଟିକା ସମ୍ବନ୍ଧୀୟ ତଥ୍ୟ ଯଥେଷ୍ଟ ଆଗରୁ ଜଣାଇ ଦିଆଯାଉଛି । ୧୫ରୁ ୩୧ ମେ ପର୍ଯ୍ୟନ୍ତ ଟିକା ପରିମାଣ ସମ୍ପର୍କରେ ରାଜ୍ୟମାନଙ୍କୁ ୧୪ତାରିଖ ଦିନ ଜଣାଇ ଦିଆଯିବ । ରାଜ୍ୟଗୁଡିକ ତଥ୍ୟକୁ ବିଶ୍ଳେଷଣ କରି ପରବର୍ତ୍ତୀ ପନ୍ଦରଦିନର ଟିକାକରଣ ପାଇଁ ଯୋଜନା କରିପାରିବେ ।

୩. ଯେପରି କମ୍‌ରୁ କମ୍ ଟିକା ନଷ୍ଟ ହେବ ରାଜ୍ୟମାନେ ତାହା ଦେଖିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଏହା ଅନେକାଂଶରେ ହ୍ରାସ ପାଇଛି ତଥାପି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କେତେକ ରାଜ୍ୟର ଏହି ନଷ୍ଟହାର ଆହୁରି ରୋକିବା ଦରକାର ବୋଲି ମତ ଦେଇଥିଲେ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକକୁ ବୁଝିବିଚାରି ଟିକା ଉପଯୋଗ କରିବାକୁ ପ୍ରସ୍ତାବ ଦିଆଯାଇଛି । ଜାତୀୟ ହାରାହାରୀ ନଷ୍ଟ ଟିକାର ଭରଣା ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର କୋଟାରୁ କରାଯିବ । ଏହି ପରିପ୍ରେକ୍ଷୀରେ ଦେଖାଯାଇଥିବା କେତେକ ରାଜ୍ୟର ବିଯୁକ୍ତ ଟିକାମାତ୍ରା ନଷ୍ଟ ଦେଖାଦେଇଛି । କାରଣ  ଦକ୍ଷ ସ୍ୱାସ୍ଥ୍ୟକର୍ମୀମାନେ ଆବଶ୍ୟକତା ଅନୁସାରେ ଟିକା ମାତ୍ରା ସିରିଞ୍ଜରେ ନେଇ ଟିକା ଦେଉଛନ୍ତି ।

୪. ଭାରତ ସରକାରଙ୍କ ଦ୍ୱାରା ପ୍ରଦତ ଟିକା ବ୍ୟତିରେକ ତୃତୀୟ ପର୍ଯ୍ୟା ୟ ଟିକାକରଣ ପାଇଁ ଅନ୍ୟ ଚ୍ୟାନେଲରୁ ମଧ୍ୟ ଏହା ଆହରଣ ନିମନ୍ତେ  ବୈଠକରେ କୁହାଯାଇଛି । ରାଜ୍ୟ ସରକାର ଦୁଇ ବା ତିନିଜଣିଆ ବରିଷ୍ଠ ଅଧିକାରୀସ୍ତରୀୟ ଦଳ ଗଠନ କରି ଟିକା ପ୍ରସ୍ତୁତିକାରୀଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରି ଏହା ଆହରଣ କରିବାକୁ ପରାମର୍ଶ ଦିଆଯାଇଛି । ଏହାଛଡା ରାଜ୍ୟଗୁଡିକୁ ଘରୋଇ ହସ୍‌ପିଟାଲମାନଙ୍କରେ ମିଳିମିଶି ସହ ଏହା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

୫. ଟିକାକରଣର ପରିବର୍ତ୍ତିତ  ଆବଶ୍ୟକତା ସମ୍ପର୍କରେ ଜଣାଇବା ନିମନ୍ତେ କୋୱିନ ପ୍ଲାଟଫର୍ମର ସଂଶୋଧନ ମଧ୍ୟ କରାଯାଇଛି । କୋଭିଡ ଟିକାକରଣ କେନ୍ଦ୍ର ପରିଚାଳକ ଓ ଜିଲ୍ଲା ଟିକାକରଣ ଅଧିକାରୀ ଆବଶ୍ୟକତା ଅନୁସାରେ ଗୋଟିଏ ସେସନରେ ଅଧିକ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରିପାରିବେ । ହିତାଧିକାରୀଙ୍କ ଫଟୋ ପରିଚୟପତ୍ର ନ ଥିବା ବା ବୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ ମଧ୍ୟ ନିଜର ପଞ୍ଜୀକରଣ କରିପାରିବେ । ଜିଲ୍ଲା ଟିକାକରଣ ଅଧିକାରୀ  ବା କୋଭିଡ ଟିକାକରଣ  କେନ୍ଦ୍ର ପରିଚାଳକ ମଧ୍ୟ ଟିକାକରଣ ରିପୋର୍ଟ ଡାଉନଲୋଡ କରିପାରିବେ ।

            କ୍ଷମତାସୀନ ଗ୍ରୁପ ଅଧ୍ୟକ୍ଷ କହିଥିଲେ ଯେ ଖୁବ ଶୀଘ୍ର କୋୱିନ  ଆପ୍‌ରେ ଦ୍ୱିତୀୟ ଡୋଜ ଲାଗି ସ୍ଥାନ ବୁକିଂ ପାଇଁ ନିୟମାବଳୀ ପ୍ରଦର୍ଶନ ହେବ । କୋୱିନକୁ ଯଥା ସମ୍ଭବ ସରଳ କରାଯିବା ଏବଂ ଏହାର ଏ.ପି.ଆଇ   ମଧ୍ୟ ଓପନ ହେବ । ଜନସାଧାରଣଙ୍କୁ ଗୋଟିଏ ମୋବାଇଲ ନମ୍ବର ଉଭୟ ଡୋଜ ପାଇଁ ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯାଇଛି । ଯାହାଫଳରେ ପ୍ରମାଣପତ୍ର ମିଳିବାର ଅସୁବିଧା ହେବ ନାହିଁ ବୋଲି ଡକ୍ଟର ଶର୍ମା କହିଛନ୍ତି । କୌଣସି କଟକଣାଯୁକ୍ତ ନିୟମ କୋୱିନରେ ବ୍ୟବହାର ନ କରିବା ପାଇଁ ରାଜ୍ୟମାନଙ୍କୁ ସେ ଅନୁରୋଧ କରିଛନ୍ତି, ଯାହାଫଳରେ ଜଣେ ଦେଶର ଯେକୌଣସି ସ୍ଥାନରେ, ଯେତେବେଳେ ମଧ୍ୟ ଟିକା ନେଇପାରିବ ।

 

*****

 SM/SLP



(Release ID: 1717783) Visitor Counter : 211