ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ସରକାର ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୧୬. ୩୭ କୋଟି ମାଗଣା ଟିକା ଯୋଗାଇ ଦେଇଛନ୍ତି

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କ ନିକଟରେ ଏବେ ମଧ୍ୟ ଉପଲବ୍ଧ ଅଛି ୭୯ ଲକ୍ଷରୁ ଅଧିକ ଟିକା

ଆହୁରି ଅଧିକ ୧୭ଲକ୍ଷ ଟିକା ଆସନ୍ତା ତିନିଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ପଠାହେବ

Posted On: 01 MAY 2021 11:40AM by PIB Bhubaneshwar

ପରୀକ୍ଷା, ଚିହ୍ନଟ,ଚିକିତ୍ସା, କୋଭିଡ ମାର୍ଗଦର୍ଶିକା ପାଳନ ଓ ଟିକାକରଣ ଭଳି ପାଞ୍ଚୋଟି ପଦକ୍ଷେପ କୋଭିଡ-୧୯ ବିରୁଦ୍ଧରେ ସଂଗ୍ରାମ ପାଇଁ ପ୍ରମୁଖ ହୋଇଥିବା ବେଳେ ଭାରତ ସରକାର ଏହି ସଂଗ୍ରାମ ଜାରି ରଖିଛନ୍ତି

କୋଭିଡ-୧୯ ଟିକାକରଣରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ଆଜି (ମେ ପହିଲା, ୨୦୨୧) ଠାରୁ ସମଗ୍ର ଦେଶରେ ତ୍ୱରାନ୍ୱିତ ହେଉଛି । ଏପ୍ରିଲ ୨୮ତାରିଖ ଠାରୁ ଯୋଗ୍ୟ ହିତାଧିକାରୀମାନଙ୍କ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଯାଇଛି । ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ କୋୱିନ ପୋର୍ଟାଲ ଯାଇ (cowin.gov.in) କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ନିଜର ନାମ ପଞ୍ଜୀକରଣ କରିପାରିବେ ।

ଭାରତ ସରକାର ଏପର୍ଯ୍ୟନ୍ତ ପ୍ରାୟ ୧୬.୩୭କୋଟି ଟିକା ମାତ୍ରା (୧୬,୩୭,୬୨, ୩୦୦) ମାଗଣାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦେଇଛନ୍ତି । ଆଜି ସକାଳ ଆଠଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ନଷ୍ଟ ହୋଇଥିବା ମାତ୍ରା ସମେତ ମୋଟ ୧୫, ୫୮, ୪୮,୭୮୨ ମାତ୍ରା ବ୍ୟବହୃତ ହୋଇଛି ।

 ୭୯ଲକ୍ଷରୁ ଅଧିକ କୋଭିଡ ଟିକା ମାତ୍ରା(୭୯, ୧୩, ୫୧୮) ଏବେ ମଧ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଖରେ ମହଜୁଦ ରହିଛି ।

ଏହା ବ୍ୟତୀତ ୧୭ଲକ୍ଷରୁ ଅଧିକ (୧୭,୩୧, ୧୧୦) ଟିକା ଆଗାମୀ ତିନିଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ପାଇବେ ।

କୋଭିଡ-୧୯ ତୃତୀୟ ପର୍ଯ୍ୟାୟ ଟିକାଦାନ ନିମନ୍ତେ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେତେ ଟିକାମାତ୍ରା ପାଇବେ ତାହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ଜଣାଇ ଦିଆଯାଇଛି । ୪୫ବର୍ଷ ବା ତାଠାରୁ  ଅଧିକ ବୟସ ହିତାଧିକାରୀମାନଙ୍କ ପାଇଁ ଭାରତ ସରକାର ନିଜ ତରଫରୁ ମାଗଣା ଟିକା ଯୋଗାଇ ଦେଇଛନ୍ତି ।

ନିମ୍ନରେ ପ୍ରଦତ୍ତ ଟେବୁଲରେ ସରକାରୀ ପ୍ରଦତ୍ତ ଟିକାର ବିବରଣୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୱାରୀ ଦିଆଯାଇଛି ।

ମେ ୨୧ ପକ୍ଷ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକକୁ ଭାରତ ସରକାରଙ୍କ ପ୍ରଦତ୍ତ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଆବଣ୍ଟନ ତାଲିକା ।

*****

 

SM/SLP



(Release ID: 1715328) Visitor Counter : 271