ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ ଜାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 04 APR 2021 11:27AM by PIB Bhubaneshwar

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ ଜାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ ଜାଲାଙ୍କ ଦେହାନ୍ତରେ ମର୍ମାହତ ଗୁଜରାଟ ତଥା ଜାତୀୟ ରାଜନୀତିରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସମାଜ ସେବା ତଥା ପରିବେଶ ପ୍ରତି ତାଙ୍କର ବିଶେଷ ଆଗ୍ରହ ପାଇଁ ସେ ସ୍ମରଣୀୟ ହୋଇ ରହିବେ ତାଙ୍କ ପରିବାର ପ୍ରତି ମୋର ସମବେଦନା ଓମ୍ ଶାନ୍ତି"

 

**********

TRP/



(Release ID: 1709474) Visitor Counter : 170