ପୋଷ୍ଟ କରାଯିବା ଦିନାଙ୍କ:
27 APR 2021 11:05AM by PIB Bhubaneswar
ଦେଶରେ ଅକ୍ସିଜେନ ଟ୍ୟାଙ୍କର ଅଭାବ ମୁକାବିଲା ପାଇଁ କେନ୍ଦ୍ର ସରକାର ୧୦ ଓ ୨୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୨୦ କ୍ରାୟୋଜେନିକ ଟ୍ୟାଙ୍କର ଆମଦାନୀ କରି ରାଜ୍ୟଗୁଡିକୁ ଆବଣ୍ଟନ କରିଛନ୍ତି । ବିଭିନ୍ନ ରାଜ୍ୟର ଉତ୍ପାଦନ କେନ୍ଦ୍ରଗୁଡିକରୁ ତରଳ ମେଡିକାଲ ଅକ୍ସିଜେନ (ଏଲଏମଓ)ର ମ୍ୟାପିଂ ଓ କ୍ରାୟୋଜେନିକ ଟ୍ୟାଙ୍କର ଦ୍ୱାରା ଦେଶର ପୂର୍ବ ଭାଗରୁ ମେଡିକାଲ ଅକ୍ସିଜେନ ପରିବହନ କରି ଅନ୍ୟ ରାଜ୍ୟରେ ଏଲଏମଓ ଉପଲବ୍ଧ କରାଇବାରେ ସମସ୍ୟା ହେଉଥିବାରୁ ଅକ୍ସିଜେନର ଉନ୍ନତ ପରିବହନ ପାଇଁ ୨୦ ମେଟ୍ରିକ ଟନ ଓ ୧୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୨୦ କ୍ରାୟୋଜେନିକ ଆଇଏସଓ କଣ୍ଟେନର ଆମଦାନୀ କରାଯାଇଛି ।
କ୍ଷମତାସମ୍ପନ୍ନ ଗୋଷ୍ଠୀ-୨ (ଇଜି-୨)ର ମାର୍ଗଦର୍ଶନରେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (ଏମଓଆରଟିଏଚ) ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ସହ ଆଲୋଚନା କରି ଏହି ରାଜ୍ୟଗୁଡିକର ଯୋଗାଣକାରୀଙ୍କୁ କଣ୍ଟେନର ଆବଣ୍ଟନ ପାଇଁ ମ୍ୟାପିଂ କରିଛନ୍ତି ।

ବିଶ୍ୱର ସବୁଠାରୁ ବଡ ଟୀକାକରଣ ଅଭିଯାନ ଅନ୍ତର୍ଗତ ଭାରତରେ ୧୪.୫ କୋଟିରୁ ଅଧିକ କୋଭିଡ ଟୀକା ପ୍ରଦାନ କରାଯାଇଛି ।
ଆଜି ସକାଳ ସାତଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୦,୭୪,୭୨୧ ସେସନରେ କୋଭିଡ ଟୀକାର ସମୁଦାୟ ୧୪,୫୨,୭୧,୧୮୬ ଡୋଜ ପ୍ରଦାନ କରାଯାଇଛି । ଏହି ହିତାଧିକାରୀଙ୍କ ମଧ୍ୟରେ ୯୩,୨୪,୭୭୦ ଏଚସିଡବ୍ଲୁ, ଯେଉଁମାନେ ଟୀକାର ପ୍ରଥମ ଡୋଜ ନେଇଛନ୍ତି ଓ ଟୀକାର ଦ୍ୱିତୀୟ ଡୋଜ ନେଇଥିବା ୬୦,୬୦,୭୧୮ ଏଚସିଡବ୍ଲୁ ସାମିଲ ଅଛନ୍ତି । ଏହାବ୍ୟତୀତ ପ୍ରଥମ ଡୋଜ ନେଇଥିବା ୧,୨୧,୧୦,୨୫୮ ଏଫଏଲଡବ୍ଲୁ, ଦ୍ୱିତୀୟ ଡୋଜ ନେଇଥିବା ୬୪,୨୫,୯୯୨ ଏଫଏଲଡବ୍ଲୁ, ୬୦ ବର୍ଷରୁ ଅଧିକ ପ୍ରଥମ ଡୋଜ ଟୀକା ନେଇଥିବା ୫,୦୫,୭୭,୭୪୩ ଓ ଦ୍ୱିତୀୟ ଡୋଜ ନେଇଥିବା ୮୭,୩୧,୦୯୧ ହିତାଧିକାରୀଙ୍କ ସହିତ ୪,୯୩,୪୮,୨୩୮ ପ୍ରଥମ ଡୋଜ ନେଇଥିବା ଓ ୨୬,୯୨,୩୭୬ ଦ୍ୱିତୀୟ ଡୋଜ ନେଇଥିବା ୪୫ରୁ ୬୦ ବର୍ଷ ବୟସର ହିତାଧିକାରୀ ସାମିଲ ଅଛନ୍ତି ।
|
ଏଚସିଡବ୍ଲୁ
|
ଏଫଏଲଡବ୍ଲୁ,
|
୪୫ରୁ ୬୦ ବୟସ ବର୍ଗ
|
Over 60 years
|
Total
|
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
1st Dose
|
2nd Dose
|
|
୯୩,୨୪,୭୭୦
|
୬୦,୬୦,୭୧୮
|
୧,୨୧,୧୦,୨୫୮
|
୬୪,୨୫,୯୯୨
|
୪,୯୩,୪୮,୨୩୮
|
୨୬,୯୨,୩୭୬
|
5,05,77,743
|
87,31,091
|
14,52,71,186
|
ଦେଶରେ ଏପର୍ଯ୍ୟନ୍ତ ହୋଇଥିବା ଟୀକାକରଣରେ ୧୦ଟି ରାଜ୍ୟରେ ୬୭,୩% ପ୍ରତିଶତ ଟୀକା ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟାରେ ୩୧ ଲକ୍ଷରୁ ଅଧିକ ଡୋଜ ଟୀକା ପ୍ରଦାନ କରାଯାଇଛି ।
ଟୀକାକରଣ ଅଭିଯାନର ୧୦୧ ଦିନ (ଏପ୍ରିଲ ୨୬, ୨୦୨୧) ସୁଦ୍ଧା ୩୧,୭୪,୬୮୮ ଟୀକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୧୯,୭୩,୭୭୮ ହିତାଧିକାରୀଙ୍କୁ ୨୨,୭୯୭ ସେସନରେ ପ୍ରଥମ ଡୋଜ ଓ ୧୨,୦୦,୯୧୦ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ ପ୍ରଦାନ କରାଯାଇଛି
|
ତାରିଖ- ଏପ୍ରିଲ ୨୬, ୨୦୨୧ (୧୦୧ ଦିନ)
|
|
ଏଚସିଡବ୍ଲୁ
|
ଏଫଏଲଡବ୍ଲୁ
|
୪୫ରୁ ୬୦ ବର୍ଷ
|
୬୦ ବର୍ଷରୁ ଅଧିକ
|
Total Achievement
|
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
2nd Dose
|
1stDose
|
2ndDose
|
|
୨୫,୩୪୭
|
୫୦୮୨୯
|
୧୧୩୦୬୨
|
୧,୦୦,୭୫୧
|
୧୧,୬୯,୬୫୬
|
୨୭୪୫୧୮
|
୬୬୫୭୧୩
|
7,74,812
|
19,73,778
|
12,00,910
|
ଭାରତରେ ଆଜି ପର୍ଯ୍ୟନ୍ତ ୧,୪୫,୫୬,୨୦୯ କୋଭିଡ ରୋଗୀ ସୁସ୍ଥ ହେଲେଣି । ଜାତୀୟ ସୁସ୍ଥତା ହାର ୮୨.୫୪% ରହିଛି ।
ଗତ ୨୪ ଘଣ୍ଟାରେ ୨,୫୧,୮୨୭ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି ।
୧୦ଟି ରାଜ୍ୟରେ ୭୯.୭୦% ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୩,୨୩,୧୪୪ ନୂଆ ମାମଲା ପଞ୍ଜିକୃତ ହୋଇଛି ।
ଦଶଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜୁରାଟ, ରାଜସ୍ଥାନରେ ୭୧.୬୮% ନୂଆ ମାମଲା ପଞ୍ଜିକୃତ ହୋଇଛି ।
ମହାରାଷ୍ଟ୍ରରେ ସର୍ବାଧିକ ୪୮,୭୦୦ଟି ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୩୩,୫୫୧ ଓ କର୍ଣ୍ଣାଟକରେ ୨୯,୭୪୪ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ସାମଗ୍ରିକ ଭାବେ ଏଯାଏଁ ୨୮ କୋଟିରୁ ଅଧିକ ଟେଷ୍ଟ ହୋଇ ସାରିଥିବା ବେଳେ ପଜିଟିଭ ହାର ୬.୨୮% ରହିଛି ।

ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ୨୮,୮୨,୨୦୪ରେ ପହଞ୍ଚିଛି । ଏହା ଦେଶର ସମୁଦାୟ ସକ୍ରିୟ ମାମଲାର ୧୬.୩୪ ପ୍ରତିଶତ । ଗତ ୨୪ ଘଣ୍ଟାରେ ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟାରେ ୬୮,୫୪୬ ବୃଦ୍ଧି ପାଇଛି ।
ଭାରତର ସମୁଦାୟ ସକ୍ରିୟ ମାମଲା ମଧ୍ୟରୁ ମହାରାଷ୍ଟ୍ର, ଛତିଶଗଡ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ଗୁଜୁରାଟ ଓ କେରଳ ଭଳି ଆଠଟି ରାଜ୍ୟର ୬୯.୧% ସକ୍ରିୟ ମାମଲା ରହିଛି ।

ଦେଶର ସମୁଦାୟ ମାମଲା ମଧ୍ୟରୁ ସକ୍ରିୟ ମାମଲା ୧୬.୪୩% ଓ ଆରୋଗ୍ୟ ହାର ୮୨.୫୪% ରହିଛି ।

ବର୍ତ୍ତମାନ ଦୈନିକ ପଜିଟିଭ ହାର ୨୦.୦୨% ରହିଛି ।

ଦେଶରେ କୋଭିଡ ମୃତ୍ୟୁ ହାର (ସିଏଫଆର) ହ୍ରାସ ପାଉଛି ଓ ଏବେ ୧.୧୨% ରହିଛି ।
ଗତ ୨୪ ଘଣ୍ଟାରେ ୨୭୭୧ଟି ମୃତ୍ୟୁ ପଞ୍ଜିକୃତ ହୋଇଛି ।
୧୦ଟି ରାଜ୍ୟରେ ୭୭.୩% ନୂଆ କୋଭିଡ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୫୨୪ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀର ଦୈନିକ ୩୮୦ ମୃତ୍ୟୁ ହୋଇଛି ।
ଗତ ୨୪ ଘଣ୍ଟାରେ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ମୃତ୍ୟୁ ହୋଇନାହିଁ । ସେଗୁଡିକ ହେଲା ଦାଦ୍ରା ଓ ନଗରହାବେଳି ଓ ଦାମନ ଓ ଦିଉ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ତ୍ରିପୁରା, ଲାକ୍ଷାଦ୍ୱୀପ, ମିଜୋରମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମାନ ଓ ନିକୋବର ।
SR