ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ପ୍ରଯୁକ୍ତି ଦିବସରେ ବୈଜ୍ଞାନିକମାନଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2021 11:49AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରଯୁକ୍ତି ଦିବସରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହୀ ଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଜାତୀୟ ପ୍ରଯୁକ୍ତି ଦିବସରେ, ଆମର ଦୃଢ ଓ କଠିନ ପରିଶ୍ରମୀ ବୈଜ୍ଞାନିକ ତଥା ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ଆମେ ଅଭିବାଦନ ଜଣାଉଛୁ । 1998 ପୋଖରାନ ପରୀକ୍ଷଣକୁ ଆମେ ଗର୍ବର ସହିତ ମନେ ରଖିଛୁ, ଯେଉଁଥିରେ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରଦର୍ଶନ କରାଯାଇଥିଲା ।

ଯେ କୌଣସି ପ୍ରକାର ଆହ୍ୱାନମୂଳକ ପରିସ୍ଥିତିରେ, ଆମର ବୈଜ୍ଞାନିକ ଏବଂ ଉଦ୍ଭାବକମାନେ ସବୁବେଳେ ଆଗକୁ ଆସି ସୁଯୋଗକୁ ହାତଛଡା ନକରି ଆହ୍ୱାନଗୁଡିକୁ ମୁକାବିଲା କରିଥାନ୍ତି । ଗତ ଏକ ବର୍ଷ ମଧ୍ୟରେ, ସେମାନେ କୋଭିଡ-19 ସହିତ ଲଢିବା ଲାଗି କଠିନ ପରିଶ୍ରମ କରିଛନ୍ତି । ମୁଁ ସେମାନଙ୍କର ଦୃଢତା ଏବଂ ଉଲ୍ଲେଖନୀୟ ଉତ୍ସାହକୁ ପ୍ରଶଂସା କରୁଛି” ।

 

**********

TRP/

 

 

 


(ରିଲିଜ ଆଡି: 1717686) ପରିଦର୍ଶକ କାଉଣ୍ଟର : 310