କ୍ୟାବିନେଟ

ସୀମାଶୁଳ୍କ ସହଯୋଗ ଓ ସୀମାଶୁଳ୍କ ପ୍ରସଙ୍ଗରେ ଆପୋସ ପ୍ରଶାସନିକ ସହାୟତା ଉପରେ ଭାରତ ସରକାର ଏବଂ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡ ସରକାରଙ୍କ ମଧ୍ୟରେ ରାଜିନାମାକୁ କ୍ୟାବିନେଟ ମଞ୍ଜୁରି

Posted On: 28 APR 2021 11:56AM by PIB Bhubaneshwar

ସୀମାଶୁଳ୍କ ସହଯୋଗ ଓ ସୀମାଶୁଳ୍କ ପ୍ରସଙ୍ଗରେ ଆପୋସ ପ୍ରଶାସନିକ ସହାୟତା ଉପରେ ଭାରତ ସରକାର ଏବଂ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡ ସରକାରଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷର ଓ ଅନୁମୋଦନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି ।

ପ୍ରଭାବ :

ସୀମାଶୁଳ୍କ ଅପରାଧର ନିରାକରଣ ଏବଂ ତଦନ୍ତ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ସୂଚନା ଉପଲବ୍ଧତା କ୍ଷେତ୍ରରେ ଏହି ରାଜିନାମା ସହାୟକ ହୋଇପାରିବ । ଏହି ରାଜିନାମା ମଧ୍ୟ ବାଣିଜ୍ୟ ପାଇଁ ପ୍ରୋତ୍ସାହନ ଯୋଗାଇବା ସହିତ ଦୁଇ ଦେଶ ମଧ୍ୟରେ ସାମଗ୍ରୀ କାରବାର ନିମନ୍ତେ ମଞ୍ଜୁରି ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବ ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :

ଉଭୟ ସରକାରଙ୍କ ଅନୁମୋଦନ ପରେ ଦୁଇ ଦେଶର ସରକାରଙ୍କ ପକ୍ଷରୁ ଏହି ରାଜିନାମା ସ୍ୱାକ୍ଷରିତ କରାଯିବ । ଉଭୟ ପକ୍ଷଙ୍କ କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କ ଦ୍ୱାରା ବିଧିବଦ୍ଧ ଭାବେ ସ୍ୱାକ୍ଷରିତ ହେବା ମାସର ପ୍ରଥମ ଦିନ ଠାରୁ ଏହି ରାଜିନାମା କାର୍ଯ୍ୟକାରୀ ହେବ ।

 

*********

P.S



(Release ID: 1714551) Visitor Counter : 199