ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ର ସଦ୍ୟତମ ସ୍ଥିତି

କ୍ଷମତାପ୍ରାପ୍ତ ଗୋଷ୍ଠୀ (ଇଜି2)ର ଡାକ୍ତରୀ ଅମ୍ଳଜାନ ଉପଲବ୍ଧତା ଘେନି ସୃଷ୍ଟ ଛାନିଆ ଦୂର କରିବାକୁ କାର୍ଯ୍ୟାନୁଷ୍ଠାନ

ଭାରତରେ ଡାକ୍ତରୀ ଅମ୍ଳଜାନ (ମେଡିକାଲ ଅକ୍ସିଜେନ)ର ଦୈନିକ ଉତ୍ପାଦନ କ୍ଷମତା ୭୨୮୭ମେଟ୍ରିକ ଟନ;ଏବେ ଏହାର ମହଜୁଦ ପରିମାଣ ୫୦ହଜାର ମେଟ୍ରିକ ଟନ୍

ହି ମହଜୁଦ ପରିମାଣ ଦୈନିକ ବ୍ୟବହାର ହେଉଥିବା ଅମ୍ଳଜାନଠାରୁ ଢେର ଅଧିକ । ଭାରତରେ ଦୈନିକ ଚିକିତ୍ସା କ୍ଷେତ୍ରରେ ୩୮୪୨ ମେଟ୍ରିକ ଟନ୍ ଅମ୍ଳଜାନ ବ୍ୟବହୃତ ହୋଇଥାଏ

ଅମ୍ଳଜାନ ଉତ୍ପାଦନକାରୀ ଉତ୍ସ ସହିତ ରାଜ୍ୟଗୁଡିକୁ ସଂଯୋଗ କରାଯିବ

ଅଧିକ ସଂକ୍ରମିତ ରାଜ୍ୟର ସ୍ଥିତି ସମ୍ପର୍କରେ ଡିପିଆଇଆଇଟି, ସ୍ୱାସ୍ଥ୍ୟ ଏବଂ ଇସ୍ପାତ ମନ୍ତ୍ରଣାଳୟର ମିଳିତ ସମୀକ୍ଷା

Posted On: 15 APR 2021 9:54AM by PIB Bhubaneshwar

  କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଅମ୍ଳଜାନର ଜରୁରୀ ଆବଶ୍ୟକତା ରହିଛି । ତେଣୁ ଦେଶରେ ଆବଶ୍ୟକ ପରିମାଣର ଡାକ୍ତରୀ ଅମ୍ଳଜାନ ସମେତ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଓ ସାମଗ୍ରୀର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରସରକାର ଏକ ଆନ୍ତଃ ମନ୍ତ୍ରଣାଳୟ କ୍ଷମତା ସମ୍ପନ୍ନ ଗୋଷ୍ଠୀ (ଇଜି2) ଗତବର୍ଷ ମାର୍ଚ୍ଚରେ ଗଠନ କରିଥିଲେ । ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି)ର ସଚିବ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଉଚ୍ଚକ୍ଷମତା ସମ୍ପନ୍ନ ଗୋଷ୍ଠୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୟନ, ଆୟୁଷ, ଏମ୍‌ଏସଏମଇ ମନ୍ତ୍ରଣାଳୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏଥିରେ ସଦସ୍ୟ ଅଛନ୍ତି । ବିଭିନ୍ନ ରାଜ୍ୟରେ ମେଡିକାଲ ଅକ୍ସିଜେନର ସ୍ଥିତି ସମୀକ୍ଷା କରିବା ସହିତ ଏହି ଗୋଷ୍ଠୀ ଆବଶ୍ୟକ ସ୍ଥଳେ ଅମ୍ଳଜାନ ଯୋଗାଇବାର ବ୍ୟବସ୍ଥା କରିଥାଏ ।

ଗତ ଏକବର୍ଷ ଧରି ଇଜି2 ନିୟମିତ ବ୍ୟବଧାନରେ ଏଭଳି ସମୀକ୍ଷା ବୈଠକ କରି ବିଭିନ୍ନ ରାଜ୍ୟକୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଅମ୍ଳଜାନ ଯୋଗାଇ ଆସୁଛି । ଆହୁରି ମଧ୍ୟ କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଡାକ୍ତରୀ ଉପକରଣ ଏହି ଗୋଷ୍ଠୀ ଯୋଗାଇ ଦେବାର ସୁବନ୍ଦୋବସ୍ତ କରିଅଛି । ବର୍ତମାନ ପରିପ୍ରେକ୍ଷୀରେ ସମଗ୍ର ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ଗୁରୁତର ହୋଇଥିବାରୁ ଇଜି2 ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଯୋଗାଣକୁ ସୁସଂହତ ତଥା ସୁନିଶ୍ଚିତ କରିଛି । ଏହି ଗୋଷ୍ଠୀ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ନିୟମିତ ଭାବେ ଆଲୋଚନା କରାଯାଇ ସେମାନଙ୍କ ଆବଶ୍ୟକତା ପୂରଣ କରିବା ଦିଗରେ କାମ କରୁଛି ।

ଦେଶରେ ଏବେ ମେଡିକାଲ ଅକ୍ସିଜେନର କୌଣସି ଅଭାବ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆବଶ୍ୟକତାଠାରୁ ବହୁ ଅଧିକ ଏଭଳି ଅକ୍ସିଜେନ ମହଜୁଦ ଅଛି । ଏ କ୍ଷେତ୍ରରେ ଦେଶର ଉତ୍ପାଦନ କ୍ଷମତା ମଧ୍ୟ ଭଲ । ଏବେ ଭାରତରେ ମେଡିକାଲ ଅକ୍ସିଜେନର ଦୈନିକ ଉତ୍ପାଦନ କ୍ଷମତା ୭୧୨୭ ମେଟ୍ରିକ୍ ଟନ୍ । ଆହୁରି ମଧ୍ୟ ଆବଶ୍ୟକତା ପୂରଣ ପାଇଁ ଦେଶର ଇସ୍ପାତ କାରଖାନାଗୁଡିକରେ ବଳକାଥିବା ଅମ୍ଳଜାନକୁ କୋଭିଡ ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି । ଗତ ଦୁଇଦିନ ଧରି ଦେଶରେ ଦୈନିକ ୭୧୨୭ ମେଟ୍ରିକ୍‌ଟନର ମେଡିକାଲ ଅକ୍ସିଜେନ ଉତ୍ପାଦିତ ହେଉଛି ଯାହା ଧାର୍ଯ୍ୟ କ୍ଷମତାର ଶତପ୍ରତିଶତ । ସେହିଭଳି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।

ଏହା ସୂଚନାଯୋଗ୍ୟ ଯେ ଦେଶରେ ମେଡିକାଲ ଅକ୍ସିଜେନର ଅଭାବ ନାହିଁ । ଦେଶରେ ଆବଶ୍ୟକତା ଅନୁସାରେ ଯଥେଷ୍ଟ ଏଭଳି ଅକ୍ସିଜେନ ଉତ୍ପାଦନର କ୍ଷମତା ରହିଛି । ଦୈନିକ ଭାରତର ଏହି ଅକ୍ସିଜେନ ଉତ୍ପାଦନ କ୍ଷମତା ଏବେ ୭୧୨୭ମେଟ୍ରିକ ଟନ୍ । ସେହିଭଳି ଦେଶର ବିଭିନ୍ନ ଇସ୍ପାତ କାରଖାନାରେ ଯେଉଁ ବଳକା ଅକ୍ସିଜେନ୍ ରହିଛି ତାହାକୁ ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ବ୍ୟବହାର କରାଯାଉଛି । ଦେଶରେ ଦୈନିକ ୭୧୨୭ ମେଟ୍ରିକ ଟନ୍ ମେଡିକାଲ ଅକ୍ସିଜେନର ଯେଉଁ ଉତ୍ପାଦନ କ୍ଷମତା ରହିଛି ତାହାକୁ ଉପଯୋଗ କରାଯାଇ ଗତ ଦୁଇଦିନ ଧରି ଶତପ୍ରତିଶତ ଉତ୍ପାଦନ ଚାଲିଛି । ଇଜି2ର ନିର୍ଦ୍ଦେଶମତେ ବିଭିନ୍ନ ହସପିଟାଲକୁ ଆବଶ୍ୟକତା ଅନୁସାରେଏହି ଅକ୍ସିଜେନ ଯୋଗାଣକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ୨୦୨୧ ଏପ୍ରିଲ ୧୨ତାରିଖରେ ଦେଶର ମେଡିକାଲ ଅକ୍ସିଜେନ ବ୍ୟବହାର ପରିମାଣ ଥିଲା  ୩୮୪୨ ମେଟ୍ରିକ ଟନ୍ । ଏହା ଦେଶର ଦୈନିକ ଅକ୍ସିଜେନ ଉତ୍ପାଦନ କ୍ଷମତାର ୫୪ ଶତାଂଶ । ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଉତରପ୍ରଦେଶ,କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ଛତିଶଗଡ, ପଞ୍ଜାବ ଓ ରାଜସ୍ଥାନରେ ଏହି ଅକ୍ସିଜେନର ବହୁଳ ବ୍ୟବହାର କରାଯାଉଛି ।

କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟମାନଙ୍କର ଆବଶ୍ୟକତା ପୂରଣ ପାଇଁ ମେଡିକାଲ ଅକ୍ସିଜେନ ତ୍ତଉତ୍ପାଦନକୁ ବଢାଇବାକୁ ପଡିବ । ସେଥିପାଇଁ ବର୍ତ୍ତମାନର ଅକ୍ସିଜେନ ମହଜୁଦ୍ ପରିମାଣ ୫୦ହଜାର ମେଟ୍ରିକ ଟନ୍‌ରୁ ଅଧିକ ରଖାଯାଇଛି । ଏସବୁ ଅକ୍ସିଜେନ ସମ୍ପୃକ୍ତ ଉତ୍ପାଦନକାରୀଙ୍କ ପାଖରେ ମହଜୁଦ ଅଛି ।

ଆହୁରି ମଧ୍ୟ ଦୈନିକ ଅକ୍ସିଜେନ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରାଯିବା ସହିତ  ମହଜୁଦ ପରିମାଣକୁ ବଢାଇବାକୁ ଉଦ୍ୟମ ଚାଲିଛି । ମୋଟାମୋଟିଭାବେ ଦେଶ ଏବେ ମେଡିକାଲ ଅକ୍ସିଜେନ କ୍ଷେତ୍ରରେ ବଳକା ରହିଛି ଏବଂ ଆବଶ୍ୟକତା ଅନୁସାରେ ଏହା ମିଳୁଛି । ତେବେ ଏହି ଅକ୍ସିଜେନର ବ୍ୟବହାର କ୍ଷେତ୍ରରେ ସଂଯମ ଆଚରଣ କରିବା ସହ ଏହାର ଅଯଥା ବ୍ୟବହାର ଓ ଅପଚୟ ନ କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି । ଆହୁରିମଧ୍ୟ ଏହି ଅକ୍ସିଜେନ ଯୋଗାଣକୁ ସହଜ ଏବଂ ନିର୍ଭରଯୋଗ୍ୟ କରିବାକୁ କଣ୍ଟ୍ରୋଲରୁମ ପ୍ରତିଷ୍ଠା କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ଏହା ଦ୍ୱାରା ବିଭିନ୍ନ ଜିଲ୍ଲାକୁ ସୁରୁଖୁରରେ ଆବଶ୍ୟକ ପଡୁଥିବା ଅକ୍ସିଜେନ ପହଞ୍ଚିପାରିବ । ଆବଶ୍ୟକ ପରିମାଣର ଅକ୍ସିଜେନ, ସିଲିଣ୍ଡର ଓ ଟ୍ୟାଙ୍କର ଆଦି ବ୍ୟବସ୍ଥା କରିବାକୁ କଣ୍ଟ୍ରୋଲ ରୁମକୁ କୁହାଯାଇଛି ।

 ବିଭିନ୍ନ ପ୍ରଭାବିତ ରାଜ୍ରକୁ ମେଡିକାଲ ଅକ୍ସିଜେନ ଯୋଗାଇବାକୁ ଇଜି2 ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପଗୁଡିକୁ ନିମ୍ନରେ ପ୍ରଦାନ କରାଯାଇଛି ।

  • ଅକ୍ସିଜେନର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ଉତ୍ପାଦନକୁ ବଢାଇ ଦିଆଯାଇଛି । ପ୍ରତ୍ୟେକ ଅକ୍ସିଜେନ ଉତ୍ପାଦନକାରୀ ପ୍ଲାଣ୍ଟର ଉତ୍ପାଦନକ୍ଷମତାକୁ ଶତପ୍ରତିଶତ କରିବାକୁ ନିର୍ଦ୍ଦେଶ ଦିଅଯାଇଛି । ଫଳରେ ଉତ୍ପାଦିତ ଅକ୍ସିଜେନକୁ ଜରୁରୀ ବହୁଳ ଆବଶ୍ୟକତା ପୂରଣ ପାଇଁ ମହଜୁତ ରଖାଯାଇପାରିବ ।
  • ବଳକା ଅକ୍ସିଜେନକୁ ବ୍ୟବହାର କରିବାକୁ କୁହାଯାଇଛି । ତଦନୁସାରେ ବିଭିନ୍ନ ଇସ୍ପାତ କାରଖାନା ପାଖରେ ଯେଉଁ ବଳକା ଅକ୍ସିଜେନ ମହଜୁଦ ଅଛି ତାହାକୁ ବ୍ୟବହାରରେ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଇସ୍ପାତ କାରଖାନାଗୁଡିକର ଏହି ଅକ୍ସିଜେନ ମହଜୁଦ ପରିମାଣ କେଇଦିନ ମଧ୍ୟରେ ୧୪,୦୦୦ ମେଟ୍ରିକ ଟନ୍ ରେ ପହଞ୍ଚିଛିସର୍ବାଧିକ ଅକ୍ସିଜେନ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗଗୁଡିକରେ ରହିଛି  ।
  • ଅକ୍ସିଜେନ ଉତ୍ସ ସହ ଅଧିକ ପ୍ରଭାବିତ ରାଜ୍ୟକୁ ସମ୍ପୃକ୍ତ କରାଯାଇଛି । ତଦନୁସାରେ ମହାରାଷ୍ଟ୍ର ଦୈନିକ ନିଜର ଆବଶ୍ୟକତା ଅନୁସାରେ ବେଲ୍ଲାରୀ ଓ ଡୋଲଭିସ୍ଥିତ ଜେଏମ୍‌ଡବ୍ଲ୍ୟୁ ଏବଂ ଭିଲାଇର ସେଲ, ଇସ୍ପାତ କାରଖାନାରୁ  ସିଧାସଳଖ ସଂଗ୍ରହ କରୁଛି । ସେହିଭଳି ମଧ୍ୟପ୍ରଦେଶ ଭିଲାଇସ୍ଥିତ ସେଲ ଇସ୍ପାତ କାରଖାନାରୁ ସିଧାସଳଖ ଅକ୍ସିଜେନ ନେଉଛି ।
  • ବର୍ତ୍ତମାନ ଅଧିକ ସଂକ୍ରମିତ ରାଜ୍ୟଗୁଡିକରେ ଅକ୍ସିଜେନର ଆବଶ୍ୟକତାକ ବେଶିଥିôବାରୁ କମ୍ ପ୍ରଭାବିତ ରାଜ୍ୟରୁ ସେସବୁ ପ୍ରଦେଶକୁ ଅକ୍ସିଜେନ ଯୋଗାଣର ବ୍ୟବସ୍ଥା କରାଯାଇଛି ।
  • ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ଛତିଶଗଡ ଭଳି ସ୍ଥାନ ଅଧିକ  ସଂକ୍ରମିତ ରାଜ୍ୟକୁ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା ସମ୍ପୃକ୍ତ ରାଜ୍ୟ ସରକାର, ଇସ୍ପାତ ପ୍ଳାଣ୍ଟ  ଓ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କ ପରାମର୍ଶକ୍ରମେ ଚୂଡାନ୍ତ ହୋଇଛି । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଏହି କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ସହ ସମନ୍ୱୟ ରକ୍ଷା କରୁଛନ୍ତି । ଚଳିତ ଏପ୍ରିଲ ମାସ ଶେଷ ଯାଏ କେନ୍ଦ୍ର ସରକାର ଏହି ସମନ୍ୱୟ କାର୍ଯ୍ୟ ଜାରି ରଖିବେ । ବିଭିନ୍ନ ରାଜ୍ୟଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ଅକ୍ସିଜେନ ଯୋଗାଣର ସୁବନ୍ଦୋବସ୍ତ କେନ୍ଦ୍ର ସରକାର ନିଶ୍ଚିତ କରିବେ ।
  • ବିଭିନ୍ନ ରାଜ୍ୟକୁ ତରଳ ଅକ୍ସିଜେନ ପଠାଇବାର ସୁବନ୍ଦୋବସ୍ତ  କରିବାକୁ ସଡକ ପରିବହନ ଓ ରାଜମାର୍ଗ ତଥା ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଉପଗୋଷ୍ଠୀ ଗଠନ କରାଯାଉଛି । ଏହି ଗୋଷ୍ଠୀ ଟ୍ରେନ, ଟ୍ୟାଙ୍କର ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଅକ୍ସିଜେନ ପଠାଇବା କାର୍ଯ୍ୟର ସୁବନ୍ଦୋବସ୍ତ କରିବ । ଏଥିପାଇଁ ଏକ ପଦ୍ଧତି ନିର୍ଦ୍ଧାରିତ ହୋଇଛି ।
  • ପେଟ୍ରୋଲିୟମ ନିରାପତ୍ତା ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଆରଗନ ଓ ନାଇଟ୍ରୋଜେନ ପରିବହନ କରୁ୍‌ଥିବା ଟ୍ୟାଙ୍କର ଗୁଡିକୁ ଅକ୍ସିଜେନ ପରିହବନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟ ରାଜ୍ୟ ମଧ୍ୟରେ ଅକ୍ସିଜେନ ଟ୍ୟାଙ୍କର ଚଳାଚଳକୁ ନିଃଶୁ୍‌ଳ୍କ ଓ କଟକଣାମୁକ୍ତ କରିବାକୁ ସଡକ ପରିବହନ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି । ଏଥିପାଇଁ ଗୋଟିଏ ରାଜ୍ୟର ଟ୍ୟାଙ୍କର ଅନ୍ୟ ରାଜ୍ୟରେ ପଞ୍ଜୀକୃତ ହେବାର ଆବଶ୍ୟକତା ନାହିଁ ।
  • ସେହିଭଳି ରାଜ୍ୟୱାରୀ ଅକ୍ସିଜେନ ସିଲିଣ୍ଡରକୁ ଚିହ୍ନଟ ଏବଂ ମ୍ୟାପିଂ କରାଯାଇଛି । ଇଣ୍ଡଷ୍ଟ୍ରିଆଲ ସିଲିଣ୍ଡରଗୁଡିକୁ ବିଶୋଧନ କରି ସେଥିରେ ମେଡିକାଲ ଅକ୍ସିଜେନ ବ୍ୟବହାର କରିବାକୁ ଅନୁମତି ମିଳିଛି
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତିମଧ୍ୟରେ ଆଉ ଏକ ଲକ୍ଷ ଅକ୍ସିଜେନ ସିଲିଣ୍ଡର କିଣିବାକୁ ନିର୍ଦ୍ଦେଶନାମା ଜାରି କରିଛି ।
  • ପିଏମ୍‌-କେୟାରର୍ସ ଅଧୀନରେ ମଞ୍ଜୁରୀପ୍ରାପ୍ତ ପିଏସଏ ପ୍ଳାଣ୍ଟଗୁଡିକର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଉଦ୍ୟମ କରାଯାଉଛି । ଏସବୁ ପ୍ଳାଣ୍ଟର ଉତ୍ପାଦନ ୧୦୦ ପ୍ରତିଶତ ହେଲେ ସେଥିରୁ ଗ୍ରାମାଞ୍ଚଳ ଓ ଅଗମ୍ୟ ଇଲାକାରେ ଥିବା ହସ୍‌ପିଟାଲଗୁଡିକୁ ଆବଶ୍ୟକ ଅକ୍ସିଜେନ ଯୋଗାଇ ଦିଆଯାଇପାରିବ ।
  • ଅଧିକ ସଂକ୍ରମିତ ରାଜ୍ୟଗୁଡିକର ସ୍ଥିତି ଏବଂ ଅକ୍ସିଜେନ ଆବଶ୍ୟକତା ସମ୍ପର୍କରେ ଡିପିଆଇଆଇଟି ସ୍ୱାସ୍ଥ୍ୟ ଓ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଦୈନିକ ମିଳିତ ସମୀକ୍ଷା କରାଯାଉଛି । ଏହି ସମୀକ୍ଷା ବୈଠକରେ ଅକ୍ସିଜେନ ଉତ୍ପାଦନକାରୀ ମଧ୍ୟ ଯୋଗଦେଉଛନ୍ତି । ଏଥିରେ ଅକ୍ସିଜେନର ଆବଶ୍ୟକତା ସହିତ  ଆନ୍ତଃ ମନ୍ତ୍ରଣାଳୟ ଓ ଆନ୍ତ ରାଜ୍ୟ ପ୍ରସଙ୍ଗ, ସମସ୍ୟାବଳୀ ଅକ୍ସିଜେନ ପରିବହନ ପ୍ରସଙ୍ଗ ଆଦି ଆଲୋଚିତ ହୋଇ ତତ୍କାଳ ସମାଧାନସୂତ୍ର ବାହାର କରାଯାଉଛି । ଏଥିରେ ସମ୍ପୃକ୍ତ ସମସ୍ତ ପକ୍ଷ ମଧ୍ୟ ସାମିଲ ହୋଇ  ଆଲୋଚନାରେ ଭାଗ ନେବା ସହ ଉପାଦେୟ ପ୍ରସ୍ତାବମାନ ଦେଉଛନ୍ତି ।

ଏହି ବୈଠକରେ ଏପ୍ରିଲ ମାସ ପାଇଁ ସାମଗ୍ରିକଭାବେ ଅକ୍ସିଜେନ  ଉତ୍ପାଦନ ଓ ଯୋଗାଣନୀତି ଚୂଡାନ୍ତ ହୋଇଛିତେବେ ଇଜି2 ନିୟମିତଭାବେ ସମୀକ୍ଷା ବୈଠକ କରି ଆବଶ୍ୟକସ୍ଥଳରେ ନୂଆ ରଣନୀତି  ନିର୍ଦ୍ଧାରଣ କକରିବ ଏବଂ କରୋନା ପରିସ୍ଥିତି ଉପରେ ନଜର ରଖିବ ।

 

TKM



(Release ID: 1712176) Visitor Counter : 288