ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ମୋଟ ଟିକାକରଣ ୧୫.୮୯ କୋଟିକୁ ଅତିକ୍ରମ କରିଛି

ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮-୪୪ ବର୍ଷ ମଧ୍ୟରେ ୪ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୨୦ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

Posted On: 04 MAY 2021 10:33AM by PIB Bhubaneshwar

୨୦୨୧ ମେ ୧ ତାରିଖରୁ ଦେଶରେ କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶରେ ଏ ପର୍ଯ୍ୟନ୍ତ ମୋଟ ଟିକାକରଣ ୧୫.୮୯ କୋଟିକୁ ଅତିକ୍ରମ କରିଛି ।

୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୮-୪୪ ବର୍ଷ ବୟସ ମଧ୍ୟରେ ୪,୦୬,୩୩୯ ଜଣ ହିତାଧିକାରୀ ଟିକା ନେଇଛନ୍ତିଏହା ମଧ୍ୟରେ ଛତିଶଗଡ଼ (୧୦୨୫), ଦିଲ୍ଲୀ (୪୦,୦୨୮), ଗୁଜରାଟ (୧,୦୮,୧୯୧), ହରିଆନା (୫୫,୫୬୫), ଜମ୍ମୁ ଏବଂ କାଶ୍ମୀର (୫,୫୮୭), କର୍ଣ୍ଣାଟକ (୨,୩୫୩), ମହାରାଷ୍ଟ୍ର (୭୩,୭୧୪), ଓଡ଼ିଶା (୬,୮୦୨), ପଞ୍ଜାବ (୬୩୫), ରାଜସ୍ଥାନ (୭୬,୧୫୧), ତାମିଲନାଡ଼ୁ (୨,୭୪୪) ଏବଂ ଉତ୍ତର ପ୍ରଦେଶ (୩୩,୫୪୪) ।

ଆଜି ସକାଳ ୭ଟା ମଧ୍ୟରେ ୨୩,୩୫,୮୨୨ ସେସନରେ ମୋଟ ୧୫,୮୯,୩୨,୯୨୧ ଜଣଙ୍କୁ ଟିକା ଦିଆଯାଇଛି । ଏହା ମଧ୍ୟରେ ୯୪,୪୮,୨୮୯ ଜଣ ସ୍ୱାସ୍ଥ୍ୟ କର୍ମୀ (ଏଚସିଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍‌, ୬୨,୯୭,୯୦୦ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧,୩୫,୦୫,୮୭୭ ଜଣ ଆଗଧାଡ଼ିର କର୍ମୀ (ଏଫଏଲଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍‌, ୭୨,୬୬,୩୮୦ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧୮-୪୪ ବର୍ଷ ବର୍ଗର ୪,୦୬,୩୩୯ ଜଣଙ୍କୁ ପ୍ରଥମ ଡୋଜ୍‌, ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ୫,୩୦,୫୦,୬୬୯ ଜଣଙ୍କୁ ପ୍ରଥମ ଡୋଜ୍‌, ୪୧,୪୨,୭୮୬ ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୫,୨୮,୧୬,୨୩୮ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୧୯,୯୮,୪୪୩ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୯୪% ଟିକା ଦିଆଯାଇଛି ୧୦ ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image001JFOA.jpg

ଟିକାକରଣ ଅଭିଯାନର ୧୦୮ତମ ଦିବସ(୩ ମେ ୨୦୨୧)ରେ ୧୭,୦୮,୩୯୦ଡୋଜ୍ ଟିକା ଦିଆଯାଇଛି ।

୧୨,୭୩୯ ସେସନରେ ୮,୩୮,୩୪୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୮,୭୦,୦୪୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

Date: 3rd May 2021 (108thDay)

HCWs

FLWs

Age Group 18-44 years

Age Group 45-60 years

Above 60 Years

Total Achievement

1st Dose

2nd Dose

1st Dose

2nd Dose

1st Dose

1st Dose

2nd Dose

1st Dose

2nd Dose

1st Dose

2nd Dose

14,514

26,349

62,078

79,381

2,17,616

3,89,229

3,06,761

1,54,906

4,57,556

8,38,343

8,70,047

 

ଦେଶରେ ଏ ପର୍ଯ୍ୟନ୍ତ ମୋଟ ୧,୬୬,୧୩,୨୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଜାତୀୟ ସୁସ୍ଥତା ହାର ୮୧.୯୧% ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦,୨୮୯ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୩.୧୪% ସୁସ୍ଥ ଆସିଛନ୍ତି ଦଶ ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image0026E94.jpg

ଦେଶରେ ଏବେ ଦୈନିକ ପଜିଟିଭିଟି ହାର ୨୧.୪୭% ଥିବା ବେଳେ ଭାରତର ଦୈନିକ କୋଭିଡ ଟେଷ୍ଟ ଗ୍ରାଫ ନିମ୍ନରେ ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image003SP2I.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୭,୨୨୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଏହା ମଧ୍ୟରୁ ୭୧.୭୧% ମାମଲା ଆସିଛି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ଆଦି ଦଶ ରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪୮,୬୨୧ ମାମଲା ଆସିଥିବା ବେଳେ ଏହା  ପଛକୁ କର୍ଣ୍ଣାଟକରେ ୪୪,୪୩୮ ଏବଂ ଉତ୍ତର ପ୍ରଦେଶରେ  ୨୯,୦୫୨ ମାମଲା ଚିହ୍ନଟ ହୋଇଛି ।

https://static.pib.gov.in/WriteReadData/userfiles/image/image004UB51.jpg

ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ରହିଛି ୩୪,୪୭,୧୩୩ । ଦେଶର ମୋଟ ପଜିଟିଭ ସଂଖ୍ୟାର ଏହା ୧୭.୦୦% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୩୩,୪୯୧ ମାମଲା ବୃଦ୍ଧି ହୋଇଛି ।

https://static.pib.gov.in/WriteReadData/userfiles/image/image005A54W.jpg

ମୋଟ ସକ୍ରିୟ ମାମଲାର ୮୧.୪୧% ମାମଲା ଅଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ, ରାଜସ୍ଥାନ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର ଏବଂ ହରିଆନା ଆଦି ୧୨ଟି ରାଜ୍ୟରେ ।

ଏସବୁ ପ୍ରତ୍ୟେକ ରାଜ୍ୟରେ ୧ ଲକ୍ଷରୁ ଅଧିକ ଲେଖାଏଁ ସକ୍ରିୟ ମାମଲା ରହିଛି ।

https://static.pib.gov.in/WriteReadData/userfiles/image/image006CKV0.jpg

ଜାତୀୟ ମୃତ୍ୟୁହାର କ୍ରମେ ହ୍ରାସ ପାଉଛି ଏବଂ ୧.୧୦% ରହିଛି, ଯାହାକି ନିମ୍ନମୁଖୀ ।

https://static.pib.gov.in/WriteReadData/userfiles/image/image007659P.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୪୯ କରୋନା ମୃତ୍ୟୁ ହୋଇଛି ।

https://static.pib.gov.in/WriteReadData/userfiles/image/image008CM20.jpg

ଏହି ମୃତ୍ୟୁରୁ ୭୩.୧୫% ମୃତ୍ୟୁ ହୋଇଛି ଦଶ ରାଜ୍ୟେରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୬୭ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୪୪୮ ଏବଂ ଉତ୍ତର ପ୍ରଦେଶରେ ୨୮୫ ମୃତ୍ୟୁ ହୋଇଛି । ଦୁଇଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ। ଏହା ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ଅରୁଣାଚଳ ପ୍ରଦେଶ ।

****

SR

 



(Release ID: 1715959) Visitor Counter : 226