ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବିଶ୍ୱ ସମୁଦାୟରୁ ମିଳିଥିବା କୋଭିଡ-୧୯ ସହାୟତାକୁ ଉପଯୁକ୍ତ ଭାବେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟନ ଯୋଗୁ ତଳସ୍ତରରେ ସଂସାଧନ ବୃଦ୍ଧି ହୋଇପାରିଛି

ଦେଶବ୍ୟାପୀ ଟିକାକରଣ ଅଭିଯାନ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨୫ କୋଟିକୁ ଅତିକ୍ରମ କରିଛି

ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବର୍ଗର ୯ ଲକ୍ଷ ହିତାଧିକାରୀଙ୍କ ଟିକାକରଣ ହୋଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୩.୨୯ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ଏପ୍ରିଲ ମାସରେ ସାପ୍ତାହିକ ସୁସ୍ଥତା ୫୩ ହଜାରରୁ ୩ ଲକ୍ଷକୁ ବୃଦ୍ଧି ପାଇପାରିଛି

Posted On: 06 MAY 2021 11:16AM by PIB Bhubaneshwar

ଗତ କେଇ ସପ୍ତାହ ମଧ୍ୟରେ ଦେଶରେ କୋଭିଡ-୧୯ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ମାମଲା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିଛି ।

କୋଭିଡ-୧୯ ମହାମାରୀର ମୁକବିଲାରେ ସମଗ୍ର ବିଶ୍ୱ ଏକ ହୋଇଥିବା ବେଳେ ବସୁଧୈବ କୁଟୁମ୍ବକମ୍ ନୀତିରେ ବିଶ୍ୱ ସମୁଦାୟ ମଧ୍ୟ ଭାରତ ସରକାରଙ୍କ ଲଢ଼େଇର ପ୍ରଚେଷ୍ଟା ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି ।

୨୭ ଏପ୍ରିଲ ୨୦୨୧ରୁ କୋଭିଡ-୧୯ ରିଲିଫ ସ୍ୱରୂପ ବିଭିନ୍ନ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରାଂଶ ଭାରତ ଆନ୍ତର୍ଜାତିକ ସହାୟତା ଭାବେ ଗ୍ରହଣ କରୁଛି । ମିଳିଥିବା ସମସ୍ତ ସହାୟତାକୁ ଉପଯୁକ୍ତ ଭାବେ ଆବଶ୍ୟକ କରୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟନ କରାଯାଇଛି । ଏହା ଏକ କ୍ରମାନ୍ୱୟ ପ୍ରକ୍ରିୟା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ବିଭିନ୍ନ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ହିଁ ମୂଳ ଉଦ୍ଦେଶ୍ୟ ।

ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨ କୋଟିକୁ ଅତିକ୍ରମ କରିପାରିଛି ।

୧୨ ରାଜ୍ୟରେ ୧୮-୪୪ ବର୍ଷ ବର୍ଗର ୯,୦୪,୨୬୩ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ଏସବୁ ରାଜ୍ୟ ହେଲା ଛତିଶଗଡ଼ (୧,୦୨୬), ଦିଲ୍ଲୀ (୧,୨୯,୦୯୬), ଗୁଜରାଟ (୧,୯୬,୮୬୦), ଜମ୍ମୁ ଏବଂ କାଶ୍ମୀର (୧୬,୩୮୭), ହରିଆନା (୧,୨୩,୪୮୪), କର୍ଣ୍ଣାଟକ (୫,୩୨୮), ମହାରାଷ୍ଟ୍ର (୧,୫୩,୯୬୬), ଓଡ଼ିଶା (୨୧,୦୩୧), ପଞ୍ଜାବ (୧,୫୩୫), ରାଜସ୍ଥାନ (୧,୮୦,୨୪୨), ତାମିଲନାଡ଼ୁ (୬,୪୧୫) ଏବଂ ଉତ୍ତର ପ୍ରଦେଶ (୬୮,୮୯୩) ।

ଆଜି ସକାଳ ୭ଟା ସୁଦ୍ଧା ୨୯,୩୪,୮୪୪ ସେସନରେ ମୋଟ ୧୬,୨୫,୧୩,୩୩୯ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି, ୯୪,୮୦,୭୩୯ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୩,୫୪,୧୧୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧,୩୬,୫୭,୯୨୨ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୭୪,୨୫,୫୯୨ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧୮.୪୫ ବର୍ଷ ବର୍ଗର ୯,୦୪,୨୬୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୫,୩୧,୧୬,୯୦୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧,୨୯,୧୫,୩୫୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ରୁ ୬୦ ବର୍ଷ ବର୍ମର ୫,୩୮,୧୫,୦୨୬ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪୮,୪୩,୪୨୯ ଜଣଙ୍କ ଦ୍ୱିତୀୟ ଡୋଜ୍ ।

 

HCWs

1st Dose

94,80,739

2nd Dose

63,54,113

FLWs

1st Dose

1,36,57,922

2nd Dose

74,25,592

Age Group 18-44 years

1st Dose

9,04,263

Age Group 45 to 60 years

1st Dose

5,38,15,026

2nd Dose

48,43,429

Over 60 years

1st Dose

5,31,16,901

2nd Dose

1,29,15,354

 

Total

16,25,13,339

ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୮୭% ଟିକା ଦଶଟି ରାଜ୍ୟରେ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୧୧୦ତମ ଦିବସ (୫ ମେ ୨୦୨୧)ରେ ୧୯,୫୫,୭୩୩ ଡୋଜ୍ ଟିକା ଦିଆଯାଇଛି। ୧୫,୯୦୩ ସେସନରେ ୮,୯୯,୧୬୩ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୫୬,୫୭୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

HCWs

1stDose

17,530

2ndDose

30,844

FLWs

1stDose

88,803

2nd Dose

89,932

18-44 years

1st Dose

2,32,028

45 to 60 years

1stDose

4,02,585

2nd Dose

4,21,409

Over 60 years

1stDose

1,58,217

2nd Dose

5,14,385

Total Achievement

1stDose

8,99,163

2ndDose

10,56,570

ଭାରତରେ ଏ ପର୍ଯ୍ୟନ୍ତ ମୋଟ ୧,୭୨,୮୦,୮୪୪ ଜଣ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ଏବେ ୮୧.୯୯% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୯,୧୧୩ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୪.୭୧% ସୁସ୍ଥ ଆସିଛନ୍ତି ଦଶଟି ରାଜ୍ୟରୁ ।

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ସପ୍ତାହକୁ ସପ୍ତାହ ଦୈନିକ ସୁସ୍ଥଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି । ଏପ୍ରିଲ ମାସ ଆରମ୍ଭ ବେଳକୁ ସାପ୍ତହିକ ୫୩,୮୧୬ ଜଣ ସୁସ୍ଥ ହେଉଥିବା ବେଳେ ଏପ୍ରିଲ ଶେଷ ସପ୍ତାହ ବେଳକୁ ଏହା ୩ ଲକ୍ଷ(୩,୧୩,୪୨୪)କୁ ଅତିକ୍ରମ କରିଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୨,୨୬୨ ନୂଆ କରୋନା ମାମଲା ଆସିଛି ।

ନୂଆ ମାମଲାରୁ ୭୨,୧୯% ମାମଲା ଆସିଛି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ହରିଆନା, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୭,୬୪୦ ନୂଆ ମାମଲା ଆସିଛି । ଏହା ପଛକୁ କର୍ଣ୍ଣାଟକରେ ୫୦,୧୧୨ ଏବଂ କେରଳରେ ୪୧,୯୫୩ ମାମଲା ଆସିଛି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ୩୫,୬୬,୩୯୮ରେ ପହଞ୍ଚିଛି । ଏହା ମୋଟ ପଜିଟିଭ୍ ମାମଲାର ୧୬.୯୨% । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୭୯,୧୬୯ ମାମଲା ବୃଦ୍ଧି ହୋଇଛି ।

ଦେଶରେ ଥିବା ମୋଟ ସକ୍ରିୟ କରୋନା ମାମଲାର ୮୧.୦୫% ମାମଲା ରହିଛି ୧୨ ରାଜ୍ୟରେ ।

ଜାତୀୟ ମୃତ୍ୟୁହାର ହ୍ରାସ ପାଇଛି ଏବଂ ଏବେ ୧.୦୯% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯୮୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ନୂଆ ମୃତ୍ୟୁ ମଧ୍ୟରୁ ୭୫.୫୫% ମୃତ୍ୟୁ ହୋଇଛି ଦଶ ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୯୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୩୫୩ ଜଣଙ୍କ ମୃତ୍ୟୁ ହୋଇଛି ।

ପାଞ୍ଚ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ) ଏବଂ ମିଜୋରାମ ।

 

*****

SR



(Release ID: 1716520) Visitor Counter : 213