ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏପର୍ଯ୍ୟନ୍ତ ପ୍ରାୟ ୧୮ କୋଟିରୁ ଅଧିକ ଟିକା ବିନା ମୂଲ୍ୟରେ ପ୍ରଦାନ କରିଛନ୍ତି ଭାରତ ସରକାର

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟରେ ୧ କୋଟିରୁ ଅଧିକ ଡୋଜ ଟିକାକରଣ ପାଇଁ ଉପଲବ୍ଧ

ଆଗାମୀ ତିନି ଦିନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୯ ଲକ୍ଷରୁ ଅଧିକ ଡୋଜ ଅତିରିକ୍ତ ଟିକା ପ୍ରଦାନ କରାଯିବ

Posted On: 10 MAY 2021 10:42AM by PIB Bhubaneshwar

ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ପଞ୍ଚସୂତ୍ରୀ ରଣନୀତିର ଅଭିନ୍ନ ଅଙ୍ଗ । ଦେଶବ୍ୟାପି ଟିକାକରଣ ଅଭିଯାନ ପାଇଁ ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି ।

ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ ପ୍ରାୟ ୧୮କୋଟି (୧୭,୯୩,୫୭,୮୭୦) ଟିକା ଡୋଜ ପ୍ରଦାନ କରି ସାରିଲେଣି । ଆଜି ସକାଳ ୮ଟା ପର୍ଯ୍ୟନ୍ତ ହସ୍ତଗତ ତଥ୍ୟ ଅନୁଯାୟୀ ଏଥିରୁ ସମୁଦାୟ ୧୬,୮୯,୨୭,୭୯୭ ଡୋଜ (ଏଥିରେ ନଷ୍ଟ ହୋଇଥିବା ଡୋଜ ମଧ୍ୟ ସାମିଲ ଅଛି) ପ୍ରଦାନ କରାଯାଇଛି ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟରେ ୧ କୋଟିରୁ ଅଧିକ (୧,୦୪,୩୦,୦୬୩) ଡୋଜ ଟିକାକରଣ ପାଇଁ ଉପଲବ୍ଧ ଅଛି । କିଛି ରାଜ୍ୟ ଯୋଗାଣ ତୁଳନାରେ ଅଧିକ ଟୀକା ଉପଯୋଗ (ନଷ୍ଟ ହୋଇଥିବା ଡୋଜ ସମେତ) ହୋଇଥିବା ଦର୍ଶାଇଛନ୍ତି । ତେବେ ସେମାନେ ସଶସ୍ତ୍ର ସେନାକୁ ଯୋଗାଇ ଦିଆଯାଇଥିବା ଟିକା ହିସାବକୁ ନେଇ ନାହାନ୍ତି ।

ଏହା ବ୍ୟତୀତ ଆଗାମୀ ତିନ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଅତିରିକ୍ତ ୯ ଲକ୍ଷ (୯,୨୪,୯୧୦) ଟିକା ଡୋଜ ଟୀକା ପାଇବେ ।

https://static.pib.gov.in/WriteReadData/userfiles/image/image0010VLH.jpg

https://static.pib.gov.in/WriteReadData/userfiles/image/image002S8EA.jpg

https://static.pib.gov.in/WriteReadData/userfiles/image/image003P8Z2.jpg

https://static.pib.gov.in/WriteReadData/userfiles/image/image004DNRD.jpg

*****

SR      



(Release ID: 1717463) Visitor Counter : 193