ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଗତ ୨୪ ଘଣ୍ଟାରେ ୩୫ ଲକ୍ଷରୁ ଅଧିକ ଟୀକା ପ୍ରଦାନ ସହ ଭାରତର ସାମୂହିକ ଟୀକାକରଣ ୧୦ କୋଟି ଛୁଇଁଲା
ଭାରତରେ ଦୈନିକ ସର୍ବାଧିକ ହାରାହାରି ଡୋଜ ପ୍ରଦାନ କରାଯାଉଛି
୧୦ଟି ରାଜ୍ୟରେ ୮୧% ଦୈନିକ ନୂଆ ମାମଲା
Posted On:
11 APR 2021 11:55AM by PIB Bhubaneshwar
ଦେଶରେ ସାମୂହିକ କୋଭିଡ- ୧୯ ଟୀକାକରଣ ରବିବାର ୧୦ କୋଟି ଟପିଛି ।
ରବିବାର ସକାଳ ୭ଟା ପର୍ଯ୍ୟନ୍ତ ୧୫,୧୭,୯୬୩ ସେସନରେ ୧୦,୧୫,୯୫,୧୪୭ ଟୀକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୦,୦୪,୦୬୩ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୫୫,୦୮,୨୮୯ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୯୯,୫୩,୬୧୫ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୪୭,୫୯,୨୦୯ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୬୦ ବର୍ଷରୁ ଅଧିକ ୩,୯୬,୫୧,୬୩୦ ପ୍ରଥମ ଡୋଜ ହିତାଧିକାରୀ ଓ ୧୮୦୦୨୦୬ ଦ୍ୱିତୀୟ ଡୋଜ ହିତାଧିକାରୀ ଓ ୪୫ରୁ ୬୦ ବର୍ଷ ବୟସ୍କ ୩୦୨୭୬୬୫୩ (ପ୍ରଥମ ଡୋଜ) ଓ ୬୪୧୪୮୨ (ଦ୍ୱିତୀୟ ଡୋଜ) ହିତାଧିକାରୀ ସାମିଲ ଅଛନ୍ତି ।
ଦେଶର ଆଠଟି ରାଜ୍ୟରେ ସମୁଦାୟ ଡୋଜର ୬୦.୨୭% ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟାରେ ୩୫ ଲକ୍ଷରୁ ଅଧିକ ଟୀକା ପ୍ରଦାନ କରାଯାଇଛି ।
ଟୀକାକରଣ ଅଭିଯାନର ୮୫ ଦିନରେ (ଏପ୍ରିଲ ୧୦,୨୦୨୧) ସୁଦ୍ଧା ୩୫,୧୯,୯୮୭ ଡୋଜ ପ୍ରଦାନ କରାଯାଇଛି । ଏଥିରେ ୩୧,୨୨,୧୦୯ ହିତାଧିକାରୀଙ୍କୁ ୪୨,୫୫୩ ସେସନରେ ପ୍ରଥମ ଡୋଜ ଓ ୩,୯୭,୮୭୮ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ ଟୀକା ପ୍ରଦାନ କରାଯାଇଛି ।
ସାରା ବିଶ୍ୱରେ ଦିଆ ଯାଇଥିବା ଦୈନିକ ଡୋଜ ଅନୁଯାୟୀ ଭାରତ ହାରାହାରି ୩୮,୩୪,୫୭୪ ସହ ପ୍ରଥମ ସ୍ଥାନରେ ରହିଛି ।

ନିମ୍ନ ଗ୍ରାଫରେ ଭାରତ ଓ ବିଦେଶରେ ଦିଆଯାଇଥିବା ହାରାହାରି ଦୈନିକ ଡୋଜର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି ।

ଭାରତର ଦୈନିକ ମାମଲା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧,୫୨,୮୭୯ ନୂଆ ମାମଲା ପଞ୍ଜିକୃତ ହୋଇଛି ।
ମହାରାଷ୍ଟ୍ର, ଛତିଶଗଡ, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ୧୦ଟି ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ବଢିଛି । ଏହି ୧୦ଟି ରାଜ୍ୟରେ ୮୦.୯୨% ନୂଆ ମାମଲା ପଞ୍ଜିକୃତ ହୋଇଛି ।
ମହାରାଷ୍ଟ୍ରରେ ସର୍ବାଧିକ ୫୫,୪୧୧ ନୂଆ ମାମଲା ପଞ୍ଜିକୃତ ହୋଇଛି । ଛତିଶଗଡରେ ୧୪,୦୯୮ ଓ ଉତ୍ତର ପ୍ରଦେଶରେ ୧୨,୭୪୮ ନୂଆ ମାମଲା ପଞ୍ଜିକୃତ ହୋଇଛି ।

୧୬ଟି ରାଜ୍ୟରେ ଦୈନିକ ସଂକ୍ରମଣର ବର୍ଦ୍ଧିଷ୍ଣୁ ହାର ପ୍ରଦର୍ଶିତ ହୋଇଛି ।




ଭାରତ ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ୧୧, ୦୮, ୦୮୭ରେ ପହଞ୍ଚିଛି । ଦେଶର ସମୁଦାୟ ସକ୍ରିୟ ମାମଲାର ଏହା ୮.୨୯% । ଗତ ୨୪ ଘଣ୍ଟାରେ ସମୁଦାୟ ସକ୍ରିୟ ମାମଲାରୁ ୬୧,୪୫୬ ମାମଲା ହ୍ରାସ ପାଇଛି ।
୧୧, ୦୮, ୦୮୭ , ୮.୨୯% ୬୧,୪୫୬ ୨୪ ୭୦.୮୨% ୪୮.୫୭%
ଭାରତର ସମୁଦାୟ ସକ୍ରିୟ ମାମଲାର ୭୦.୮୨% ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ କେରଳରେ ପଞ୍ଜିକୃତ ହୋଇଛି । ଦେଶର ସମୁଦାୟ ସକ୍ରିୟ ମାମଲାର ୪୮.୫୭% କେବଳ ମହାରାଷ୍ଟ୍ରରେ ପଞ୍ଜିକୃତ ହୋଇଛି ।
ନିମ୍ନ ଗ୍ରାଫରେ ଭାରତର ସକ୍ରିୟ ମାମଲାର ତଥ୍ୟ ପ୍ରଦାନ କରାଯାଇଛି ।

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ସୁଦ୍ଧା ୧,୨୦,୮୧, ୪୪୩ ରହିଛି । ଜାତୀୟ ସୁସ୍ଥତା ହାର ୯୦.୪୪% ରହିଛି ।
ଗତ ୨୪ ଘଣ୍ଟାରେ ୯୦,୫୮୪ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି ।
ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୩୯ ମୃତ୍ୟୁ ପଞ୍ଜିକୃତ ହୋଇଛି ।
୧୦ଟି ରାଜ୍ୟରେ ୮୬.୪୧% ନୂଆ କୋଭିଡ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୦୯ ମୃତ୍ୟୁ ହୋଇଛି । ଏହାପଛକୁ ଛତିଶଗଡରେ ୧୨୩ ଦୈନିକ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ- ୧୯ ମୃତ୍ୟୁ ହୋଇନାହିଁ । ସେଗୁଡିକ ହେଲା ଦାମନ ଓ ଦିଉ, ଦାଦ୍ରା ଓ ନଗରହାବେଳି, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ସିକିମ, ମିଜୋରମ, ମଣିପୁର, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ।
SR
(Release ID: 1711032)
Visitor Counter : 254
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam