ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ କୋଭିଡ ଟିକାକରଣ ୧୩.୮୩ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୨.୧୯ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

ମୃତ୍ୟୁ ହାର ୧.୧୪%କୁ ହ୍ରାସ ପାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୧୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ

Posted On: 24 APR 2021 11:24AM by PIB Bhubaneshwar

ବିଶ୍ୱର ବୃହତମ କୋଭିଡ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ଭାରତରେ ୧୩.୮୩ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ୧୯,୮୦,୧୦୫ ସେସନରେ ମୋଟ ୧୩,୮୩,୭୯,୮୩୨ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୯୨,୬୮,୦୨୭ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୯,୫୧,୦୭୬ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୧୮,୫୧,୬୫୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୧,୯୪,୮୫୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୯୧,୪୫,୨୬୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୭୧,୬୫,୩୩୮ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୬୬,୭୧,୫୪୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨୧,୩୨,୦୮୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

92,68,027

59,51,076

1,18,51,655

61,94,851

4,66,71,540

21,32,080

4,91,45,265

71,65,338

13,83,79,832

 

ଦେଶରେ ହୋଇଥିବା ମୋଟ ଟିକାକରଣର ୫୮.୯୨% ଟିକା ଆଠଟି ରାଜ୍ୟରେ ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image0016FGK.jpg

ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୯୮ତମ ଦିବସ (୨୩, ଏପ୍ରିଲ ୨୦୨୧)ରେ ୨୯,୦୧,୪୧୨ ଡୋଜ୍ ଟିକା ଦିଆଯାଇଛି । ୨୬,୯୨୭ ସେସନରେ ୧୮,୬୩,୦୨୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୩୮,୩୮୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

Date: 23rd April,2021 (Day-98)

HCWs

FLWs

45 to 60 years

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

25,663

46,337

1,19,696

1,17,591

11,07,210

2,30,784

6,10,455

6,43,676

18,63,024

10,38,388

ଭାରତରେ ଏ ପର୍ଯ୍ୟନ୍ତ ମୋଟ ୧,୩୮,୬୭,୯୯୭ ଜଣ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ୮୩.୪୯% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨,୧୯,୮୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୮୨.୯୪% ସୁସ୍ଥ ୧୦ଟି ରାଜ୍ୟରେ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image002ZT5E.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୬,୭୮୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶର ନୂଆ କରୋନା ମାମଲାରୁ ୭୪.୧୫% ମାମଲା ଆସିଛି ।

ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ସର୍ବାଧିକ ୬୬,୮୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୬,୬୦୫ ଓ କେରଳରେ ୨୮,୪୪୭ ଜଣ ସଂକ୍ରମିତ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003R94F.jpg

ନିମ୍ନବର୍ତ୍ତୀ ଗ୍ର୍ରାଫରେ ସୂଚିତ ହୋଇଥିବା ୧୨ଟି ରାଜ୍ୟରେ କରୋନା ମାମଲା ଉପରମୁହାଁ ଥିବା ଉଲ୍ଲେଖ ରହିଛି ।

https://static.pib.gov.in/WriteReadData/userfiles/image/image004ZBT2.jpg

https://static.pib.gov.in/WriteReadData/userfiles/image/image005S3GY.jpg

https://static.pib.gov.in/WriteReadData/userfiles/image/image006ENRZ.jpg

ଭାରତରେ ମୋଟ ସକ୍ରିୟ କରୋନା ମାମଲା ୨୫,୫୨,୯୪୦ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୫.୩୭% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୧,୨୪,୩୨୪ ମାମଲା ବୃଦ୍ଧି ପାଇଛି ।

ନିମ୍ନ ଗ୍ରାଫରେ ଏକ ବର୍ଷ ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାର ସ୍ଥିତିକୁ ଦର୍ଶାଉଛି ।

https://static.pib.gov.in/WriteReadData/userfiles/image/image007J5Z0.jpg

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଗୁଜରାଟ, କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୬.୬୬% ମାମଲା ରହିଛି ।

https://static.pib.gov.in/WriteReadData/userfiles/image/image008BT5W.jpg

ଜାତୀୟ ମୃତୁ୍ୟ ହାର ଏବେ ହ୍ରାସ ପାଇ ଚାଲିଛି ଏବଂ ୧.୧୪%ରେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୨୪ ଜଣଙ୍କ ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରୁ ଦଶଟି ରାଜ୍ୟରେ ୮୨.୨୮% ମୃତୁ୍ୟ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନର ସର୍ବାଧିକ ୭୭୩ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଦିଲ୍ଲୀରେ ୩୪୮ ଜଣଙ୍କ ମୃତୁ୍ୟ ହୋଇଛି ।

https://static.pib.gov.in/WriteReadData/userfiles/image/image0092KJC.jpg

୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ମେଘାଳୟ, ମିଜୋରାମ, ଲାକ୍ଷାଦ୍ୱୀପ, ସିକିମ, ମଣିପୁର, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।  

 

SR



(Release ID: 1713754) Visitor Counter : 183