ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବା ବେଳେ ଟିକା ଉତ୍ସବର ତୃତୀୟ ଦିନରେ ଭାରତର ମୋଟ ଟିକାକରଣ ୧୦.୮ କୋଟିକୁ ଅତିକ୍ରମ କରିଛି

ପ୍ରତିଦିନ ସର୍ବାଧିକ ଟିକାକରଣରେ ଭାରତ ବିଶ୍ୱରେ ଅଗ୍ରଣୀ ରହିଛି

୧୦ ରାଜ୍ୟର ଦୈନିକ କରୋନା ମାମଲାରେ ବୃଦ୍ଧି ହେଉଛି

Posted On: 13 APR 2021 10:39AM by PIB Bhubaneshwar

ଟିକା ଉତ୍ସବ ତୃତୀୟ ଦିବସରେ ପହଞ୍ଚିଥିବା ବେଳେ ଦେଶରେ ମୋଟ କୋଭିଡ-୧୯ ଟିକାକରଣ ୧୦.୮୫ କୋଟିକୁ ଅତିକ୍ରମ କରିଯାଇଛି ।

ଆଜି ସକା ୭ଟା ସୁଦ୍ଧା ଦେଶରେ ମୋଟ ୧୬,୦୮,୪୪୮ ସେସନରେ ୧୦,୮୫,୩୩,୦୮୫ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି ୯୦,୩୩,୬୨୧ ଜଣ ଏଚସିଡବ୍ଲୁଙ୍କ ପ୍ରଥମ ଡୋଜ୍, ୫୫,୫୮,୧୦୩ ଜଣ ଏଚସିଡବ୍ଲୁଙ୍କ ଦ୍ୱିତୀୟ ଡୋଜ୍, ,୦୦,୭୮,୫୮୯ ଜଣ ଏଫଏଲଡବ୍ଲୁଙ୍କ ପ୍ରଥମ ଡୋଜ୍, ୪୯,୧୯,୨୧୨ ଜଣ ଏଫଏଲଡବ୍ଲୁଙ୍କ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୧୭,୧୨,୬୫୪ ଜଣ ହିତାଧିକାରୀଙ୍କ ପ୍ରଥମ ଡୋଜ୍, ୨୨,୫୩,୦୭୭ ଜଣଙ୍କ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୩,୪୨,୧୮,୧୭୫ ଜଣ ହିତାଧିକାରୀଙ୍କ ପ୍ରଥମ ଡୋଜ୍ ଏବଂ ୭,୫୯,୬୫୪ ଜଣ ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୮୭ ତମ ଦିବସ(୧୨ ଏପ୍ରିଲ ୨୦୨୧)ରେ ୪୦,୦୪,୫୨୧ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୫୨,୦୮୭ ସେସନରେ ୩୪,୫୫,୬୪୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୫,୪୮,୮୮୧ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ରହିଛି ।

ଦୈନିକ ଟିକାକରଣ କ୍ଷେତ୍ରରେ ଭାରତରେ ହାରାହାରି ୪୧,୬୯,୬୦୯ ଡୋଜ୍ ଟିକା ଦିଆଯାଉଛି, ଯାହାକି ବିଶ୍ୱସ୍ତରରେ ଅଗ୍ରଣୀ ।

https://static.pib.gov.in/WriteReadData/userfiles/image/image002V8E5.jpg

ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୧,୭୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ କେରଳ ଆଦି ୧୦ଟି ରାଜ୍ୟରେ କୋଭିଡର ଦୈନିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ ମାମଲା ମଧ୍ୟରୁ ୮୦.୮୦% ମାମଲା ଆସିଛି ଉପରୋକ୍ତ ୧୦ ରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୧,୭୫୧ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୧୩,୬୦୪ ଏବଂ ଛତିଶଗଡ଼ରେ ୧୩,୫୭୬ ମାମଲା ଚିହ୍ନଟ ହୋଇଛି ।

https://static.pib.gov.in/WriteReadData/userfiles/image/image003I0GB.jpg

ଦୈନିକ ନୂଆ କରୋନା ମାମଲା ୧୬ ରାଜ୍ୟରେ ଉପରମୁହାଁ ରହିଛି ।

https://static.pib.gov.in/WriteReadData/userfiles/image/image00442I6.jpg

https://static.pib.gov.in/WriteReadData/userfiles/image/image005P1ET.jpg

https://static.pib.gov.in/WriteReadData/userfiles/image/image006142B.jpg

https://static.pib.gov.in/WriteReadData/userfiles/image/image007WQJW.jpg

ଭାରତରେ ମୋଟ ସକ୍ରିୟ କରୋନା ମାମଲା ୧୨,୬୪,୬୯୮ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୯.୨୪% । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୬୩,୬୮୯ ମାମଲା ବୃଦ୍ଧି ଘଟିଛି ।

ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୬୮.୮୫% ମାମଲା ରହିଛି । କେବଳ ମହାରାଷ୍ଟ୍ରରେ ଦେଶର ମୋଟ ସକ୍ରିୟ ମାମଲାର ୪୪.୭୮% ମାମଲା ରହିଛି ।

https://static.pib.gov.in/WriteReadData/userfiles/image/image008FQ4V.jpg

ଭାରତରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୨୨,୫୩,୬୯୭ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ୮୯.୫୧% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୯୭,୧୬୮ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୮୭୯ ଜଣଙ୍କ ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରୁ ୮୮.୦୫% ମୃତୁ୍ୟ ହୋଇଛି ୧୦ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୨୫୮ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଛତିଶଗଡ଼ରେ ଦୈନିକ ୧୩୨ ଜଣଙ୍କ ମୃତୁ୍ୟ ହୋଇଛି ।

https://static.pib.gov.in/WriteReadData/userfiles/image/image009XA75.jpg

ଗତ ୨୪ ଘଣ୍ଟା ମଧ୍ୟରେ ୧୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଆସାମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମାନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ମେଘାଳୟ,ସିକିମ, ନାଗାଲାଣ୍ଡ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।  

 

SR



(Release ID: 1711515) Visitor Counter : 255