କ୍ୟାବିନେଟ

ପ୍ରବାସନ ଓ ଗମନାଗମନ ସୁବିଧା ପାଇଁ ବ୍ରିଟେନ ଏବଂ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ଭାରତର ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

Posted On: 05 MAY 2021 12:16PM by PIB Bhubaneshwar

ସଂଯୁକ୍ତ ରାଜ୍ୟ ଗ୍ରେଟ୍‌ ବ୍ରିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ପ୍ରବାସନ ତଥା ଗମନାଗମନରେ ସୁବିଧା ବଢାଇବାକୁ ଭାରତ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷର କରିବ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବୁଧବାର ସ୍ୱୀକୃତି ପ୍ରଦାନ କରାଯାଇଛି ।

ଉଦ୍ଦେଶ୍ୟ-

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା ଗ୍ରେଟବିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ  ଏବଂ ଭାରତ ମଧ୍ୟରେ ଗବେଷକ, ଛାତ୍ରଛାତ୍ରୀ, କୁଶଳୀ ପେସାଦାର  ଆଦିଙ୍କ ଗମନାଗମନ  ଓ ପ୍ରବାସନ ସୁବିଧାକୁ ଅଧିକ ସୁଗମ କରି ପାରସ୍ପରିକ ସହଯୋଗ ଓ ସମ୍ପର୍କକୁ ସୁଦୃଢ କରିବା । ଏହାଫଳରେ ଅନିୟମିତ ଦେଶାନ୍ତର, ପ୍ରବାସନ, ପ୍ରବ୍ରଜନ ଓ ମାନବଚାଲାଣ ଆଦିକୁ ନିୟନ୍ତ୍ରିତ କରି ହେବ ଏବଂ ଦୁଇପକ୍ଷ ମଧ୍ୟରେ ଏ କ୍ଷେତ୍ରରେ ସହଯୋଗ ଅଧିକ ସୁଦୃଢ ହୋଇପାରିବ ।

            ଏହି ବୁଝାମଣା ଦ୍ୱାରା ଭାରତୀୟ ବିଦ୍ୟାର୍ଥୀ, ଶୈକ୍ଷିକବର୍ଗ ଓ ଗବେଷକ ଆର୍ଥିକ ତଥା ବୃତ୍ତିଗତ ଦୃଷ୍ଟିରୁ ବିଶେଷ ଉପକୃତ ହେବେ । ଆହୁରି ମଧ୍ୟ ଉଭୟପକ୍ଷଙ୍କ ଆର୍ଥିକ ବିକାଶ ପାଇଁ ଯେଉଁମାନେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅବଦାନ ରଖିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହାର ସୁଯୋଗ ପାଇବେ । ଏହି ଚୁକ୍ତି ଫଳରେ ଦୁଇଦେଶ ମଧ୍ୟରେ ପ୍ରତିଭାର ପ୍ରବାହ ସହଜ ହେବ ଏବଂ ନବସୃଜନ ପରିବେଶକୁ ଏହା ସହାୟତା ଯୋଗାଇବ ।

            ବୈଦେଶିକ ମନ୍ତ୍ରଣାଳୟ ଏହି ଚୁକ୍ତିର କାର୍ଯ୍ୟକାରିତାକୁ ନିବିଡଭାବେ ଅନୁଧ୍ୟାନ କରିବ । ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହେବ ।

 

*****

TKM



(Release ID: 1716387) Visitor Counter : 181