ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ- ନେଦରଲାଣ୍ଡ ଭଚ୍ୟୁଆଲ ଶିଖର ସମ୍ମିଳନୀ (ଏପ୍ରିଲ ୦୯,୨୦୨୧)

Posted On: 08 APR 2021 7:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କ ସହ ଏପ୍ରିଲ ୯, ୨୦୨୧ରେ ଏକ ଶିଖର ସମ୍ମିଳନୀରେ ଭାଗ ନେବେ । ନିକଟରେ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ରୁଟଙ୍କ ବିଜୟ ପରେ ନିୟମିତ ଉଚ୍ଚସ୍ତରୀୟ ବାର୍ତାଳାପ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ବଜାୟ ରଖିବା ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ସମ୍ମିଳନୀ ଅବସରରେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ ନେଇ ବିସ୍ତୃତ ଆଲୋଚନା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ପାଇଁ ନୂଆ କୌଶଳ ସମ୍ପର୍କରେ ମତ ବିନିମୟ କରିବେ । ଉଭୟ ଦେଶର ସ୍ୱାର୍ଥ ଥିବା ଆଂଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ସେମାନେ ନିଜର ବିଚାର ବିନିମୟ କରିବେ ।

ଭାରତ ଓ ନେଦରଲାଣ୍ଡ ଗଣତନ୍ତ୍ର, ଆଇନର ଶାସନ ଓ ସ୍ୱତନ୍ତ୍ରତା ମୂଲ୍ୟବୋଧ ମାଧ୍ୟମରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆଗେଇ ନେଉଛନ୍ତି । ଇଉରୋପ ମହାଦେଶରେ ଅବସ୍ଥିତ ନେଦରଲାଣ୍ଡରେ ବହୁ ଭାରତୀୟ ବସବାସ କରନ୍ତି । ଉଭୟ ଦେଶ ମଧ୍ୟରେ ଜଳ ପ୍ରବନ୍ଧନ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟସେବା, ସ୍ମାର୍ଟସିଟି ଓ ସହରୀ ଯାତାୟତ, ବିଜ୍ଞାନ ଓ ପ୍ରଯୁକ୍ତି, ନବୀକରଣଯୋଗ୍ୟ ଶକ୍ତି ଓ ମହାକାଶ ଭଳି କ୍ଷେତ୍ରରେ ବ୍ୟାପକ ସହଯୋଗ ରହିଛି । ନେଦରଲାଣ୍ଡ ଭାରତର ତୃତୀୟ ବୃହତ ନିବେଶକ ହେବା ସହ ଉଭୟ ଦେଶ ମଧ୍ୟରେ ମଜବୁତ ଆର୍ଥିକ ଭାଗିଦାରୀ ରହିଛି । ଭାରତରେ ୨୦୦ରୁ ଅଧିକ ଡଚ କମ୍ପାନୀ ରହିଛି । ସେହିପରି ନେଦରଲାଣ୍ଡରେ ମଧ୍ୟ ସମାନ ସଂଖ୍ୟକ ଭାରତୀୟ କମ୍ପାନୀ ରହିଛି ।

***

SR

 



(Release ID: 1710611) Visitor Counter : 178